ସୁଧୁରୁନି ସମସ୍ୟା, ଅଣନିଃଶ୍ୱାସୀ ଲୋକେ

ଫୁଲବାଣୀ ଅଫିସ, ୩୧।୧୨: କନ୍ଧମାଳ ଜିଲା ଚକାପାଦ ବ୍ଲକରେ ଏବେ ବି ଅନେକ ଗ୍ରାମ ରହିଛି ଯେଉଁଠି ବିକାଶ ପହଞ୍ଚି ପାରିନାହିଁ। ଲୋକେ ବିଭିନ୍ନ ସମସ୍ୟା ମଧ୍ୟରେ ରହିଛନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି କଖାରୁଝୋଳ ପଞ୍ଚୟତ ଅଧୀନ ଗେଣ୍ଡୁଲିପିଟା ଗାଁ। ବ୍ଲକ କାର୍ଯ୍ୟାଳୟଠାରୁ ୨୦ କି.ମି. ଦୂର କଖାରୁଝୋଳ ପଞ୍ଚାୟତ। ପଞ୍ଚାୟତର ୧୩ ନଂ. ଓ୍ବାର୍ଡରେ ଥିବା ଗେଣ୍ଡୁଲିପିଟା ଗାଁକୁ ବିକାଶ ଛୁଇଁନି। ସବୁଦିନିଆ ରାସ୍ତା ନାହିଁ। ପାନୀୟ ଜଳ ସମସ୍ୟା କଥା ନ କହିବା ଭଲ। ଚୁଆରୁ ପାଣି ସଂଗ୍ରହ କରି ଲୋକେ ଜୀବନ ଜିଉଛନ୍ତି। ସମସ୍ୟା ସମାଧାନ ପାଇଁ ଜନପ୍ରତିନିଧି ଏବଂ ପ୍ରଶାସନକୁ ବହୁବାର ଅବଗତ କରାଯାଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି।
ଆଦିବାସୀ ଅଧ୍ୟୁଷିତ ଏହି ଗ୍ରାମରେ ଗୋଟିଏ ବି ନଳକୂପ ନାହିଁ। ଗ୍ରାମର ଲୋକେ ପାନୀୟ ଜଳ ପାଇଁ ବାରନାଳିୟା ନାଳ ଉପରେ ନିର୍ଭର କରି ଆସୁଛନ୍ତି। ନାଳ ଶୁଖିଗଲେ ଚୂଆ ପାଣି ବ୍ୟବହାର କରିବାକୁ ବାଧ୍ୟ ହୁଅନ୍ତି। ଏହି ଦୂଷିତ ପାଣି ପିଇବା ଦ୍ୱାରା ଲୋକେ ନାନା ରୋଗରେ ପଡ଼ୁଛନ୍ତି। ଅର୍ଥାଭାବରୁ ଆବଶ୍ୟକ ଚିକିତ୍ସା କରାଇ ପାରୁନାହାନ୍ତି। କାରଣ ଏଠାରେ ମେଡିକାଲ ସୁବିଧା ନାହିଁ। ଗ୍ରାମକୁ ଭଲ ରାସ୍ତା ନାହିଁ। ବର୍ଷା ହେଲେ କାଦୁଅ ପଚପଚ ରାସ୍ତାରେ ଯାଆସ କରିବାକୁ ହୁଏ। କାହାରି ଦେହ ଖରାପ ହେଲେ ସୁଦୂର ମେଡିକାଲ ନେବା କଷ୍ଟକର ହୋଇପଡେ ବୋଲି ଗ୍ରାମ ସଭାପତି ମହାରଥୀ ମଳିକ, କାର୍ତ୍ତିକ ମଳିକ, ଲକ୍ଷେଶ୍ୱର ମଳିକ, ରଞ୍ଜନ ମଳିକ, ସନୁଜା ମଳିକ, ମାଳତୀ ମଳିକ, ରଜନୀ ମଳିକ ପ୍ରମୁଖ ପ୍ରକାଶ କରିଛନ୍ତି। ଏ ନେଇ ସରପଞ୍ଚ ମମତା ମଳିକଙ୍କୁ ପଚାରିବାରେ ସମସ୍ୟା ବିଷୟରେ ବ୍ଲକ ଏବଂ ଜିଲା ପ୍ରଶାସନକୁ ଜଣାଇଛୁ। ଆଗାମୀ ଦିନରେ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଠାକୁରଘରେ ପଶିିଯିବାରୁ ଦଳିତ ବୃଦ୍ଧାଙ୍କୁ ଆକ୍ରମଣ, ଥାନାର ଦ୍ୱାରସ୍ଥ ହେବା ପରେ…

ପଟ୍ଟାମୁଣ୍ଡାଇ,୪ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନ ଖଣତା ଗ୍ରାମର ଜଣେ ଦଳିତ ମାନସିକ ବିକାରଗ୍ରସ୍ତ ବୃଦ୍ଧାଙ୍କୁ ଗୁରୁବାର ଆକ୍ରମଣ ହୋଇଛି। ଗ୍ରାମର ଜଣଙ୍କ…

ଜମିରେ କୀଟନାଶକ ସିଞ୍ଚନ କରି ଶୋଇ ଆଉ ଉଠିଲେନି କୃଷିଶ୍ରମିକ, ତାପରେ….

ଗଜପତି,୪।୪(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପାଟି ଗ୍ରାମରେ ଅଭାବନୀୟ ଘଟଣା । ଜଣେ କୃଷିଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତି…

ପୋଲ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଆଉ ତା’ପରେ ଘଟିଲା

ଲୋଇସିଂହା,୪।୪(ସୁଶାନ୍ତ ବାରିକ) ବରଗଡ-ବଲାଙ୍ଗୀର ୨୬ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ ପୋଲ ତଳକୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଖସି ପଡ଼ିଛି। ଦୁର୍ଘଟଣାସ୍ଥଳରେ ଜଣେ…

ବିପଦପୂର୍ଣ୍ଣ ଅବସ୍ଥାରେ ଟ୍ରାନ୍ସଫର୍ମର: ଅଭିଯୋଗ ପରେ ବି ଶୁଣୁନାହାନ୍ତି ବିଭାଗୀୟ ଅଧିକାରୀ

ଗଞ୍ଜାମ,୪।୪(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ସୂର୍ଯ୍ୟନାରାୟଣପୁର ଓଡ଼ିଆର୍ପି କଲୋନୀରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଟ୍ରାନ୍ସଫର୍ମର। ଇଲେକ୍ଟ୍ରି ଟ୍ରାନ୍ସଫର୍ମର ସ୍ଥାନୀୟ ବାସିନ୍ଦା ସୁଦର୍ଶନ ପ୍ରଧାନଙ୍କ…

ସାଙ୍ଗମାନଙ୍କ ସହ ମିଶି ଗାଧୋଇବାକୁ ଯାଇଥିଲେ ନାବାଳକ, ଖସିଗଲା ଗୋଡ, ଖୋଜାଖୋଜି ପରେ ମିଳିଲା…

ଆନନ୍ଦପୁର/ହାଟଡିହି,୪l୪ (ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାଏକ ): ବୈତରଣୀ ନଦୀରେ ବୁଡ଼ିଯାଇ କେନ୍ଦୁଝର ଜିଲା ରାମଚନ୍ଦପୁରୁ ଥାନା ଅନ୍ତର୍ଗତ ଅଞ୍ଜିରା ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ…

ରେଳ ଷ୍ଟେଶନରୁ ୪୦ ଲକ୍ଷ ଜବତ: ଯୁବକଙ୍କୁ ଅଟକ ରଖିଲା ପୋଲିସ

କେସିଙ୍ଗା,୪।୪(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନରେ ଜଣେ ଯୁବକଙ୍କଠାରୁ ଟିଟିଲାଗଡ ରେଲୱେ ପୋଲିସ ୪୦ ଲକ୍ଷ ଟଙ୍କା ଜବତ ଜଣେ ଆସାମୀକୁ…

ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଟଙ୍କା ଆତ୍ମସାତ୍‌ ଅଭିଯୋଗ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ଶିକ୍ଷକ

ନୂଆପଡ଼ା,୪ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି କଲେଜରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଦରମା ଟଙ୍କା ଆତ୍ମସାତ୍‌ କରିଥିବା ସିନାପାଲି…

ରାତି ହେଲେ ଅବକାରୀ ଥାନା ବନ୍ଦ: ଡିସ୍‌ପ୍ଲେ ବୋର୍ଡ ଜଳୁଛି, କାର୍ଯ୍ୟାଳୟରେ ତାଲା ଝୁଲୁଛି

ଲୋଇସିଂହା,୪।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଅବକାରୀ ଥାନାରେ ରାତି ସମୟରେ କେହି ଷ୍ଟାଫ ରହୁ ନ ଥିବା ଅଭିଯୋଗ ହେଉଛି ା ବୁଧବାର ସନ୍ଧ୍ୟାରେ କାର୍ଯ୍ୟାଳୟର ଡିସପ୍ଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri