ବଳ ଯାହାର ବୁଢ଼ାପଙ୍କ ତାହାର

ବଅଁରପାଳ,୧୫ା୨: ଅନୁଗୋଳ ଇତିହାସରେ ଗଡ଼ ବୁଢ଼ାପଙ୍କର ସ୍ବତନ୍ତ୍ର ପରିଚୟ ରହିଛି। ଏହା ଥିଲା ରାଜା ସୋମନାଥ ସିଂହ ଜଗଦ୍ଦେବଙ୍କ ଅଭେଦ୍ୟ ଦୁର୍ଗ। କିନ୍ତୁ ବ୍ରିଟିଶ୍‌ ଶାସନ ସମୟରେ ଏହାକୁ ଦଖଲ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ଢେଙ୍କାନାଳ ରାଜା ସୁର ପ୍ରତାପ ସିଂହ। ସେତେବେଳେ ଦୁଇ ରାଜାଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧରେ ପରାକ୍ରମ ଦେଖାଇଥିଲେ ଅନୁଗୋଳ ରାଜାଙ୍କ ମଲ୍ଲମାନେ। ଏଥିରେ ଆରାଧ୍ୟ ଦେବୀ ମା’ କଳାପାଟଙ୍କ ସହାୟତା ସମ୍ପର୍କରେ ଆଜି ବି ଶୁଣିବାକୁ ମିଳେ ବୟସ୍କଙ୍କ ମୁହଁରୁ।
ବୁଢ଼ାପଙ୍କର କେତେଜଣ ବରିଷ୍ଠ ନାଗରିକ କହିଛନ୍ତି, ବାହ୍ୟଶତ୍ରୁଙ୍କ ପ୍ରବେଶ ରୋକିବା ପାଇଁ ଅନୁଗୋଳ ରାଜା ସେତେବେଳେ ଚତୁଃପାର୍ଶ୍ୱରେ ତିଆରି କରିଥିଲେ ଗଡ଼ଖାଇ। ଆଉ ଏହାକୁ ଜଗି ରହିଲେ ମଲ୍ଲମାନେ। ଫଳରେ ଗଡ଼ଖାଇ ଦେଇ ଗଡ଼ ବୁଢାପଙ୍କକୁ ପ୍ରବେଶ କରିବାକୁ କେହି ସାହସ ଜୁଟାଇ ପାରୁ ନ ଥିଲେ। ହେଲେ ନିଜ ବାହୁବଳରେ ବୁଢ଼ାପଙ୍କକୁ ଛଡ଼ାଇ ନେବାକୁ ଚାହଁୁଥିଲେ ଢେଙ୍କାନାଳ ରାଜା ସୁର ପ୍ରତାପ ସିଂହ। ଏଥିପାଇଁ ବର୍ଷବର୍ଷ ଧରି ନାନା ଯୋଜନା କରିଥିଲେ। ଏପରି କି ଅନୁଗୋଳ ସୀମା ଭିତରକୁ ପ୍ରବେଶ କରିବେ ବୋଲି ଅନୁଗୋଳ ରାଜାଙ୍କୁ ଚେତାବନୀ ଦେଇଥିଲେ। ଢେଙ୍କାନାଳ ରାଜାଙ୍କ ନିକଟରେ ଏପରି ମଲ୍ଲ ଥିଲେ, ଯାହାଙ୍କୁ କେହି ପରାସ୍ତ କରିପାରୁ ନ ଥିଲେ। ସେହିପରି ଅନୁଗୋଳ ରାଜାଙ୍କ ୨ ମଲ୍ଲ ସିନ୍ଧୁ ଓ ଚମ୍ପତିରାୟ ଯୁଦ୍ଧ କୌଶଳରେ ଅତି ନିପୁଣ ଥିଲେ। ତଥାପି ଢେଙ୍କାନାଳର ମଲ୍ଲଙ୍କ ସମ୍ମୁଖୀନ ହେବାକୁ ସେମାନେ ଚାହୁଁ ନ ଥିଲେ। ଏଥିପାଇଁ ସିନ୍ଧୁ ଓ ଚମ୍ପତିରାୟ ଅନୁଗୋଳର ଅଧିଷ୍ଠାତ୍ରୀ ଦେବୀ ମା’ କଳାପାଟଙ୍କ ଶରଣାପନ୍ନ ହୋଇଥିଲେ। ମା’ ସେମାନଙ୍କୁ ଆଶୀର୍ବାଦ କରିବା ସହ ଏକ କଳାଟୀକା ଦେଇଥିଲେ। ଏହି କଳାଟୀକା ଯେଉଁଦିନ ନାଲି ସିନ୍ଦୂର ପାଲଟିବ, ସେହିଦିନ ଢେଙ୍କାନାଳ ମଲ୍ଲମାନଙ୍କ ସହ ଯୁଦ୍ଧ କରିବାକୁ ମା’ କହିଥିଲେ। ଏଥିସହ ମା’ ଏକ ପଥର ମଧ୍ୟ ପ୍ରଦାନ କରିଥିଲେ, ଯାହାକୁ ମଲ୍ଲମାନେ ଧାରଣ କରିବା ପରେ ସେମାନଙ୍କୁ କେହି ପରାଜିତ କରିବାରେ ସକ୍ଷମ ହୋଇ ନ ଥିଲେ। ମା’ଙ୍କ ଏହି ସହାୟତା ପାଇଁ ଢେଙ୍କାନାଳ ରାଜାଙ୍କ ମଲ୍ଲମାନଙ୍କୁ ଅନୁଗୋଳ ରାଜା ପରାସ୍ତ କରିପାରିଥିଲେ। ସେବେଠୁ ‘ବଳ ଯାହାର, ବୁଢ଼ାପଙ୍କ ତାହାର’ ବୋଲି ଇତିହାସ ରହିଛି। ବୁଢ଼ାପଙ୍କର ଅନେକ ପାଇକ ଯୋଦ୍ଧା ବିଭିନ୍ନ ଯାନିଯାତ୍ରା, ପର୍ବପର୍ବାଣିରେ ଦିଲ୍ଲୀ ଦରବାରରେ ନିଜର କଳାକୌଶଳ ପ୍ରଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି। ଉକ୍ତ ଗ୍ରାମରେ ଏବେ ୪ଟି ପାଇକ ଦଳ ରହିଛନ୍ତି। ସେମାନେ ବିଭିନ୍ନ ସ୍ଥାନକୁ ଯାଇ ସମର କଳା ଦେଖାଇ ନିଜ ପୂର୍ବଜଙ୍କ ପରାକ୍ରମର ପରିଚୟ ଦେଉଛନ୍ତି।

କଳା ସିନ୍ଦୂର ହେଲା ନାଲି
କଳାପାଟ ହେଲେ ଆମର ଅଧିଷ୍ଠାତ୍ରୀ ଦେବୀ। ମା’ଙ୍କ ବିନା ସହାୟତାରେ ଢେଙ୍କାନାଳ ରାଜାଙ୍କୁ ହରାଇବା ଅନୁଗୋଳ ରାଜାଙ୍କ ପକ୍ଷେ ସମ୍ଭବ ହୋଇ ନଥା’ନ୍ତା। ମା’ଙ୍କ ଆଶୀର୍ବାଦରୁ କଳା ସିନ୍ଦୂର ନାଲି ହୋଇଯାଇଥିଲା। ସେଥିପାଇଁ ଅନୁଗୋଳର ମଲ୍ଲମାନେ ଯୁଦ୍ଧରେ ବିଜୟୀ ହୋଇ ପାରିଥିଲେ।
– ନିରଞ୍ଜନ ସାମଲ

ଗଡ଼ ପାଇଁ ଲଢ଼ିଥିଲେ ମଲ୍ଲ
ଅନୁଗୋଳର ବୁଢ଼ାପଙ୍କକୁ ଅକ୍ତିଆର କରିବା ପାଇଁ ହୋଇଥିଲା ଲଢ଼େଇ। ଦୁଇ ରାଜ୍ୟ ସୀମାରେ ମୁହଁାମୁହଁି ହୋଇଥିଲେ ଉଭୟ ରାଜାଙ୍କ ମଲ୍ଲମାନେ। ତେବେ ମା’ କଳାପାଟଙ୍କ କରୁଣା ହିଁ ଅନୁଗୋଳର ମଲ୍ଲମାନଙ୍କୁ ବିଜେତା କରିଥିଲା। ଆଉ ଅନୁଗୋଳ ରାଜା ଗଡ଼ ବଞ୍ଚାଇବାରେ ସଫଳ ହୋଇଥିଲେ।
– ନେପାଲି ନାୟକ, ପାଇକ ଆଖଡ଼ାଗୁରୁ, ବୁଢ଼ାପଙ୍କ

ବାହ୍ୟ ଶତ୍ରୁଙ୍କ ପାଇଁ ଅଭେଦ୍ୟ ଥିଲା
ଅନୁଗୋଳର ଶେଷ ରାଜା ସୋମନାଥ ସିଂହଙ୍କ ବୁଢ଼ାପଙ୍କକୁ କୌଣସି ସ୍ଥିତିରେ ହାତଛଡ଼ା କରିବାକୁ ଚାହଁୁ ନ ଥିଲେ। ସେଥିପାଇଁ ଗଡ଼ଖାଇ ଚାରିପଟେ ବଛା ବଛା ପାଇକ ଯୋଦ୍ଧାମାନଙ୍କୁ ନିଯୁକ୍ତ କରିଥିଲେ। ସେମାନଙ୍କ ପରାକ୍ରମ ପାଇଁ ଏହା ଶେଷଯାଏ ବାହ୍ୟ ଶତ୍ରୁଙ୍କ ପାଇଁ ଅଭେଦ୍ୟ ହୋଇ ରହିଥିଲା।
– ବସନ୍ତ ବେଉରା, ବରିଷ୍ଠ ନାଗରିକ


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ହିମସ୍ଖଳନ ପରେ ଟ୍ରେନ ଦୁର୍ଘଟଣା, ଅନେକେ ଆହତ

ଗପ୍ପେନଷ୍ଟାଇନ,୧୬।୨: ସୋମବାର ଦକ୍ଷିଣ ସ୍ବିଜରଲ୍ୟାଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗପ୍ପେନଷ୍ଟାଇନ ଗାଁ ନିକଟରେ ହିମସ୍ଖଳନ ପରେ ୮୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri