ଶୁଦ୍ଧତାର ସାମର୍ଥ୍ୟ

ଉପେନ୍ଦ୍ର ବିଶ୍ୱାଳ

ମାତୃଜାତିର ଶୁଦ୍ଧତା, ପଣତର ପବିତ୍ରତା ପାଖରେ ସ୍ବୟଂ ସ୍ରଷ୍ଟା ମଧ୍ୟ ହାର ମାନିଥାନ୍ତି। କାରଣ ଜଣେ ସଦାଚାରୀ ନାରୀର ପ୍ରାର୍ଥନା ପରାର୍ଦ୍ଧେ ପୁରୁଷଙ୍କ ପ୍ରାର୍ଥନାଠାରୁ ବି ଅଧିକ ଶକ୍ତିଶାଳୀ। କେବେ ବ୍ୟର୍ଥ ଯାଏନା ସେମାନଙ୍କ ପ୍ରାର୍ଥନା। ଯାହାର ପରିଣତିରେ ବ୍ରହ୍ମା-ବିଷ୍ଣୁ-ମହେଶ୍ୱର, ତ୍ରିଦେବ ମଧ୍ୟ ଶିଶୁ ବନି ଯାଇଥିଲେ ରାମାୟଣ ଯୁଗର ସତୀ ଅନସୂୟାଙ୍କ ପ୍ରାର୍ଥନା ବଳରେ। ଜନ୍ତୁରାଜ ବି ସେଦିନ ପରାଜୟ ଲଭିଲେ ସାବିତ୍ରୀଙ୍କ ପଣତ ପାଖରୁ। ଉତ୍କଳର ‘ନ ପାହୁ ରାତି ନ ମରୁ ପତି, ଏକ ରାତି ହେଉ ସପତ ରାତି’ ଉପାଖ୍ୟାନ ବି ଅବିଦିତ ନୁହଁ ଆମକୁ। ଦେବୀଭକ୍ତ ବିଷ୍ଣୁଦାସ ଥିଲେ ବେଶ୍ୟାସକ୍ତ। ଅତୁଳନୀୟ ସୌନ୍ଦର୍ଯ୍ୟର ଅଧିକାରିଣୀ ଲକ୍ଷେହୀରାର ସାମାନ୍ୟ ଟିକେ ସାନ୍ନିଧ୍ୟ ପାଇବାକୁ ପାଗଳପ୍ରାୟ ହେଉଥିଲେ ସେ। ଅତ୍ୟନ୍ତ ଅନୁଚିତ ହେଲେ ବି ସ୍ବାମୀ ଅନୁରକ୍ତ ସତୀ ଅନସୂୟା ସ୍ବାମୀଙ୍କୁ ସୁଖୀ ରଖିବା ପଣରେ ଲକ୍ଷେହୀରାର ଅନୁକମ୍ପା ଭିକ୍ଷା କରିଥିଲେ। କୁଷ୍ଠ ରୋଗାକ୍ରାନ୍ତ ସ୍ବାମୀଙ୍କୁ ନେଇ ରାତିରେ ଲକ୍ଷେହୀରାର ବିଳାସମୟ କୋଠିକୁ ଯିବା ବାଟରେ ଅନ୍ଧାରରେ ଅଲକ୍ଷ୍ୟରେ ଧ୍ୟାନମଗ୍ନ ଜଣେ ତପସ୍ବୀଙ୍କ କ୍ରୋଧର କାରଣ ସାଜିଲେ। ସତିତ୍ୱକୁ ନେଇ ଅନସୂୟାଙ୍କ ଅହଂଜନିତ ଏହି କାଣ୍ଡ ବୋଲି ଭାବି ଅଭିଶାପ ଢାଳିଦେଲେ ଋ଼ଷି ଅନସୂୟାଙ୍କ ଅଜସ୍ର ଅନୁନୟକୁ ଅବଜ୍ଞା କରି -‘ଏଇ ରାତି ହେବ ତୋ ସ୍ବାମୀଙ୍କ ଶେଷ ରାତି’। ଏପରି ଅନ୍ୟାୟ ବିରୋଧରେ ଅନସୂୟା ମଧ୍ୟ କଠୋର ହୋଇ ଉଠିଲେ। ନିଜ ପଣତର ପବିତ୍ରତାକୁ ଆଧାର କରି ପତିଙ୍କ ପ୍ରାଣରକ୍ଷା ପାଇଁ ପ୍ରାର୍ଥନା କଲେ – ନ ପାହୁ ଏ କାଳ ରାତି, ଏକ ରାତି ହେଉ ସାତ ରାତି। ସେଇଠୁ ତା’ପରେ ପଣତର ପରାକାଷ୍ଠା ବି ଫଳବତୀ ହେଲା। କାଳରାତ୍ରିର ହେଲାନି ଅନ୍ତ। ପରିଶେଷରେ ସୃଷ୍ଟି ରକ୍ଷା ପାଇଁ ବାଧ୍ୟହୋଇ ସତୀଙ୍କ ସାମ୍ନାରେ ସ୍ବୟଂ ଉଭା ହେଲେ ଭଗବାନ। ସ୍ବାମୀଙ୍କ ଜୀବନ ବିନିମୟରେ ସତୀଙ୍କୁ ଅନୁରୋଧ ବାଢ଼ିଲେ ନିଷ୍ପତ୍ତିରୁ ଓହରି ଆସିବାକୁ। ମହାଭାରତରେ ପାଞ୍ଚାଲିଙ୍କର ପବିତ୍ର ପଣତକୁ ଅପବିତ୍ର କରିବାକୁ ପ୍ରୟାସ କରିଥିବା କୁରୁକୁଳ ସମେତ ପରୋକ୍ଷରେ ସଂଶ୍ଳିଷ୍ଟ ଥିବା ଭୀଷ୍ମ, ଦ୍ରୋଣ, କର୍ଣ୍ଣ ଆଦି ମହାବୀରମାନେ ବି ନିସ୍ତାର ପାଇ ନ ଥିଲେ ସେଦିନ। ଇତିହାସର ସାକ୍ଷୀ ଭାବେ ମଦୁରାଇ ସହର ଆଜି ବି ପ୍ରଚାର କରିଚାଲିଛି ନାରୀ ପଣତର ପରାକାଷ୍ଠାକୁ। ଏକଦା ଚୋରି ହୋଇଥାଏ ପାଟ୍ଟରାଣୀଙ୍କ ପଟେ ପାଉଁଜି। ଚୋରିର ମିଥ୍ୟା ଆରୋପରେ କିନ୍ତୁ ଶିକାର ହୁଅନ୍ତି ଜଣେ ଅଜଣା ଅପରିଚିତ ନିରୀହ ଯୁବକ। ଅଭାବଜନିତ ଯନ୍ତ୍ରଣାରେ ଜର୍ଜ୍ଜରିତ ବହିରାଗତ ପ୍ରେମୀ ଦମ୍ପତିଙ୍କଠାରେ ନାମମାତ୍ର କେଇଟା ଅଳଙ୍କାର ହିଁ ଥିଲା ତାଙ୍କର ଅସଲ ସମ୍ବଳ। ପାଦରୁ ପଟେ ପାଉଁଜି ଖୋଲିଦେଇ ବିନା ଦ୍ବିଧାରେ ସ୍ବାମୀଙ୍କ ହାତକୁ ବଢ଼ାଇଦେଲେ କଣ୍ବଗୀ। ପାଉଁଜି ବିକ୍ରି ପାଇଁ ବଜାର ବୁଲୁଥିବା କୋଭଲନ୍‌ ଶିକାର ହେଲେ ଧୂର୍ତ୍ତ ବଣିଆର କପଟତାରେ। ଯୁବକଟି ନିକଟରୁ ସେଇ ପଟେ ପାଉଁଜି ନେଇ ରାଜାଙ୍କ ସାମ୍ନାରେ ତା’ ବିରୋଧରେ ଚୋରି ଅଭିଯୋଗ ବାଢ଼ିଲା ବଣିଆ। କିଛି ନ ବୁଝି ଘୋର ଅନ୍ୟାୟ କରିବସିଲେ ରାଜା। ପାଣ୍ଡ୍ୟ ରାଜାଙ୍କ ସାମ୍ନାରେ, ଭରା ରାଜସଭାରେ ଅନ୍ୟାୟର ଶିକାର ପୂର୍ବକ କୋଭଲନଙ୍କୁ ହତ୍ୟା କରାହେଲା। ଏକଥା ଶୁଣି କାରୁଣ୍ୟରେ ବିଳପି ଉଠିଲା କମନୀୟ କାନ୍ତିଯୁକ୍ତା କଣ୍ବଗୀଙ୍କ ନାରୀ ହୃଦୟ। ସର୍ବାହରା ସ୍ତ୍ରୀ ଜଣଙ୍କ ନିଜକୁ ଆଉ ସମ୍ଭାଳି ପାରିଲେନି। ସତୀ ନାରୀର ଆଖି ଦୁଇଟିରୁ ଉଦ୍ଗିରଣ ହେଲା ଲେଲିହାନ ଅଗ୍ନିପିଣ୍ଡୁଳା। ଅଭିଶାପର ଅଗ୍ନି ଦହନରେ ଚାହୁଁ ଚାହୁଁ ଜଳିପୋଡି ଛାରଖାର ହୋଇଗଲା ସମୃଦ୍ଧ ମଦୁରାଇ ସହର।
ସତୀ ନାରୀର ପଣତର ପରାକାଷ୍ଠାର କାହାଣୀ ଏହିପରି ସୁଦୀର୍ଘ। ସେଇଥିପାଇଁ ତ ପୁରୁଷ ସମାଜ ଯେବେ ଅସହାୟ ପ୍ରକାଶ କରନ୍ତି, ସେତେବେଳେ ସମାଜ ଉଦ୍ଧାର ପାଇଁ ନାରୀ ହିଁ ଆବିର୍ଭୂତା ହୁଅନ୍ତି ମାଆ ଦୁର୍ଗାଙ୍କ ରୂପ ନେଇ। ଅକଳନୀୟ, ଅତୁଳନୀୟ ସେ ମାତୃଶକ୍ତି। ଅପରିମିତ ସେ ପଣତର ପାରଦର୍ଶିତା। ଏଣୁ ତା’ର ସାମାନ୍ୟତମ ଅପମାନ ବି ଅକ୍ଷମଣୀୟ। ନାରୀ ଆଖିର ବିନ୍ଦୁଏ ଲୁହର ପ୍ରତିବଦଳରେ ଦୁଷ୍ପରିଣାମ ଭୋଗିବାକୁ ହେବ ସମସ୍ତଙ୍କୁ। ଏଣୁ ନାରୀ ନିର୍ଯାତନା ଅର୍ଥ ନିଃଶେଷ ହେବାର ପୂର୍ବାଭାସ। ନାରୀ ଯଦି ନିଃବସ୍ତ୍ର ହୁଏ, ତେବେ ବୁଝିନେବାକୁ ହେବ ଯେ ଶେଷ ସମୟ ଆସନ୍ନ। ଅର୍ଥାତ ସଂହାର ପାଇଁ ମାଆ କାଳୀଙ୍କୁ ଆମେ ବାଧ୍ୟକରି ଆମନ୍ତ୍ରଣ କରୁଛୁ। ଅତଏବ ସ୍ବେଚ୍ଛାକୃତ ଭାବେ ହେଉ ଅବା କାହାର ସୈତାନୀ ପଣ ଯୋଗୁ, ନାରୀ ନିଃବସ୍ତ୍ର ହେଲେ ନିସ୍ତାର ନାହିଁ। ସତ୍ୟସ୍ନାତା ଜଣେ ସତୀ ନାରୀର ଆଖିରେ ବନ୍ଧା ପଟିର ପଛରେ ପ୍ରଚୁର ଶକ୍ତି ପୁଞ୍ଜିଭୁତ ହୋଇ ରହିଥିଲା ପରି ନାରୀର ପବିତ୍ର ପଣତ ତଳେ ବି ଗଚ୍ଛିତ ଅଛି ଅମାପ ଶକ୍ତି। ମାତ୍ର ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଯେ ସେଇ ନାରୀ ହିଁ ନିଜେ ବୁଝୁନି ନିଜ ମର୍ଯ୍ୟାଦାର ମୂଲ୍ୟ। ବୁଝିପାରୁନାହିଁ ନିଜ ଶୁଦ୍ଧତାର ସାମର୍ଥ୍ୟକୁ। ସାବିତ୍ରୀମାନଙ୍କର ଉତ୍କୃଷ୍ଟତାର ଉପଲବ୍ଧି, ଉତ୍ତରଣରେ ହିଁ ନିହିତ ଉଜ୍ଜ୍ୱଳ ଭବିଷ୍ୟତ।
ମୋ-୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri