ବଢ଼ିଲା ସୁନା, ରୁପା ଦର

ଭୁବନେଶ୍ୱର, ୨୩।୧୦(ବ୍ୟୁରୋ): ଧନ ତ୍ରୟୋଦଶୀ ବା ଧନ୍‌ ତେରସ୍‌ରେ ସୁନା ଓ ରୂପା କିଣିଲେ ଘରକୁ ଲକ୍ଷ୍ମୀଙ୍କ ବିରାଜମାନ ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଏହି ଦିନରେ ସୁନାରୂପା ବ୍ୟବସାୟ ଅଧିକମାତ୍ରାରେ ହୋଇଥାଏ। ଚଳିତବର୍ଷ ରବିବାର ଧନ୍‌ତେରସ ପଡ଼ୁଥିବାରୁ ଜୁଏଲେରୀ ଦୋକାନଗୁଡ଼ିକରେ ଶନିବାର ମଧ୍ୟ ବେଶ୍‌ ଦେଖିବାକୁ ମିଳିଥିଲା। କେହି କେହି ଶନିବାର ସନ୍ଧ୍ୟାରୁ ଧନ୍‌ତେରସ ପାଳନ କରିଛନ୍ତି।ରାଜଧାନୀ ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ରାଉରକେଲା, ବାଲେଶ୍ୱର ଏବଂ ସମ୍ବଲପୁର ଆଦି ବଡ଼ ବଡ଼ ସହରରେ ସୁନାରୂପା ବ୍ୟବସାୟ ଏଥର ରେକର୍ଡସ୍ତର ଛୁଇଁବ ବୋଲି ଗହଣା ଦୋକାନୀମାନେ ଆଶା ରଖିଛନ୍ତି। ତେବେ ଏଭଳିସ୍ଥଳେ ଶୁକ୍ରବାର ତୁଳନାରେ ଶନିବାର ସୁନା ଏବଂ ରୂପା ଦରରେ ବୃଦ୍ଧି ପାଇଛି। ୨୪ କ୍ୟାରେଟ ସୁନାର ମୂଲ୍ୟ ଭୁବନେଶ୍ୱର ଏବଂ କଟକ ଟୁଇନ୍‌ସିଟିରେ ୧୦ଗ୍ରାମ ପିଛା ୫୨ହଜାର ୧୦୦ଟଙ୍କାରେ ପହଞ୍ଚତ୍ଛି। ୨୩ କ୍ୟାରେଟ ପାଇଁ ୧୦ ଗ୍ରାମ ସୁନା ମୂଲ୍ୟ ୫୦,୩୦୦ଟଙ୍କା ଥିବାବେଳେ ୨୨କ୍ୟାରେଟ ୪୮,୨୦୦ ଟଙ୍କା ରହିଛି। ଅନ୍ୟପକ୍ଷେ ଭୁବନେଶ୍ୱରରେ ରୂପା କିଲୋଗ୍ରାମ ପିଛା ୫୯,୫୦୦ଟଙ୍କା(ଜିଏସ୍‌ଟି ସହ)ରେ ବିକ୍ରି ହେଉଛି। ପ୍ରକାଶ ଯେ, ରାଜ୍ୟ ଟିକସ, ଏକ୍ସାଇଜ୍‌ ଡ୍ୟୁଟି ଏବଂ ମେକିଂ ଚାର୍ଜକୁ ଲକ୍ଷ୍ୟରେ ରଖି ଦେଶରେ ସୁନା ଦର ପରିବର୍ତ୍ତନ ହୋଇଥାଏ। ସେହିପରି ରୂପା ମୂଲ୍ୟ ଅନ୍ତର୍ଜାତୀୟ ସ୍ତରରେ ପରିବର୍ତ୍ତନ ଦ୍ୱାରା ନିର୍ଣ୍ଣୟ କରାଯାଇଥାଏ। ଏହା ମଧ୍ୟ ଡଲାର ତୁଳନାରେ ଟଙ୍କାର ଗତି ଉପରେ ନିର୍ଭର କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri