ସବୁ ଅଟୋ ପଛରେ ଲାଗିବ ଦର ସାରଣୀ

ପୁରୀ ଅଫିସ,୬।୬: ଅଟୋରେ ଲାଗିବ ଦର ତାଲିକା। ଅଟୋ ଚାଳକମାନେ ମନମୁତାବକ ଦର ନେଇପାରିବେ ନାହିଁ। ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଭିନ୍ନ ଭିନ୍ନ ଅଟୋ ଚାଳକ ଭିନ୍ନ ଭିନ୍ନ ଦର ନେଉଥିବା ବେଳେ ଯାତ୍ରୀମାନେ ଶୋଷଣର ଶିକାର ହେଉଥିଲେ। ଏନେଇ ବାରମ୍ବାର ଅଭିଯୋଗ ସାମ୍ନାକୁ ଆସିବା ପରେ ପୁରୀ ପୋଲିସ ଅଟୋ ଚାଳକଙ୍କ ସହ ସମନ୍ବୟ ବୈଠକ କରି ଦର ତାଲିକା ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛି। ରଥଯାତ୍ରା ସମୟରେ ଯାତ୍ରୀଙ୍କୁ ଲୁଟପାଟ୍‌ରୁ ରକ୍ଷା କରିବା ଉଦ୍ଦେଶ୍ୟରେ ଏହି ରେଟ୍‌ ଚାର୍ଟ ପ୍ରସ୍ତୁତ କରାଯାଇଛି। ରେଟ ଚାର୍ଟ ଅନୁଯାୟୀ, ରେଳଷ୍ଟେଶନରୁ ବାଲିଘାଟ ଯିବା ପାଇଁ ୧୫୦ ଟଙ୍କା, ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଯିବାକୁ ଶହେ ଟଙ୍କା ଓ ମଙ୍ଗଳାଘାଟକୁ ଯିବା ଲାଗି ୧୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହିଭଳି ୪୧ଟି ରୁଟ୍‌ ନିର୍ଦ୍ଧାରିତ ହୋଇଛି। ନିର୍ଦ୍ଧାରିତ ଦରଠାରୁ ଅଧିକ ଟଙ୍କା ନିଆଯାଇପାରିବ ନାହିଁ ବୋଲି ପୋଲିସ ପ୍ରଶାସନ ସ୍ପଷ୍ଟ କରିଛି। ପୋଲିସ ସହ ବୈଠକରେ କୁହାଯାଇଛି ଯେ, ପୁରୀକୁ ବହୁ ଭକ୍ତଙ୍କ ଆଗମନ ହେଉଛି। ଏହାକୁ ଦୃଷ୍ଟିରେ ରଖି ଦର ତାଲିକା ପ୍ରସ୍ତୁତ ହୋଇଛି। ସେହିଭଳି ଅଟୋ ଆସୋସିଏଶନ୍‌ ପୁରୀ ଅଟୋଚାଳକଙ୍କୁ ଯାତ୍ରୀଙ୍କ ସହ ଉତ୍ତମ ବ୍ୟବହାର କରିବା ନେଇ ସଚେତନ କରାଇବ। ରଥଯାତ୍ରା ସମୟରେ ଯାତ୍ରୀଙ୍କୁ ସହଯୋଗ ମନୋଭାବ ନେଇ କାର୍ଯ୍ୟ କରିବ। ପୁରୀ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଦ୍ୱାରା ଧାର୍ଯ୍ୟ ଅଟୋ ଭଡ଼ାଠାରୁ ଅଧିକ ଭଡ଼ା ଯାତ୍ରୀଙ୍କଠାରୁ ଆଦାୟ କରାଯିବ ନାହିଁ। ଦର ତାଲିକା ଅଟୋରେ ଲଗାଯିବ। ଫଳରେ ଯାତ୍ରୀମାନେ ତାଲିକା ଦେଖି ଅଟୋ ଭଡ଼ା ଦେଇପାରିବେ। ସବୁ ଅଟୋ ଆଗରେ ଷ୍ଟିକର ସହାୟତାରେ ପୁରୀ ପୋଲିସ ପକ୍ଷରୁ ଜାରି ଟୁରିଷ୍ଟ ହେଲ୍ପ ଲାଇନ୍‌ ନମ୍ବର (୬୩୭୦୯୬୭୧୦୦) ଲଗାଯିବ। କୌଣସି ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଲେ, ତୁରନ୍ତ ଏନେଇ ସୂଚନା ଦେଇପାରିବେ। ଅଟୋ ସମ୍ପର୍କିତ ସମସ୍ୟା ଦାୟିତ୍ୱରେ ଟ୍ରାଫିକ୍‌ ଡିଏସ୍‌ପି ମନୋବ୍ରତ ଶତପଥୀ ନୋଡାଲ୍‌ ଅଫିସର ଭାବେ କାର୍ଯ୍ୟ କରିବେ। ଅଟୋ ଚାଳକ ସଂଘ ସହ ହୋଇଥିବା ବୈଠକରେ ଅତିରିକ୍ତ ଏସ୍‌ପି ମିହିର ପଣ୍ଡା, ସିଟି ଡିଏସ୍‌ପି ଜନାର୍ଦ୍ଦନ ପାଢ଼ୀ, ଟ୍ରାଫିକ୍‌ ଡିଏସ୍‌ପି ମନୋବ୍ରତ ଶତପଥୀ ଏବଂ ଅନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ଦର ସାରଣୀ ସମ୍ପର୍କରେ ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ ସମୀର କୁମାର ଦଳାଇ କହିଛନ୍ତି, ଅଟୋ ଚାଳକମାନେ ଯାତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ଅନେକ ସମୟରେ ସାମ୍ନାକୁ ଆସୁଛି। ଅଧିକାଂଶ ବଚସା କେବଳ ଅଟୋ ଭଡ଼ାକୁ ନେଇ ହେଉଛି। ଏଣୁ ଆର୍‌ଟିଓ ଏବଂ ପୋଲିସ ପ୍ରଶାସନର ମିଳିତ ଉଦ୍ୟମରେ ଏଭଳି ସମସ୍ୟାର ସମାଧାନ କରାଯାଇଛି। ଏବେ ଯାତ୍ରୀମାନେ ଅଟୋ ପଛରେ ଲାଗିଥିବା ଦରସାରଣୀ ଦେଖି ଭଡ଼ା ପଇଠ କରିବେ। କୌଣସି ସମସ୍ୟା ହେଲେ ଟୁରିଷ୍ଟ ହେଲ୍ପ ଲାଇନ୍‌ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri