କାମରେ ଲାଗୁନି ‘ବସୁଧା’

ଯାଜପୁର ଅଫିସ,୨୨ା୧୨: ଯାଜପୁର ଜିଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆରଡବ୍ଲୁଏସଏସ୍‌) ଖଣ୍ଡରେ ବ୍ୟାପକ ଦୁର୍ନୀତି ଚାଲିଛି । ଜିଲାବାସୀଙ୍କ ପାନୀୟ ଜଳ ସମସ୍ୟାକୁ ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ କରିବା ପରିବର୍ତ୍ତେ ମିଛସତ ରିପୋର୍ଟ ଦେଇ ନିଜର ଦାୟିତ୍ୱ ନିର୍ବାହ କରାଯାଉଛି  ଯଦ୍ୱାରା ଗ୍ରାମାଞ୍ଚଳ ଲୋକଙ୍କ ପାନୀୟ ଜଳ ସମସ୍ୟା ଦୂର ହେବା ପରିବର୍ତ୍ତେ ଆହୁରି ଜଟିଳ ହେବାରେ ଲାଗିଛି ବୋଲି ଅଭିଯୋଗ ହୋଇଛି।

୨୦୧୭ରୁ ୨୦୨୨ମଧ୍ୟରେ ଧର୍ମଶାଳା ବ୍ଲକରେ ବସୁଧା ଯୋଜନାରେ ଗ୍ରାମ୍ୟ ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ମାଧ୍ୟମରେ ଶତାଧିକ ପାଣି ଟାଙ୍କି ନିର୍ମାଣ ଏବଂ ପାଇପ୍‌ ବିଛା କାମ ହୋଇଛି। ହେଲେ ସେଥିରୁ ଅଧିକାଂଶ ପ୍ରକଳ୍ପରେ ନିର୍ଦ୍ଧାରିତ ଲୋକେ ପାଇପ ପାଣି ପାଇବାରୁ ବଞ୍ଚିତ ରହିଛନ୍ତି। ଏହି ବିଭାଗରେ ତୃଣମୂଳରୁ ରାଜ୍ୟସ୍ତରର ଅନେକ ଯନ୍ତ୍ରୀ, ଠିକାଦାର, ନେତା ଓ ପଦାଧିକାରୀ ଅସାଧୁ ମେଣ୍ଟ ହୋଇ ସାଧାରଣ ଲୋକଙ୍କ ପାଇଁ ଉର୍ଦ୍ଦିଷ୍ଟ ସରକାରୀ ଅନୁଦାନକୁ ଆତ୍ମସାତ୍‌ କରୁଥିବା ଚର୍ଚ୍ଚା ହେଉଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଅନେକ ସ୍ଥାନରେ ଅଧାପନ୍ତରିଆ ହୋଇ ପଡିରହିଥିବା ପ୍ରକଳ୍ପଗୁଡିକୁ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଇ ସିଂହଭାଗ ଅର୍ଥ ଚଳୁ କରାଯାଇଛି । ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଡାକବଙ୍ଗଳା ନିକଟରେ ବସୁଧା ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ଏହି ପ୍ରକଳ୍ପଟି ସମ୍ପୂର୍ଣ୍ଣ ହୋଇ ନ ଥିବାବେଳେ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀମାନେ ତାହାକୁ କାଗଜ ପତ୍ରରେ କାର୍ଯ୍ୟକ୍ଷମ ହେଉଥିବା ଦର୍ଶାଇ ମୋଟ ୧ କୋଟି ୫୪ ଲକ୍ଷ ୬୬ ହଜାର ଟଙ୍କା ବିଲ କରିଛନ୍ତି । ଜେନାପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ କୃଷ୍ଣଚନ୍ଦ୍ର ପଟ୍ଟନାୟକ ଓ ଭାଜପା ନେତା ମାନସ କୁମାର ମହାନ୍ତିଙ୍କ କହିବା ଅନୁସାରେ ନିର୍ମାଣ ହୋଇଥିବା ପାଣି ଟାଙ୍କି ନିକଟରେ ବୋରୱେଲକୁ ଏଯାଏ ବିଦ୍ୟୁତ୍‌ ସଂଯୋଗ ହୋଇନାହିଁ । ଗ୍ରାମ ମଧ୍ୟରେ ପାଇପ୍‌ ସମ୍ପୂର୍ଣ୍ଣ ଭାବେ ବିଛା ଯାଇନାହି। ଅଧିକାଂଶ କ୍ଷେତ୍ରରେ ବିଛାଯାଇଥିବା ପାଇପ୍‌ ଅଧା ସଂଯୋଗ ହୋଇ ପଡି ରହିଛି। କିନ୍ତୁ ପ୍ରକଳ୍ପ ଫଳକରେ ୨ା୩ା୨୦୧୯ରେ କାମ ଆରମ୍ଭ ହୋଇ ୧ା୧୨ା୨୦୧୯ରେ ଶେଷ ହୋଇଥିବା ଦର୍ଶାଯାଇଛି। ଏହି ଫଳକ ଆଧାରରେ ଆବଣ୍ଟିତ ଅନୁଦାନକୁ ଚଳୁ କରାଯାଇଛି ବୋଲି ସେମାନେ କହିଛନ୍ତି।
ସୂଚନା ଅନୁଯାୟୀ, ୨୦୧୭ରେ ୧କୋଟି ୫୪ ଲକ୍ଷ ୬୬ ହଜାର ଟଙ୍କା ବ୍ୟୟ ଅଟକଳରେ ଏହି ପାନୀୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇଥିଲା। ଏଥିପାଇଁ ଗାଁ ଭିତରେ କେତେକ ରାସ୍ତା କଡରେ ପାଇପ ବିଛାଯାଇଥିଲା । ଏହାକୁ ନେଇ ଗାଁର ଝିଅ ବୋହୂମାନେ ଅତି ନିକଟରେ ବିଶୁଦ୍ଧ ପାନୀୟ ଜଳର ସୁବିଧା ପାଇବେ ବୋଲି ଖୁସି ହୋଇଥିଲେ । ମାତ୍ର ଅଞ୍ଚଳବାସୀଙ୍କ ସ୍ବାର୍ଥକୁ ଅଣଦେଖା କରି କାଗଜ କଲମରେ ପ୍ରକଳ୍ପଟିକୁ ସମ୍ପୂର୍ଣ୍ଣ କରି ଦେଢକୋଟି ଟଙ୍କା ଆତ୍ମସାତ୍‌ କରି ନେଇଥିବା ସ୍ଥାନୀୟ ଜେନାପୁର ବାସିନ୍ଦା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ରାସ୍ତାପାର୍ଶ୍ୱରେ ପାଇପ୍‌ ବିଛାଇବାକୁ ଅଧା ଖୋଳା ହୋଇଥିବା ଖାତରେ ଗାଈଗୋରୁଠାରୁ ଆରମ୍ଭ କରି ପିଲାଛୁଆମାନେ ବାରମ୍ବାର ପଡି ଖଣ୍ଡିଆ ଖାବରା ହେଉଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଆରଡବ୍ଲୁଏସଏସ୍‌ର କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।

ଏ ସଂକ୍ରାନ୍ତରେ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ଘଡେଇଙ୍କୁ ପଚାରିବାରୁ ସେ କହିଛନ୍ତି, ଏଥିପାଇଁ ସମ୍ପୃକ୍ତ ଠିକାଦାରଙ୍କୁ ନୋଟିସ କରାଯାଇଛି। ୧ ମାସ ମଧ୍ୟରେ ସେ ଉକ୍ତ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଏହି ଦୁର୍ନୀତି ପଛରେ କାହାର ହାତ ଅଛି ଏବଂ କାହାପାଇଁ ସାଧାରଣ ଲୋକମାନେ ପାଣି ମୁନ୍ଦେ ପାଇଁ ଦିଗହରା ହେଉଛନ୍ତି ତାହାର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଜିଲାରେ ପ୍ରାୟ ୪୫୦ଟି ପାଇପ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ବୋଲି ବିଭାଗୀୟ ଅଧିକାରୀମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ବାସ୍ତବରେ ପାଣି ଟାଙ୍କି ଅଛି ହେଲେ ସେଥିରୁ ପାଣି ବାହାରୁ ନାହିଁ ବୋଲି ଅଭିଯୋଗ ହେଉଛି। ପ୍ରକଳ୍ପଗୁଡିକ ଅଧାପନ୍ତରିଆ ହୋଇ ପଡିରହିଛି । ନିର୍ମାଣ ସରିଥିବା ପ୍ରକଳ୍ପ ମଧ୍ୟରୁ ଅଧିକାଂଶରେ ବିଦ୍ୟୁତ ବିଭ୍ରାଟ ସମସ୍ୟା ରହିଛି । ନିମ୍ନମାନର ପାଇପ ବ୍ୟବହାର ଯୋଗୁ ବହୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଉଥିଲେ ମଧ୍ୟ ଗ୍ରାମବାସୀ ପାଣି ଟୋପାଏ ପାଉନାହାନ୍ତିି । ଏହାସହ ସୁକିନ୍ଦା, ବଡ଼ଚଣା, ଧର୍ମଶାଳା, ଦଶରଥପୁର, ବିଞ୍ଝାରପୁର ବ୍ଲକରେ ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ସୁକିନ୍ଦାରେ ୨ଟି ପ୍ରକଳ୍ପ ନିର୍ମାଣକୁ ପ୍ରାୟ ୬ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ପୂର୍ଣ୍ଣମାତ୍ରାରେ ଲୋକଙ୍କ କାମରେ ଲାଗି ପାରୁନାହିଁ ବୋଲି ମତ ପ୍ରକାଶ ପାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

୭୬ ଏକର ଜାଗାରୁ ଗଞ୍ଜେଇ ଗଛ ନଷ୍ଟ

ଖଜୁରୀପଡ଼ା,୧୬ା୧୨(ବିଦୁର ବେହେରା): ବାରିକୁମ୍ପା, ସୁଡୁଲି, ଖମାର ଏବଂ ବାରିହାଗୁଡା ଜଙ୍ଗଲରେ ମଙ୍ଗଳବାର ଖଜୁରିପଡା ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବେଆଇନ ଭାବେ ଚାଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri