ମାର୍କେଟ ବିଲ୍ଡିଂରେ ବଢ଼ୁଛି ସମସ୍ୟା, ଗ୍ରାହକ ହନ୍ତସନ୍ତ

ଭୁବନେଶ୍ୱର,୨୨।୯ (ବନ୍ଦନା ସେଠୀ): ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ବଜାର ୟୁନିଟ-୨ସ୍ଥିତ ମାର୍କେଟ ବିଲ୍ଡିଂ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ୭୫ବର୍ଷ ପୂର୍ବେ ହାତଗଣତି କେତେଜଣ ବ୍ୟବସାୟୀଙ୍କୁ ନେଇ ଗଠନ ହୋଇଥିବା ଏହି ମାର୍କେଟରେ ଏବେ ୧୭୦ରୁ ଊର୍ଦ୍ଧ୍ୱ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ରହିଛି। ତା’ ମଧ୍ୟରେ ଛୋଟ ବଡ଼ ଶୋ’ରୁମ୍‌ ମଧ୍ୟ ରହିଛି। କମ୍‌ ଦାମ୍‌ରେ ଚାହୁଁଥିବା ଭଳି ସବୁ ଜିନିଷ ମିଳୁଥିବାରୁ ଶପିଂ ପାଇଁ ମାର୍କେଟ ବିଲ୍ଡିଂ ଲୋକଙ୍କର ପ୍ରଥମ ପସନ୍ଦ ପାଲଟିଛି। କେବଳ ରାଜଧାନୀବାସୀ ନୁହନ୍ତି, କଟକ, ଖୋର୍ଦ୍ଧା, ପୁରୀ ଜିଲା ଆଦି ବିଭିନ୍ନ ଅଞ୍ଚଳରୁ ପ୍ରତିଦିନ ଶହଶହ ଲୋକ ଏଠାକୁ ଆସିଥାନ୍ତି। ଆଉ ପର୍ବପର୍ବାଣି ଥିଲେ ମାର୍କେଟରେ ପଶିବା କଷ୍ଟକର ହୋଇପଡେ। ତେବେ ଏତେବଡ଼ ମାର୍କେଟରେ ଗ୍ରାହକଙ୍କୁ ମୌଳିକ ସୁବିଧା ମିଳୁ ନ ଥିବାରୁ ଗ୍ରାହକମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ମାର୍କେଟ ପରିସରରେ ଶୌଚାଳୟ ବ୍ୟବସ୍ଥା ନାହିଁ। ତେଣୁ ଲୋକମାନେ ରାସ୍ତା କଡ଼ରେ କିମ୍ବା ବାହାରେ ଶୌଚ ହେଉଛନ୍ତି। ପୁରୁଷମାନେ ଯାହା ଯେମିତି କାମ ଚଳାଉଥିବାବେଳେ ମହିଳାମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗାଡ଼ି ଷ୍ଟାଣ୍ଡ୍‌ ପାଖରେ ଗୋଟିଏ ସୁଲଭ ଶୌଚାଳୟ ଥିଲେ ବି ସେଠାରେ ୧୦ଟଙ୍କା ନେଉଥିବାରୁ ଅଧିକାଂଶ ଲୋକ ଯିବାକୁ ରାଜି ହେଉନାହାନ୍ତି। ମାର୍କେଟ ଭିତରେ ପିଇବା ପାଣି ବ୍ୟବସ୍ଥା ମଧ୍ୟ ନାହିଁ। ପୂର୍ବରୁ ଲାଗିଥିବା ଆକ୍ୱାଗାର୍ଡ ଫନି ପରଠାରୁ ଭାଙ୍ଗିରୁଜି ପଡିଥିଲେ ବି ଏହା ଉପରେ କାହାର ନଜର ପଡୁନାହିଁ। ଫଳରେ ଶୋଷ ମେଣ୍ଟାଇବା ପାଇଁ ଗ୍ରାହକଙ୍କୁ ଦୋକାନରୁ ପାଣି ବୋତଲ କିଣି ପିଇବାକୁ ପଡୁଛି। ଅପରପକ୍ଷେ ପାର୍କିଂ ବ୍ୟବସ୍ଥା ମାର୍କେଟ ପାଇଁ ଅନ୍ୟ ଏକ ସମସ୍ୟା ପାଲଟିଛି। ବିଏମ୍‌ସି ପକ୍ଷରୁ ଯଦିଓ ପାର୍କିଂ ପାଇଁ ୨ଟି ଷ୍ଟାଣ୍ଡ୍‌ କରାଯାଇଛି ତେବେ ଭିଡ଼ ସମୟରେ ଗାଡ଼ି ରଖିବାକୁ ତାହା ପର୍ଯ୍ୟାପ୍ତ ହେଉନାହିଁ। ଅଧିକାଂଶ ଲୋକ ମାର୍କେଟ ମୁଖ୍ୟ ଗେଟ୍‌ ସମ୍ମୁଖରେ ଏବଂ କେଶରୀ ମଲ୍‌ ପାଖରେ ଗାଡ଼ି ରଖୁଥିବାରୁ ଯାତାୟାତ ସମସ୍ୟା ସୃଷ୍ଟି ହେଉଛି। ହାତଗଣତି କେତେକ ବଡ଼ ଶୋ’ରୁମ୍‌କୁ ବାଦ୍‌ଦେଲେ ମାର୍କେଟରେ ଅଗ୍ନିନିର୍ବାପକ ବ୍ୟବସ୍ଥା ନାହିଁ। ନିକଟରେ ଥିବା ବିଏମ୍‌ସି କେଶରୀ ମଲ୍‌ରେ ୨ଥର ଶର୍ଟସର୍କିଟ୍‌ରୁ ନିଆଁ ଲାଗି ସାରିଲାଣି। ଏପରିକି ମାର୍କେଟରେ ଥିବା ଉଷା ଶୋ’ରୁମ୍‌ରେ ମଧ୍ୟ କିଛି ମାସ ତଳେ ନିଆଁ ଲାଗିଥିଲା। ହେଲେ ଆସୋସିଏଶନ୍‌ କିମ୍ବା ବିଏମ୍‌ସି କେହି ବି ମାର୍କେଟର ସୁରକ୍ଷା ନେଇ ପଦକ୍ଷେପ ନେଉ ନାହାନ୍ତି। ବଡ଼ଧରଣର ନିଆଁ ଲାଗିଲେ ବା ଦୁର୍ଘଟଣା ଘଟିଲେ ମାର୍କେଟ ବିଲ୍ଡିଂ ଭିତରକୁ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡ଼ି ପଶି ପାରିବ ନାହିଁ। କେବଳ ସେତିକି ନୁହେଁ, ମାର୍କେଟରେ ଯେତିକି ଲାଇଟ୍‌ ଲାଗିବା କଥା ତାହା ମଧ୍ୟ ନାହିଁ। ମାର୍କେଟର ରକ୍ଷଣାବେକ୍ଷଣ ଠିକ୍‌ ଭାବେ ହେଉ ନ ଥିବାରୁ ଏଭଳି ଦୁର୍ଦ୍ଦଶା ହୋଇଛି। ସେହିପରି ବିଶ୍ୱକପ୍‌ ହକି ସମୟରେ ମାର୍କେଟର ଭିତରେ ବସିବା ପାଇଁ କିଛି ଚୌକି ନିର୍ମାଣ କରାଯାଇଥିଲା। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ସେଥିରୁ କେତେକ ଭାଙ୍ଗି ଗଲାଣି। ଗତ କିଛିଦିନ ହେବ ମାର୍କେଟର ରକ୍ଷଣାବେକ୍ଷଣ ଦାୟିତ୍ୱ ବିଏମ୍‌ସି ଆସୋସିଏଶନ୍‌କୁ ଦେଇଛି। ମାତ୍ର ସମସ୍ୟା ଓ ଅବ୍ୟବସ୍ଥା ବଢ଼ିଯାଇଥିବାରୁ ବିଏମ୍‌ସି ସହଯୋଗ କରିବା ଆବଶ୍ୟକ ବୋଲି ଆସୋସିଏଶନ୍‌ ପକ୍ଷରୁ କୁହାଯାଇଛି।

ବିଏମ୍‌ସି ମାର୍କେଟ ବିଲ୍ଡିଂରେ ଇ-ଟଏଲେଟ୍‌ କରୁ
ରାଜଧାନୀର ଏକ ପ୍ରମୁଖ ମାର୍କେଟ ହୋଇଥିଲେ ମଧ୍ୟ ମୌଳିକ ସୁବିଧା ନାହିଁ। ବିଏମ୍‌ସି ବିଭିନ୍ନ ସ୍ଥାନରେ ଇ-ଟଏଲେଟ୍‌ ନିର୍ମାଣ କରୁଛି ବୋଲି କହୁଛି, ମାତ୍ର ମାର୍କେଟ ବିଲ୍ଡିଂ ଭିତରେ ଗୋଟିଏ ବି ଟଏଲେଟ୍‌ ନାହିଁ। ତେଣୁ ଶୌଚ ପାଇଁ ପାଖରେ ଥିବା ମଲ୍‌ ଉପରେ ଆମକୁ ନିର୍ଭର କରିବାକୁ ପଡୁଛି।
– ରଶ୍ମିତା ନାୟକ, ଛାତ୍ରୀ ତଥା ଗ୍ରାହକ

ପାଣି ଧରି ଆସିବାକୁ ପଡୁଛି, ଗାଡି ରଖିବାକୁ ହଟହଟା
ମାର୍କେଟକୁ ଆସିଲେ ସାଙ୍ଗରେ ପାଣି ବୋତଲ ଧରି ଆସିବାକୁ ପଡୁଛି। ଏତେବଡ ମାର୍କେଟରେ ପିଇବା ପାଣି ବ୍ୟବସ୍ଥା ନାହିଁ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି। ସେହିପରି ପାର୍କିଂ ବ୍ୟବସ୍ଥା ନ କହିବା ଭଲ। ଯଦି ଛୁଟିଦିନରେ ମାର୍କେଟ ଆସିଛ, ତା’ହେଲେ ଷ୍ଟାଣ୍ଡରେ ଗାଡ଼ି ରଖିବାକୁ ଅଧଘଣ୍ଟାରୁ ଅଧିକ ସମୟ ଲାଗି ଯାଉଛି।
– ମାନସ ରଞ୍ଜନ ବିଶ୍ୱାଳ, କର୍ମଜୀବୀ ତଥା ଗ୍ରାହକ

ବିଏମ୍‌ସି ବ୍ୟବସ୍ଥା କରୁ, ରକ୍ଷଣାବେକ୍ଷଣ କରିବ ଆସୋସିଏଶନ
ମାର୍କେଟରେ ଏବେ ଟଏଲେଟ୍‌ ଓ ପାଣି ମୁଖ୍ୟ ସମସ୍ୟା। ପୂର୍ବରୁ ଏଠାରେ ପୋଲିସ୍‌ ଆଉଟ୍‌ପୋଷ୍ଟ ଥିଲା। କିଛି ଘଟଣା ବା ସମସ୍ୟା ହେଲେ ତୁରନ୍ତ ସେଠାରେ ଅଭିଯୋଗ କରାଯାଉଥିଲା। ମାତ୍ର ଅପରାଜିତା ଷଡ଼ଙ୍ଗୀଙ୍କ ପରେ ଏସବୁ ଉଠିଗଲା। ଏବେ ମାର୍କେଟରେ ଭଲ ପ୍ରବେଶ ଗେଟ୍‌ ନାହିଁ। ଲୋକେ ଦୁଇ ପାର୍ଶ୍ୱରେ ଗାଡ଼ି ରଖି ରାସ୍ତା ବ୍ଲକ୍‌ କରି ଦେଉଛନ୍ତି। ବିଏମ୍‌ସି ଆମଠାରୁ ଟ୍ରେଡ୍‌ ଲାଇସେନ୍ସ ଫି’ ନେଉଛି। ତେଣୁ ଲାଇଟ୍‌, ପାଣି, ଶୌଚାଳୟ ନିର୍ମାଣ କରିବା ତା’ର ଦାୟିତ୍ୱ। ଏହାପରେ ଆସୋସିଏଶନ ତାହାର ରକ୍ଷଣାବେକ୍ଷଣ କରିବ। ମାତ୍ର ମୌଳିକ ସୁବିଧା ନ ଦେଇ ସବୁକିଛି ଆସୋସିଏଶନ୍‌ ଉପରେ ଛାଡିଦେବା ଠିକ୍‌ ନୁହେଁ।
– ରଞ୍ଜିତ ମହାନ୍ତି, ଜଏଣ୍ଟ ସେକ୍ରେଟାରି, ସେଣ୍ଟ୍ରାଲ ମାର୍କେଟ ଆସୋସିଏଶନ


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri