ଧର୍ମବଳ

ଅଲେଖ ଚନ୍ଦ୍ର ମିଶ୍ର

କୌଣସି ଏକ ଗ୍ରାମରେ ବାସ କରୁଥିଲେ ଜଣେ କୁଳୀନ ପଣ୍ଡିତ। ଦୁର୍ଭାଗ୍ୟକୁ ସେ ଖୁବ୍‌ ଦରିଦ୍ର ଥିଲେ। ଥରେ ସେ ଗ୍ରାମରେ ଏକ ଯଜ୍ଞ ଅନୁଷ୍ଠିତ ହେଲା। ନବଦିନବ୍ୟାପୀ ଯଜ୍ଞକୁ ଲୋକେ ଖୁବ୍‌ ଆନନ୍ଦ, ଉତ୍ସାହରେ ପାଳନ କଲେ। ଯଜ୍ଞ ଶେଷ ହେବାର ଦୁଇତିନି ଦିନ ପରେ ଗ୍ରାମର ଜଣେ ମହିଳା ନିକଟସ୍ଥ ନଦୀକୁ ପାଣି ଆଣିବାକୁ ଯାଇଥିବା ବେଳେ ହଠାତ୍‌ ବର୍ଷା ଆସିଯିବାରୁ ଆଶ୍ରୟ ପାଇଁ ସେ ପରିତ୍ୟକ୍ତ ଯଜ୍ଞ ଗୃହ ଭିତରକୁ ପଶିଗଲେ। କିଛି ସମୟ ଧରି ବର୍ଷା ଲାଗି ରହିଲା। ତାଙ୍କୁ ପରିସ୍ରା ଲାଗିଲା। କୁଆଡ଼େ ଯାଇ ନ ପାରି ସେ ଯଜ୍ଞକୁଣ୍ଡରେ ପରିସ୍ରା କରିଦେଲେ। ଆଶ୍ଚର୍ଯ୍ୟର କଥା ଯଜ୍ଞକୁଣ୍ଡରେ ଦେଖାଗଲା ଏକ ମୂଲ୍ୟବାନ ସ୍ବର୍ଣ୍ଣମୁଦ୍ରା। ଆଗ୍ରହରେ ତାକୁ ଉଠେଇନେଇ ବର୍ଷାରେ ଓଦା ହୋଇ ବି ସେ ଘରକୁ ଚାଲି ଆସିଲେ। ଘର ଲୋକମାନେ ବି ଉତ୍ସାହିତ ହୋଇ ସେୟା କଲେ। କାନରୁ କାନ ହୋଇ କଥାଟା ସାରା ଗାଁରେ ବ୍ୟାପିଗଲା। ସମସ୍ତେ ଯଜ୍ଞକୁଣ୍ଡରେ ପରିସ୍ରା କରି ସ୍ବର୍ଣ୍ଣମୁଦ୍ରା ସଂଗ୍ରହ କଲେ। ସେ କଥା ପଣ୍ଡିତିଆଣୀ ଶୁଣିଲେ। ଖୁବ୍‌ ଆଗ୍ରହରେ ପଣ୍ଡିତଙ୍କୁ ଜଣେଇଲେ। ଚାଲ ଆମେ ସେ ଯଜ୍ଞକୁଣ୍ଡରେ ପରିସ୍ରା କରି ସ୍ବର୍ଣ୍ଣମୁଦ୍ରା ଆଣିବା। ଆମର ଦରିଦ୍ର ଅବସ୍ଥା ଆଉ ରହିବନି। କିନ୍ତୁ ପଣ୍ଡିତେ ରୋକଠୋକ୍‌ କହିଦେଲେ ଅସମ୍ଭବ। ଏଭଳି ଅଧର୍ମ ମୁଁ କରି ପାରିବିନି। ଗ୍ରାମବାସୀଙ୍କର ସେ ପାପକର୍ମ ପଣ୍ଡିତଙ୍କୁ ଖୁବ୍‌ ବାଧିଲା। ସେଭଳି ପାପୀଙ୍କ ସହିତ ରହିବାକୁ ସେ ଆଉ ଚାହିଁଲେନି। ହଠାତ୍‌ ଦିନେ ସପତ୍ନୀକ ଗାଁ ଛାଡିଲେ। ସେ ଗାଁର ସୀମା ଟପିଛନ୍ତି କି ନାହିଁ ଭୀଷଣ କୋଳାହଳ ଶୁଣି ଫେରି ଚାହିଁଲେ। ଭୟଙ୍କର ନିଆଁରେ ସାରା ଗାଁ ହୁତ୍‌ହୁତ୍‌ ହୋଇ ଜଳୁଥିଲା। ଲୋକମାନେ ବିକଳରେ ଇତସ୍ତତଃ ଧାଉଁଥିଲେ। କିଛି ସମୟ ପରେ ସବୁ ଘରଦ୍ୱାର, ଧନସମ୍ପଦ ପୋଡି ପାଉଁଶ ହୋଇଗଲା। କାଣୀ କଉଡିଟିଏ ବି ଉଦ୍ଧାର ହୋଇ ପାରିଲାନି। କେବଳ ପଣ୍ଡିତଙ୍କ ଘରଟି ଅକ୍ଷତ ରହିଥାଏ। ପଣ୍ଡିତେ ସ୍ତ୍ରୀଙ୍କର ମୁହଁକୁ ଚାହିଁଲେ। ଦୁଃଖରେ ଅଭିଭୂତ ପଣ୍ଡିତିଆଣୀ ପଣ୍ଡିତଙ୍କ ହାତକୁ ଧରି କହିଲେ, ଆଉ ମୋତେ କିଛି ବୁଝେଇବା ଦରକାର ନାହିଁ। ଗାଁକୁ ଫେରିଚାଲ। ଏଠିକାର ଲୋକଙ୍କୁ ବାଟକୁ ଆଣିବା ପାଇଁ ତୁମର ଆବଶ୍ୟକତା ରହିଛି। ସେତେବେଳକୁ ଗାଁବାଲା ବି ତାଙ୍କ ଆଡ଼କୁ ଆସୁଥିଲେ।
ଏ କାହାଣୀଟିକୁ କେହି କେହି କାଳ୍ପନିକ ଭାବିପାରନ୍ତି। କିନ୍ତୁ ଦୈନନ୍ଦିନ ଜୀବନରେ ନିଜେ ଶୁଣୁଥିବା, ଦେଖୁଥିବା ଅଥବା ଭୋଗୁଥିବା ଘଟଣାକୁ ତ ଅବିଶ୍ୱାସ କରିପାରିବେନି। ଆଜିକାଲି ଗାଧୁଆଘରେ ଗୋଡ଼ ଖସି ପଡିଯିବା ଏକ ସାଧାରଣ ଘଟଣା। କିନ୍ତୁ ସେଥିରେ କାହାର ମୃତ୍ୟୁ ହୋଇଯାଏ ତ କିଏ ଭୟଙ୍କର ଭାବରେ ଆହତ ହୋଇ ମାସ ମାସ ଧରି ଶଯ୍ୟାଶାୟୀ ହୁଏ। ଅନ୍ୟ କେହି ସାମାନ୍ୟ ଆଘାତ ପାଇ ଘରୋଇ ଯତ୍ନରେ ଭଲ ହୋଇଯାଏ। ଏକା ବସ୍‌ରେ ଅନେକ ଯାତ୍ରୀ ଯାଉଥିବେ। ହଠାତ୍‌ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହେଲେ କେହି ସେଇଠି ମରିଯାଏ। କେହି ଆଜୀବନ ବିକଳାଙ୍ଗ ହୋଇଯାଏ ତ କେହି ସାମାନ୍ୟ କ୍ଷତିଗ୍ରସ୍ତ ହୁଏ। ବେଳେ ବେଳେ ମାରାତ୍ମକ ଦୁର୍ଘଟଣାର ଶିକାର ହୋଇ ସାରା ପରିବାର ନିଶ୍ଚିହ୍ନ ହୋଇଗଲେ ବି ଶିଶୁଟିଏ ବା ବୃଦ୍ଧା/ବୃଦ୍ଧଟିଏ ବଞ୍ଚି ରହନ୍ତି। ଏଭଳି ଅନେକ କ୍ଷେତ୍ରରେ ଘଟଣା ଏକ ହେଲେ ବି ତା’ର ପରିଣାମ ଅନେକ। ଏମିତି କାହିଁକି ହୁଏ? ଜଣେ ଜଣେ ଲୋକ (ସ୍ତ୍ରୀ ବା ପୁରୁଷ) ଥାନ୍ତି ଯାହା ପାଇଁ ପରିବାରରେ ଧନସମ୍ପତ୍ତି ମାଡିଯାଏ। ସେ ଚାଲିଗଲା ପରେ କ୍ରମେ ସବୁ ଉଭେଇଯାଏ। ଏପରି ଘଟଣାସମୂହକୁ କେହି କେହି କର୍ମଫଳ, କେହି ଦଇବ ଦଣ୍ଡ ଓ ଅନ୍ୟ କେହି ଭାଗ୍ୟର ବିଡ଼ମ୍ବନା ବୋଲି କହିଥାନ୍ତି। ଏହି ସବୁ ସମ୍ଭାବନାର ମୂଳରେ ଥାଏ ଧର୍ମବଳ ଯାହା ସବୁଠାରୁ ଅଧିକ ପ୍ରଭାବଶାଳୀ। ମହାଭାରତର ବନପର୍ବରେ ବର୍ଣ୍ଣିତ ଯୁଧିଷ୍ଠିର-ଯକ୍ଷ ସମ୍ବାଦରେ ଅମିତ ପରାକ୍ରମଶାଳୀ ପାଣ୍ଡବ ଚାରିଭାଇ ଧର୍ମବଳକୁ ଅବମାନନା କରି ମୃତ୍ୟୁମୁଖରେ ପଡିଥିବା ବେଳେ ଧର୍ମରାଜ ଯୁଧିଷ୍ଠିରଙ୍କର ଧର୍ମବଳ ହିଁ ସେମାନଙ୍କୁ ଜୀବନ ଦାନ ଦେଇଥିଲା। ଧର୍ମ ଯୋଗୁ ପ୍ରଭୁ ଶ୍ରୀରାମ ଲଙ୍କା ଜୟ କରିଥିଲେ। ରାଜା ହରିଶ୍ଚନ୍ଦ୍ର ସ୍ବଦେହରେ ସ୍ବର୍ଗାରୋହଣ କରିଥିଲେ।
ତେବେ ଧର୍ମ କ’ଣ? ଧର୍ମର ଅର୍ଥ ଅତି ଗୂଢ଼ ଓ ପରିସର ବ୍ୟାପକ। ଧର୍ମସ୍ୟ ତତ୍ତ୍ୱଂ ନିହିତଂ ଗୁହାୟାଂ ମହାଜନୋ ଯେନ ଗତଃ ସ ପନ୍ଥା। ମହାଜନ (ପ୍ରତି ଯୁଗର ଅବତାରୀ ପୁରୁଷ ବା ପୁରୁଷୋତ୍ତମ- ଏମାନେ କୌଣସି ଯୁଗରେ ଦୁଇଜଣ ନ ଥାନ୍ତି, ତେଣୁ ଏକବଚନରେ ବ୍ୟବହାର କରାଯାଇଛି) ଯେଉଁ ପଥ ଦେଇ ଯାଆନ୍ତି, ବା ସେ ନିଜେ ଆଚରଣ କରି ଆମକୁ ଯାହା ଶିଖାଇଦିଅନ୍ତି, ଆମେ ନିଃସନ୍ଦେହରେ ତାହାକୁ ଅନୁସରଣ କରିବା ଉଚିତ। ତାହା ହିଁ ଧର୍ମର ପଥ। କିନ୍ତୁ ଆଜିକାଲି ପୂଜ୍ୟପୂଜାରେ ବ୍ୟତିକ୍ରମ ଓ ବେଖାତିର ମନୋଭାବ ଯୋଗୁ ଧାର୍ମିକ ଚିନ୍ତାଧାରାରେ ଦ୍ରୁତ ଅବକ୍ଷୟ ଘଟିଚାଲିଛି ଯାହାର କୁପରିଣାମ ଅନେକ ଅଜଣା ବ୍ୟାଧି, ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ଅସନ୍ତୁଳନ ଇତ୍ୟାଦି ସୃଷ୍ଟି କରୁଛି। ସେଥିରୁ ରକ୍ଷା ପାଇବାର ଉପାୟ କେବଳ ଧର୍ମବଳ।
ସାରଦାଶ୍ରୀ,୯୦୪ ଶାସ୍ତ୍ରୀନଗର, ୟୁନିଟ-୪, ଭୁବନେଶ୍ୱର, ମୋ-୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri