ଶ୍ରୀଜିଉଙ୍କ ଦର୍ଶନ ସାରି କୋଣାର୍କରେ ପହଞ୍ଚିଲେ ରାଷ୍ଟ୍ରପତି

କୋଣାର୍କ,୨୨।୩(ଡି.ଏନ୍‌.ଏ.): ଶ୍ରୀଜିଉଙ୍କ ଦର୍ଶନ ସାରି କୋଣାର୍କରେ ସୋମବାର ପୂର୍ବାହ୍ନରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ସସ୍ତ୍ରୀକ ସୂର୍ଯ୍ୟମନ୍ଦିର ଦର୍ଶନ କରିଛନ୍ତି। ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆସିଛନ୍ତି।
ଆଜି ପୂର୍ବାହ୍ନ ୯ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ସ୍ବତନ୍ତ୍ର ହେଲିକେପ୍ଟରରେ ପୁରୀରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ସେଠାରେ ଗଜପତି ମହାରାଜ ଓ ପୁରୀ ବିଧାୟକ ପ୍ରମୁଖ ସ୍ବାଗତ କରିଥିଲେ। ଏହି ଗସ୍ତ ସମୟରେ ରାଷ୍ଟ୍ରପତିଙ୍କ ସହ ତାଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ, ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଶ୍ରୀମନ୍ଦିର ଭିତରକୁ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀମନ୍ଦିର ବିକାଶ ପାଇଁ ନିଜ ଦରମାରୁ ୧ ଲକ୍ଷ ଟଙ୍କା ଦାନ କରିଥିଲେ। ରାଷ୍ଟ୍ରପତି ଶ୍ରୀମନ୍ଦିରରେ ପ୍ରାୟ ୪୦ ମିନିଟ୍‌ ସମୟ ଅତିବାହିତ କରିଥିଲେ।