ଟିକା ନେଇ ପୁଣି ଉଦାହରଣ ସୃଷ୍ଟିକଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ୨ା୩(ବ୍ୟୁରୋ): ସାରା ଭାରତବର୍ଷରେ ବିଶ୍ୱର ସର୍ବବୃହତ୍‌ ଟିକାକରଣ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା ନେଇ ପୁଣିଥରେ ଉଦାହରଣ ସୃଷ୍ଟିି କରିଥିବା ଟୁଇଟ୍‌କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଧର୍ମେନ୍ଦ୍ର ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି, ପ୍ରଧାନମନ୍ତ୍ରୀ ବିଶ୍ୱକୁ କରୋନାମୁକ୍ତ କରିବା ପାଇଁ ବଡ଼ ଦାୟିତ୍ୱ ନେଇଥିବା ଡାକ୍ତର ଏବଂ ବୈଜ୍ଞାନିକଙ୍କୁ ଧନ୍ୟବାଦ ଦେଇଛନ୍ତି। ବିଶ୍ୱର ସର୍ବବୃହତ୍‌ ଟିକାକରଣ ଅଭିଯାନରେ ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ ଏବଂ କରୋନା ଯୋଦ୍ଧା ଟିକା ନେବା ପରେ ଯେତେବେଳେ ଦ୍ୱିତୀୟ ପର୍ଯ୍ୟାୟରେ ସେ ଟିକା ନେଇ ପୁଣିଥରେ ଦେଶର ପ୍ରଧାନ ସେବକର ପରିଚୟ ଦେଇଛନ୍ତି।