ବଢ଼ିଲା ଧାନକ୍ରୟ ସମସ୍ୟା

ଢେଙ୍କାନାଳ ଅଫିସ, ୧।୨ ଢେଙ୍କାନାଳ ଜିଲାରେ ଖରିଫ୍‌ ଧାନକିଣାକୁ ନେଇ ସମସ୍ୟା ବଢ଼ିବାରେ ଲାଗିଛି। ଧାନ କିଣା ସରି ନ ଥିବା ବେଳେ ୧ ତାରିଖରୁ ଟୋକନ ଅବଧି ସରିଯିବାକୁ ବସିଛି। ଏ ନେଇ ମୋବାଇଲ୍‌କୁ ମେସେଜ୍‌ ଆସିବା ପରେ ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ସଦର ବ୍ଲକ ତାଳବରକୋଟ ଅଞ୍ଚଳର ଚାଷୀ।
ଢେଙ୍କାନାଳ ଜିଲାରେ ଗତ ଡିସେମ୍ବର ୨୯ରୁ ମଣ୍ଡି ଆରମ୍ଭ ହୋଇଛି। ତେବେ ଏହାର ବହୁ ବିଳମ୍ବରେ ତାଳବରକୋଟରେ ଜାନୁୟାରୀ ୧୩ରେ ମଣ୍ଡି ଶୁଭାରମ୍ଭ ହୋଇଥିଲା। କମ୍‌ ସମୟ ମଧ୍ୟରେ ୧୦୦୦ କୁଇଣ୍ଟାଲ ପରିବର୍ତ୍ତେ ୪୦୦ରୁ ୬୦୦ କୁଇଣ୍ଟାଲ ଧାନ କିଣାଯାଇଥିଲା। ଏବେ ଟୋକନ ଲାପ୍ସ ହୋଇଯିବାକୁ ବସିଥିବାବେଳେ ବଳକା ଧାନ କିପରି ବିକ୍ରି କରିବେ ସେ ନେଇ ଚାଷୀକୁଳ ମଧ୍ୟରେ ଭାଳେଣି ପଡ଼ିଛି। ଚାଷୀ ନୃସିଂହ ଚରଣ ଜେନାଙ୍କ ୫୬.୪୦ କୁଇଣ୍ଟାଲ, କାସିମ୍‌ ଖଁାଙ୍କ ୭୪.୫୦ କୁଇଣ୍ଟାଲ, ଶେଖ ଫର୍କର ଅହମ୍ମଦଙ୍କ ୪୦ କୁଇଣ୍ଟାଲ ଧାନ ବକେୟା ରହିଛି। ସେହିପରି ବହୁ ଚାଷୀଙ୍କ ଧାନ ଖରିଦ ହୋଇପାରିନାହିଁ। ଧାନ ବିକ୍ରି କରିବାକୁ ଅପେକ୍ଷା କରିଥିବା ଟୋକନଧାରୀ ଚାଷୀମାନେ ସମସ୍ୟା ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ଏବଂ ଗତ ୨୯ ତାରିଖରେ ଅତିରିକ୍ତ ଜିଲାପାଳଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ହେଲେ ଏ ଦିଗରେ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଇନାହିଁ। ମଣ୍ଡି ବନ୍ଦ ହୋଇ ଗଲେ ଚାଷୀମାନେ ଧାନ କିପରି ଓ କେଉଁସ୍ଥାନରେ ବିକ୍ରି କରିବେ ସେ ନେଇ ଅଧିକାରୀମାନେ ପାଟି ଖୋଲୁନାହାନ୍ତି। ଫଳରେ ଏଭଳି ଅବ୍ୟବସ୍ଥିତ ଧାନ କିଣାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ତାଳବରକୋଟ ଗ୍ରାମର ସମ୍ପୃକ୍ତ ଚାଷୀଙ୍କ ସମେତ ବାଙ୍କନିଧି ସାହୁ, ବ୍ରହ୍ମାନନ୍ଦ ଜେନା, ମହେଶ୍ୱର ଜେନା ପ୍ରମୁଖ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି।
ଏ ସଂକ୍ରାନ୍ତରେ ଜିଲା ଯୋଗାଣ ବିଭାଗ ଅଧିକାରୀ ନିରଦ ରଞ୍ଜନ ଦାସ କୁହନ୍ତି, ଟୋକନକୁ ନେଇ ସମସ୍ୟା ଉପଜୁଛି। ସମସ୍ୟାର ସମାଧାନ କରାଯିବା ଲାଗି ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା: କେସିଙ୍ଗା ଏସଡିପିଓ, ଦୁଇ ପୋଲିସ ନାଁରେ

ଭୁବନେଶ୍ୱର,୩୧।୧: ବଢ଼ୁଛି ମାମଲା। ଖାରବେଳ ନଗର ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା ମନୋରମା ମହାନ୍ତି। ସେଠାରେ ସେ କେସିଙ୍ଗା ପୋଲିସ ବିରୋଧରେ ଅଭିଯୋଗ ଆଣିଛନ୍ତି। କେସିଙ୍ଗା ଏସଡିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri