କାମରେ ଲାଗୁନି ‘ବସୁଧା’

ଯାଜପୁର ଅଫିସ,୨୨ା୧୨: ଯାଜପୁର ଜିଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆରଡବ୍ଲୁଏସଏସ୍‌) ଖଣ୍ଡରେ ବ୍ୟାପକ ଦୁର୍ନୀତି ଚାଲିଛି । ଜିଲାବାସୀଙ୍କ ପାନୀୟ ଜଳ ସମସ୍ୟାକୁ ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ କରିବା ପରିବର୍ତ୍ତେ ମିଛସତ ରିପୋର୍ଟ ଦେଇ ନିଜର ଦାୟିତ୍ୱ ନିର୍ବାହ କରାଯାଉଛି  ଯଦ୍ୱାରା ଗ୍ରାମାଞ୍ଚଳ ଲୋକଙ୍କ ପାନୀୟ ଜଳ ସମସ୍ୟା ଦୂର ହେବା ପରିବର୍ତ୍ତେ ଆହୁରି ଜଟିଳ ହେବାରେ ଲାଗିଛି ବୋଲି ଅଭିଯୋଗ ହୋଇଛି।

୨୦୧୭ରୁ ୨୦୨୨ମଧ୍ୟରେ ଧର୍ମଶାଳା ବ୍ଲକରେ ବସୁଧା ଯୋଜନାରେ ଗ୍ରାମ୍ୟ ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ମାଧ୍ୟମରେ ଶତାଧିକ ପାଣି ଟାଙ୍କି ନିର୍ମାଣ ଏବଂ ପାଇପ୍‌ ବିଛା କାମ ହୋଇଛି। ହେଲେ ସେଥିରୁ ଅଧିକାଂଶ ପ୍ରକଳ୍ପରେ ନିର୍ଦ୍ଧାରିତ ଲୋକେ ପାଇପ ପାଣି ପାଇବାରୁ ବଞ୍ଚିତ ରହିଛନ୍ତି। ଏହି ବିଭାଗରେ ତୃଣମୂଳରୁ ରାଜ୍ୟସ୍ତରର ଅନେକ ଯନ୍ତ୍ରୀ, ଠିକାଦାର, ନେତା ଓ ପଦାଧିକାରୀ ଅସାଧୁ ମେଣ୍ଟ ହୋଇ ସାଧାରଣ ଲୋକଙ୍କ ପାଇଁ ଉର୍ଦ୍ଦିଷ୍ଟ ସରକାରୀ ଅନୁଦାନକୁ ଆତ୍ମସାତ୍‌ କରୁଥିବା ଚର୍ଚ୍ଚା ହେଉଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଅନେକ ସ୍ଥାନରେ ଅଧାପନ୍ତରିଆ ହୋଇ ପଡିରହିଥିବା ପ୍ରକଳ୍ପଗୁଡିକୁ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଇ ସିଂହଭାଗ ଅର୍ଥ ଚଳୁ କରାଯାଇଛି । ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଡାକବଙ୍ଗଳା ନିକଟରେ ବସୁଧା ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ଏହି ପ୍ରକଳ୍ପଟି ସମ୍ପୂର୍ଣ୍ଣ ହୋଇ ନ ଥିବାବେଳେ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀମାନେ ତାହାକୁ କାଗଜ ପତ୍ରରେ କାର୍ଯ୍ୟକ୍ଷମ ହେଉଥିବା ଦର୍ଶାଇ ମୋଟ ୧ କୋଟି ୫୪ ଲକ୍ଷ ୬୬ ହଜାର ଟଙ୍କା ବିଲ କରିଛନ୍ତି । ଜେନାପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ କୃଷ୍ଣଚନ୍ଦ୍ର ପଟ୍ଟନାୟକ ଓ ଭାଜପା ନେତା ମାନସ କୁମାର ମହାନ୍ତିଙ୍କ କହିବା ଅନୁସାରେ ନିର୍ମାଣ ହୋଇଥିବା ପାଣି ଟାଙ୍କି ନିକଟରେ ବୋରୱେଲକୁ ଏଯାଏ ବିଦ୍ୟୁତ୍‌ ସଂଯୋଗ ହୋଇନାହିଁ । ଗ୍ରାମ ମଧ୍ୟରେ ପାଇପ୍‌ ସମ୍ପୂର୍ଣ୍ଣ ଭାବେ ବିଛା ଯାଇନାହି। ଅଧିକାଂଶ କ୍ଷେତ୍ରରେ ବିଛାଯାଇଥିବା ପାଇପ୍‌ ଅଧା ସଂଯୋଗ ହୋଇ ପଡି ରହିଛି। କିନ୍ତୁ ପ୍ରକଳ୍ପ ଫଳକରେ ୨ା୩ା୨୦୧୯ରେ କାମ ଆରମ୍ଭ ହୋଇ ୧ା୧୨ା୨୦୧୯ରେ ଶେଷ ହୋଇଥିବା ଦର୍ଶାଯାଇଛି। ଏହି ଫଳକ ଆଧାରରେ ଆବଣ୍ଟିତ ଅନୁଦାନକୁ ଚଳୁ କରାଯାଇଛି ବୋଲି ସେମାନେ କହିଛନ୍ତି।
ସୂଚନା ଅନୁଯାୟୀ, ୨୦୧୭ରେ ୧କୋଟି ୫୪ ଲକ୍ଷ ୬୬ ହଜାର ଟଙ୍କା ବ୍ୟୟ ଅଟକଳରେ ଏହି ପାନୀୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇଥିଲା। ଏଥିପାଇଁ ଗାଁ ଭିତରେ କେତେକ ରାସ୍ତା କଡରେ ପାଇପ ବିଛାଯାଇଥିଲା । ଏହାକୁ ନେଇ ଗାଁର ଝିଅ ବୋହୂମାନେ ଅତି ନିକଟରେ ବିଶୁଦ୍ଧ ପାନୀୟ ଜଳର ସୁବିଧା ପାଇବେ ବୋଲି ଖୁସି ହୋଇଥିଲେ । ମାତ୍ର ଅଞ୍ଚଳବାସୀଙ୍କ ସ୍ବାର୍ଥକୁ ଅଣଦେଖା କରି କାଗଜ କଲମରେ ପ୍ରକଳ୍ପଟିକୁ ସମ୍ପୂର୍ଣ୍ଣ କରି ଦେଢକୋଟି ଟଙ୍କା ଆତ୍ମସାତ୍‌ କରି ନେଇଥିବା ସ୍ଥାନୀୟ ଜେନାପୁର ବାସିନ୍ଦା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ରାସ୍ତାପାର୍ଶ୍ୱରେ ପାଇପ୍‌ ବିଛାଇବାକୁ ଅଧା ଖୋଳା ହୋଇଥିବା ଖାତରେ ଗାଈଗୋରୁଠାରୁ ଆରମ୍ଭ କରି ପିଲାଛୁଆମାନେ ବାରମ୍ବାର ପଡି ଖଣ୍ଡିଆ ଖାବରା ହେଉଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଆରଡବ୍ଲୁଏସଏସ୍‌ର କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।

ଏ ସଂକ୍ରାନ୍ତରେ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ଘଡେଇଙ୍କୁ ପଚାରିବାରୁ ସେ କହିଛନ୍ତି, ଏଥିପାଇଁ ସମ୍ପୃକ୍ତ ଠିକାଦାରଙ୍କୁ ନୋଟିସ କରାଯାଇଛି। ୧ ମାସ ମଧ୍ୟରେ ସେ ଉକ୍ତ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଏହି ଦୁର୍ନୀତି ପଛରେ କାହାର ହାତ ଅଛି ଏବଂ କାହାପାଇଁ ସାଧାରଣ ଲୋକମାନେ ପାଣି ମୁନ୍ଦେ ପାଇଁ ଦିଗହରା ହେଉଛନ୍ତି ତାହାର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଜିଲାରେ ପ୍ରାୟ ୪୫୦ଟି ପାଇପ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ବୋଲି ବିଭାଗୀୟ ଅଧିକାରୀମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ବାସ୍ତବରେ ପାଣି ଟାଙ୍କି ଅଛି ହେଲେ ସେଥିରୁ ପାଣି ବାହାରୁ ନାହିଁ ବୋଲି ଅଭିଯୋଗ ହେଉଛି। ପ୍ରକଳ୍ପଗୁଡିକ ଅଧାପନ୍ତରିଆ ହୋଇ ପଡିରହିଛି । ନିର୍ମାଣ ସରିଥିବା ପ୍ରକଳ୍ପ ମଧ୍ୟରୁ ଅଧିକାଂଶରେ ବିଦ୍ୟୁତ ବିଭ୍ରାଟ ସମସ୍ୟା ରହିଛି । ନିମ୍ନମାନର ପାଇପ ବ୍ୟବହାର ଯୋଗୁ ବହୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଉଥିଲେ ମଧ୍ୟ ଗ୍ରାମବାସୀ ପାଣି ଟୋପାଏ ପାଉନାହାନ୍ତିି । ଏହାସହ ସୁକିନ୍ଦା, ବଡ଼ଚଣା, ଧର୍ମଶାଳା, ଦଶରଥପୁର, ବିଞ୍ଝାରପୁର ବ୍ଲକରେ ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ସୁକିନ୍ଦାରେ ୨ଟି ପ୍ରକଳ୍ପ ନିର୍ମାଣକୁ ପ୍ରାୟ ୬ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ପୂର୍ଣ୍ଣମାତ୍ରାରେ ଲୋକଙ୍କ କାମରେ ଲାଗି ପାରୁନାହିଁ ବୋଲି ମତ ପ୍ରକାଶ ପାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦିଗପହଣ୍ଡିରେ ଅତୀତର ଅଭୁଲା ସ୍ମୃତି ମନେ ପକାଇଲେ ୧୯୮୨ ବ୍ୟାଚର ଛାତ୍ର

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀଗୁପ୍ତେଶ୍ୱର ଶୈବପୀଠ ପରିସରରେ ବନ୍ଧୁମିଳନ । ରବିବାର ଦିଗପହଣ୍ଡି ବ୍ଲକ ଅଞ୍ଚଳର ବିଭିନ୍ନ ଗାଁ ହାଇସ୍କୁଲରେ ପଢ଼ିଥିବା…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri