ଧର୍ମବଳ

ଅଲେଖ ଚନ୍ଦ୍ର ମିଶ୍ର

କୌଣସି ଏକ ଗ୍ରାମରେ ବାସ କରୁଥିଲେ ଜଣେ କୁଳୀନ ପଣ୍ଡିତ। ଦୁର୍ଭାଗ୍ୟକୁ ସେ ଖୁବ୍‌ ଦରିଦ୍ର ଥିଲେ। ଥରେ ସେ ଗ୍ରାମରେ ଏକ ଯଜ୍ଞ ଅନୁଷ୍ଠିତ ହେଲା। ନବଦିନବ୍ୟାପୀ ଯଜ୍ଞକୁ ଲୋକେ ଖୁବ୍‌ ଆନନ୍ଦ, ଉତ୍ସାହରେ ପାଳନ କଲେ। ଯଜ୍ଞ ଶେଷ ହେବାର ଦୁଇତିନି ଦିନ ପରେ ଗ୍ରାମର ଜଣେ ମହିଳା ନିକଟସ୍ଥ ନଦୀକୁ ପାଣି ଆଣିବାକୁ ଯାଇଥିବା ବେଳେ ହଠାତ୍‌ ବର୍ଷା ଆସିଯିବାରୁ ଆଶ୍ରୟ ପାଇଁ ସେ ପରିତ୍ୟକ୍ତ ଯଜ୍ଞ ଗୃହ ଭିତରକୁ ପଶିଗଲେ। କିଛି ସମୟ ଧରି ବର୍ଷା ଲାଗି ରହିଲା। ତାଙ୍କୁ ପରିସ୍ରା ଲାଗିଲା। କୁଆଡ଼େ ଯାଇ ନ ପାରି ସେ ଯଜ୍ଞକୁଣ୍ଡରେ ପରିସ୍ରା କରିଦେଲେ। ଆଶ୍ଚର୍ଯ୍ୟର କଥା ଯଜ୍ଞକୁଣ୍ଡରେ ଦେଖାଗଲା ଏକ ମୂଲ୍ୟବାନ ସ୍ବର୍ଣ୍ଣମୁଦ୍ରା। ଆଗ୍ରହରେ ତାକୁ ଉଠେଇନେଇ ବର୍ଷାରେ ଓଦା ହୋଇ ବି ସେ ଘରକୁ ଚାଲି ଆସିଲେ। ଘର ଲୋକମାନେ ବି ଉତ୍ସାହିତ ହୋଇ ସେୟା କଲେ। କାନରୁ କାନ ହୋଇ କଥାଟା ସାରା ଗାଁରେ ବ୍ୟାପିଗଲା। ସମସ୍ତେ ଯଜ୍ଞକୁଣ୍ଡରେ ପରିସ୍ରା କରି ସ୍ବର୍ଣ୍ଣମୁଦ୍ରା ସଂଗ୍ରହ କଲେ। ସେ କଥା ପଣ୍ଡିତିଆଣୀ ଶୁଣିଲେ। ଖୁବ୍‌ ଆଗ୍ରହରେ ପଣ୍ଡିତଙ୍କୁ ଜଣେଇଲେ। ଚାଲ ଆମେ ସେ ଯଜ୍ଞକୁଣ୍ଡରେ ପରିସ୍ରା କରି ସ୍ବର୍ଣ୍ଣମୁଦ୍ରା ଆଣିବା। ଆମର ଦରିଦ୍ର ଅବସ୍ଥା ଆଉ ରହିବନି। କିନ୍ତୁ ପଣ୍ଡିତେ ରୋକଠୋକ୍‌ କହିଦେଲେ ଅସମ୍ଭବ। ଏଭଳି ଅଧର୍ମ ମୁଁ କରି ପାରିବିନି। ଗ୍ରାମବାସୀଙ୍କର ସେ ପାପକର୍ମ ପଣ୍ଡିତଙ୍କୁ ଖୁବ୍‌ ବାଧିଲା। ସେଭଳି ପାପୀଙ୍କ ସହିତ ରହିବାକୁ ସେ ଆଉ ଚାହିଁଲେନି। ହଠାତ୍‌ ଦିନେ ସପତ୍ନୀକ ଗାଁ ଛାଡିଲେ। ସେ ଗାଁର ସୀମା ଟପିଛନ୍ତି କି ନାହିଁ ଭୀଷଣ କୋଳାହଳ ଶୁଣି ଫେରି ଚାହିଁଲେ। ଭୟଙ୍କର ନିଆଁରେ ସାରା ଗାଁ ହୁତ୍‌ହୁତ୍‌ ହୋଇ ଜଳୁଥିଲା। ଲୋକମାନେ ବିକଳରେ ଇତସ୍ତତଃ ଧାଉଁଥିଲେ। କିଛି ସମୟ ପରେ ସବୁ ଘରଦ୍ୱାର, ଧନସମ୍ପଦ ପୋଡି ପାଉଁଶ ହୋଇଗଲା। କାଣୀ କଉଡିଟିଏ ବି ଉଦ୍ଧାର ହୋଇ ପାରିଲାନି। କେବଳ ପଣ୍ଡିତଙ୍କ ଘରଟି ଅକ୍ଷତ ରହିଥାଏ। ପଣ୍ଡିତେ ସ୍ତ୍ରୀଙ୍କର ମୁହଁକୁ ଚାହିଁଲେ। ଦୁଃଖରେ ଅଭିଭୂତ ପଣ୍ଡିତିଆଣୀ ପଣ୍ଡିତଙ୍କ ହାତକୁ ଧରି କହିଲେ, ଆଉ ମୋତେ କିଛି ବୁଝେଇବା ଦରକାର ନାହିଁ। ଗାଁକୁ ଫେରିଚାଲ। ଏଠିକାର ଲୋକଙ୍କୁ ବାଟକୁ ଆଣିବା ପାଇଁ ତୁମର ଆବଶ୍ୟକତା ରହିଛି। ସେତେବେଳକୁ ଗାଁବାଲା ବି ତାଙ୍କ ଆଡ଼କୁ ଆସୁଥିଲେ।
ଏ କାହାଣୀଟିକୁ କେହି କେହି କାଳ୍ପନିକ ଭାବିପାରନ୍ତି। କିନ୍ତୁ ଦୈନନ୍ଦିନ ଜୀବନରେ ନିଜେ ଶୁଣୁଥିବା, ଦେଖୁଥିବା ଅଥବା ଭୋଗୁଥିବା ଘଟଣାକୁ ତ ଅବିଶ୍ୱାସ କରିପାରିବେନି। ଆଜିକାଲି ଗାଧୁଆଘରେ ଗୋଡ଼ ଖସି ପଡିଯିବା ଏକ ସାଧାରଣ ଘଟଣା। କିନ୍ତୁ ସେଥିରେ କାହାର ମୃତ୍ୟୁ ହୋଇଯାଏ ତ କିଏ ଭୟଙ୍କର ଭାବରେ ଆହତ ହୋଇ ମାସ ମାସ ଧରି ଶଯ୍ୟାଶାୟୀ ହୁଏ। ଅନ୍ୟ କେହି ସାମାନ୍ୟ ଆଘାତ ପାଇ ଘରୋଇ ଯତ୍ନରେ ଭଲ ହୋଇଯାଏ। ଏକା ବସ୍‌ରେ ଅନେକ ଯାତ୍ରୀ ଯାଉଥିବେ। ହଠାତ୍‌ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହେଲେ କେହି ସେଇଠି ମରିଯାଏ। କେହି ଆଜୀବନ ବିକଳାଙ୍ଗ ହୋଇଯାଏ ତ କେହି ସାମାନ୍ୟ କ୍ଷତିଗ୍ରସ୍ତ ହୁଏ। ବେଳେ ବେଳେ ମାରାତ୍ମକ ଦୁର୍ଘଟଣାର ଶିକାର ହୋଇ ସାରା ପରିବାର ନିଶ୍ଚିହ୍ନ ହୋଇଗଲେ ବି ଶିଶୁଟିଏ ବା ବୃଦ୍ଧା/ବୃଦ୍ଧଟିଏ ବଞ୍ଚି ରହନ୍ତି। ଏଭଳି ଅନେକ କ୍ଷେତ୍ରରେ ଘଟଣା ଏକ ହେଲେ ବି ତା’ର ପରିଣାମ ଅନେକ। ଏମିତି କାହିଁକି ହୁଏ? ଜଣେ ଜଣେ ଲୋକ (ସ୍ତ୍ରୀ ବା ପୁରୁଷ) ଥାନ୍ତି ଯାହା ପାଇଁ ପରିବାରରେ ଧନସମ୍ପତ୍ତି ମାଡିଯାଏ। ସେ ଚାଲିଗଲା ପରେ କ୍ରମେ ସବୁ ଉଭେଇଯାଏ। ଏପରି ଘଟଣାସମୂହକୁ କେହି କେହି କର୍ମଫଳ, କେହି ଦଇବ ଦଣ୍ଡ ଓ ଅନ୍ୟ କେହି ଭାଗ୍ୟର ବିଡ଼ମ୍ବନା ବୋଲି କହିଥାନ୍ତି। ଏହି ସବୁ ସମ୍ଭାବନାର ମୂଳରେ ଥାଏ ଧର୍ମବଳ ଯାହା ସବୁଠାରୁ ଅଧିକ ପ୍ରଭାବଶାଳୀ। ମହାଭାରତର ବନପର୍ବରେ ବର୍ଣ୍ଣିତ ଯୁଧିଷ୍ଠିର-ଯକ୍ଷ ସମ୍ବାଦରେ ଅମିତ ପରାକ୍ରମଶାଳୀ ପାଣ୍ଡବ ଚାରିଭାଇ ଧର୍ମବଳକୁ ଅବମାନନା କରି ମୃତ୍ୟୁମୁଖରେ ପଡିଥିବା ବେଳେ ଧର୍ମରାଜ ଯୁଧିଷ୍ଠିରଙ୍କର ଧର୍ମବଳ ହିଁ ସେମାନଙ୍କୁ ଜୀବନ ଦାନ ଦେଇଥିଲା। ଧର୍ମ ଯୋଗୁ ପ୍ରଭୁ ଶ୍ରୀରାମ ଲଙ୍କା ଜୟ କରିଥିଲେ। ରାଜା ହରିଶ୍ଚନ୍ଦ୍ର ସ୍ବଦେହରେ ସ୍ବର୍ଗାରୋହଣ କରିଥିଲେ।
ତେବେ ଧର୍ମ କ’ଣ? ଧର୍ମର ଅର୍ଥ ଅତି ଗୂଢ଼ ଓ ପରିସର ବ୍ୟାପକ। ଧର୍ମସ୍ୟ ତତ୍ତ୍ୱଂ ନିହିତଂ ଗୁହାୟାଂ ମହାଜନୋ ଯେନ ଗତଃ ସ ପନ୍ଥା। ମହାଜନ (ପ୍ରତି ଯୁଗର ଅବତାରୀ ପୁରୁଷ ବା ପୁରୁଷୋତ୍ତମ- ଏମାନେ କୌଣସି ଯୁଗରେ ଦୁଇଜଣ ନ ଥାନ୍ତି, ତେଣୁ ଏକବଚନରେ ବ୍ୟବହାର କରାଯାଇଛି) ଯେଉଁ ପଥ ଦେଇ ଯାଆନ୍ତି, ବା ସେ ନିଜେ ଆଚରଣ କରି ଆମକୁ ଯାହା ଶିଖାଇଦିଅନ୍ତି, ଆମେ ନିଃସନ୍ଦେହରେ ତାହାକୁ ଅନୁସରଣ କରିବା ଉଚିତ। ତାହା ହିଁ ଧର୍ମର ପଥ। କିନ୍ତୁ ଆଜିକାଲି ପୂଜ୍ୟପୂଜାରେ ବ୍ୟତିକ୍ରମ ଓ ବେଖାତିର ମନୋଭାବ ଯୋଗୁ ଧାର୍ମିକ ଚିନ୍ତାଧାରାରେ ଦ୍ରୁତ ଅବକ୍ଷୟ ଘଟିଚାଲିଛି ଯାହାର କୁପରିଣାମ ଅନେକ ଅଜଣା ବ୍ୟାଧି, ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ଅସନ୍ତୁଳନ ଇତ୍ୟାଦି ସୃଷ୍ଟି କରୁଛି। ସେଥିରୁ ରକ୍ଷା ପାଇବାର ଉପାୟ କେବଳ ଧର୍ମବଳ।
ସାରଦାଶ୍ରୀ,୯୦୪ ଶାସ୍ତ୍ରୀନଗର, ୟୁନିଟ-୪, ଭୁବନେଶ୍ୱର, ମୋ-୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri