ପଟ୍ଟଚିତ୍ର ଗାଁ ବୁଲିଲେ ସିଙ୍ଗାପୁର ରାଷ୍ଟ୍ରପତି

ଭୁବନେଶ୍ୱର,୧୮।୧: ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ ଆଜିକାଲି ଓଡ଼ିଶା ଗସ୍ତରେ ଅଛନ୍ତି। ଶନିବାର ସେ ପଟ୍ଟଚିତ୍ର ଗାଁ ଭାବେ ପରିଚିତ ରଘୁରାଜପୁରରେ ପହଞ୍ଚିଛନ୍ତି। ଥର୍ମନ ଗାଁ ବୁଲି ଥିଲେ। ଲୋକଙ୍କ ଘରେ ପଟ୍ଟଚିତ୍ର ଡେମୋ ଦେଖିବା ସହ ଆଲୋଚନା କରିଥିଲେ। ମ୍ୟୁଜିୟମ ସହ ପ୍ରଦର୍ଶନୀ ପଡ଼ିଆରେ ପଟ୍ଟଚିତ୍ର ଦେଖିଛନ୍ତି।
ଏହାପୂର୍ବରୁ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ ଶୁକ୍ରବାର ଭୁବନେଶ୍ୱରସ୍ଥିତ ହସ୍ତଶିଳ୍ପ ସଂଗ୍ରହାଳୟ କଳାଭୂମିରେ ଦୀର୍ଘ ୪ ଘଣ୍ଟା ସମୟ ବିତାଇ ଓଡ଼ିଶାର କଳା, ହସ୍ତତନ୍ତ ଓ ହସ୍ତଶିଳ୍ପର ଉଚ୍ଚ ପ୍ରଶଂସା କରିଛନ୍ତି। ସା ୭ଟା ୩୦ରୁ ୧୧ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ସେ ସେଠାରେ ସମୟ ଅତିବାହିତ କରିଥିଲେ। ଏହି ଅବସରରେ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। କଳାଭୂମିର ବିଭିନ୍ନ ଗ୍ୟାଲେରି ପରିଦର୍ଶନ କରି ରାଷ୍ଟ୍ରପତି ଶନ୍ମୁଗରତ୍ନମ ଓଡ଼ିଶାର କଳା, ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଦେଖିଥିଲେ। ଜଗନ୍ନାଥ ଗ୍ୟାଲେରିରେ ସେ ବେଶ୍‌ କିଛି ସମୟ ବିତାଇ ଓଡ଼ିଶାର ଆଧ୍ୟାତ୍ମିକ ଚେତନା ଓ ପରମ୍ପରାର ମଧ୍ୟ ପ୍ରଶଂସା କରିଥିଲେ। ଏହି ଅବସରରେ ରାଷ୍ଟ୍ରପତିଙ୍କ ପତ୍ନୀ ଏକ ଶାଢ଼ି କିଣି ୟୁପିଆଇ ମାଧ୍ୟମରେ ଟଙ୍କା ଦେଇଥିଲେ। ସୂଚନାଯୋଗ୍ୟ, ଏକ ସହଜ ଓ ସରଳ ଦେୟ ପ୍ରଦାନ ବ୍ୟବସ୍ଥା ଭାବେ ଭାରତର ଏହି ଡିଜିଟାଲ ପେମେଣ୍ଟ ସାରା ପୃଥିବୀରେ ପ୍ରସିଦ୍ଧି ଅର୍ଜନ କରିଛି। ଏହି ଅବସରରେ ରାଷ୍ଟ୍ରପତି ସେଠାରେ ରାତ୍ରିଭୋଜନ କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିଥିଲେ। ଏଥିରେ ରାଷ୍ଟ୍ରପତିଙ୍କୁ ପାରମ୍ପରିକ ଓଡ଼ିଆ ଖାଦ୍ୟ ପରସା ଯାଇଥିଲା। ରାଷ୍ଟ୍ରପତି ଶନ୍ମୁଗରତ୍ନମ ଓଡ଼ିଶାର ଖାଦ୍ୟ ଅତ୍ୟନ୍ତ ସ୍ବାଦିଷ୍ଟ ବୋଲି ସେ ମନ୍ତବ୍ୟ ଦେଇଥିଲେ। ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କ ଉଦ୍ଦେଶ୍ୟରେ ଓଡ଼ିଶୀ ନୃତ୍ୟ ସହିତ ଓଡ଼ିଶା ଓ ସିଙ୍ଗାପୁରର ଏକ ଫ୍ୟୁଜନ ନୃତ୍ୟ ପରିବେଷଣ କରାଯାଇଥିଲା। ରାଷ୍ଟ୍ରପତି ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ମଧ୍ୟ ଭୂୟସୀ ପ୍ରଶଂସା କରିଥିଲେ।
ଅନ୍ୟପକ୍ଷରେ ସିଙ୍ଗାପୁର ରାଷ୍ଟ୍ରପତି ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ବିଭିନ୍ନ କ୍ଷେତ୍ରରେ ୮ଟି ଏମଓୟୁ ସ୍ବାକ୍ଷରିତ ହୋଇଛି ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବଡ଼ ଟ୍ରେନ ଦୁର୍ଘଟଣା: ୧୩ ମୃତ୍ୟୁ, ଟ୍ରେନ୍‌ରେ ଥିଲେ ୨୪୧ ଯାତ୍ରୀ

ମେକ୍ସିକୋ,୨୯।୧୨: ମେକ୍ସିକୋରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଦେଶର ଓଆକ୍ସାକା ରାଜ୍ୟରେ ଏକ ଅନ୍ତଃସାଗରୀୟ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri