ଅଳଙ୍କାର କିଣିବାକୁ ଆକର୍ଷଣୀୟ ସୁବିଧା

ଭୁବନେଶ୍ୱର,୨୩।୧୦: ଗତ ୨ ବର୍ଷ ପରେ ଚଳିତ ବର୍ଷ ଏକ ସୁସ୍ଥ ପରିବେଶରେ ଧନ୍‌ତେରସ ପାଳନ ପାଇଁ ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏପରିକି ଗତ ୩ ବର୍ଷ ତୁଳନାରେ ଚଳିତ ବର୍ଷର ସୁନା, ରୁପା ବହୁତ ଶସ୍ତା ରହିଛି। ସେହିଭଳି ଚଳିତ ବର୍ଷ ସଂକ୍ରମଣର ଭୟ ନ ଥିବାରୁ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବ୍ୟବସାୟୀମାନେ ମଧ୍ୟ ଆକର୍ଷଣୀୟ ଅଫର ସାଙ୍ଗକୁ ଅନେକ ସୁବିଧା ଓ ବ୍ୟବସ୍ଥା କରିଛନ୍ତି। ସେହିପରି ଆକର୍ଷଣୀୟ ରଙ୍ଗବେରଙ୍ଗର ଆଲୋକରେ ମଧ୍ୟ ପ୍ରତିଷ୍ଠାନଗୁଡ଼ିକୁ ସଜାଇ ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀମାନେ ରହିଥିବା ବେଳେ ଗ୍ରାହକ ମଧ୍ୟ ବ୍ୟବସାୟ ଅନୁଷ୍ଠାନଗୁଡିକର ସୁବିଧା ଓ ଅଫରକୁ ନଜରରେ ରଖି କିଣାକିଣି ପାଇଁ ବାହାରୁଛନ୍ତି। ଚଳିତ ବର୍ଷ ସୁନାର ଦର ୪୫ରୁ ୪୮ ହଜାର ମଧ୍ୟରେ ଥିବାରୁ ସବୁ ବର୍ଗର ଲୋକ ସୁନା କିଣୁଥିବା ବେଳେ କିଲୋ ପ୍ରତି ୬୫ ହଜାର ଟଙ୍କା ମଧ୍ୟରେ ରୁପା ଏବଂ ୧୫ ହଜାରରୁ ହୀରା ମୂଲ୍ୟ ଆରମ୍ଭ ହେଉଛି। ଉଲ୍ଲେଖଯୋଗ୍ୟ, ଗ୍ରାହକଙ୍କ ମନ ପସନ୍ଦର ଅଳଙ୍କାର ସାଙ୍ଗକୁ ଆକର୍ଷଣୀୟ ଅଫର ଓ ଉପହାର ମଧ୍ୟ ବ୍ୟବସାୟୀଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ବିଶେଷକରି ସହରର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଜେ ଆଣ୍ଡ ଟି ଜୁଏଲର୍ସ, ବିଶନଦୟାଲ ଜୁଏଲର୍ସ, ରୀତା ଜୁଏଲର୍ସ, ହିନ୍ଦୁସ୍ଥାନ ଜୁଏଲର୍ସ, ସୁଭାଷ ଜୁଏଲର୍ସ ଏବଂ ରୀତା ଆଣ୍ଡ ସନ୍ସ ଭଳି ଅଳଙ୍କାର ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ ଚଳିତ ବର୍ଷର ପାର୍ବଣ ସାଙ୍ଗକୁ ଧନ୍‌ତେରସ ପାଇଁ ନୂଆ ନୂଆ ଗହଣାର ଡିଜାଇନ ସହ ଭଳିକି ଭଳି ସୁବିଧା ଓ ରିହାତି ମଧ୍ୟ ପ୍ରଦାନ କରାଯାଉଛି। ଏପରିକି ଗ୍ରାହକଙ୍କୁ ବୀମା ଭଳି ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛିି।
ଏହି ପରିପ୍ରେକ୍ଷୀରେ ରୀତା ଆଣ୍ଡ ସନ୍ସର ସ୍ବତ୍ୱାଧିକାରୀ ଅଶ୍ୱିନୀ କୁମାର ପାତ୍ର କହିଛନ୍ତି, ଚଳିତ ବର୍ଷର ଧନ୍‌ତେରସ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ସୁନାଗହଣା ସାଙ୍ଗକୁ ରୁପା ଅଳଙ୍କାର ସୁଲଭ ମୂଲ୍ୟ ସାଙ୍ଗକୁ ସୁବିଧା ମଧ୍ୟ ଗ୍ରାହକଙ୍କୁ ଯୋଗାଇ ଦିଆଯାଉଛି। ଏହି ଅଫର ୨୭ ଅକ୍ଟୋବର ପର୍ଯ୍ୟନ୍ତ ଉପଲବ୍ଧ ରହିବ। ସେହିଭଳି ହିନ୍ଦୁସ୍ଥାନ ଜୁଏଲର୍ସ ପକ୍ଷରୁ କୁହାଯାଇଛି ଯେ ଧନ୍‌ତେରସ ଉପଲକ୍ଷେ ଆକର୍ଷଣୀୟ ଅଫର ସାଙ୍ଗକୁ ଉପହାର ମଧ୍ୟ ଗ୍ରାହକଙ୍କୁ ଦିଆଯାଉଛି। ସେହିପରି ଜେ ଆଣ୍ଡ ଟି ଜୁଏଲର୍ସର ସୂଚନା ଅନୁସାରେ ଧନ୍‌ତେରସ ପାଇଁ ଆକର୍ଷଣୀୟ ଡିଜାଇନ ଓ ନୂତନ ଉତ୍ପାଦ ମଧ୍ୟ ଗ୍ରାହକଙ୍କ ଲାଗି ଅଣାଯାଇଛି। ଏପରିକି ଅଫର ଓ ଉପହାର ମଧ୍ୟ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଦାନ କରାଯାଉଛି। ଅପରପକ୍ଷରେ ସୁଭାଷ ଜୁଏଲର୍ସ ପକ୍ଷରୁ କୁହାଯାଇଛି , ଧନ୍‌ତେରସ ଓ ଦୀପାବଳି ପାଇଁ ଅନେକ ପ୍ରକାର ଗହଣା ଉପଲବ୍ଧ ସାଙ୍ଗକୁ ଅଫର ଓ ରିହାତି ମଧ୍ୟ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?