ପାହାଡ଼ ଚଢ଼ି ଚିଠି ବାଣ୍ଟୁଛନ୍ତି ପୋଷ୍ଟ ମାଷ୍ଟର

ମୋହନା,୧୩ା୧୦(ମନ୍ମଥ ମିଶ୍ର): ଡାକ ସେବା ବ୍ରିଟିଶ ଅମଳରୁ ଆରମ୍ଭ ହୋଇଥିବା ବେଳେ ବହୁ ପୁରାତନ କାଳରୁ ଲୋକଙ୍କୁ ଏହି ସେବା ଯୋଗାଇ ଆସୁଛି। ଜନସାଧାରଣଙ୍କୁ ସଞ୍ଚୟ ଖାତା, ପୁନଃ ସଂଘଟିତ ଜମା ଖାତା, ମାସିକ ଆୟ ଖାତା, ସୁକନ୍ୟା ସମୃଦ୍ଧି ଯୋଜନା ଓ ପେନସନ ସ୍କିମ୍‌ ସମେତ ବିଭିନ୍ନ ପ୍ରକାର ସେବା ଯୋଗାଇ ଆସୁଥିବା ବେଳେ ଦୁର୍ଗମ ଅଞ୍ଚଳରେ ଏହି ସମସ୍ତ ସେବା କିଭଳି ଚାଲିଛି ତାର ବାସ୍ତବ ଚିତ୍ର ସାମ୍ନାକୁ ଆସିଛି। କେଉଁଠି ପୋଷ୍ଟ ମାଷ୍ଟରଙ୍କୁ ଗଛ ମୂଳେ ବସି ଲୋକଙ୍କୁ ସେବା ଯୋଗାଉଛନ୍ତି ତ ଗାଁକୁ ରାସ୍ତା ନ ଥିବାରୁ ଘାଟି ପାହାଡ ଚଡ଼ି ଚିଠି ବାଣ୍ଟୁଛନ୍ତି। ଏହା ଦେଖିବାକୁ ମଳିଛି ଗଜପତି ଜିଲା ମୋହନା ବ୍ଲକର ମଳାସପଦର ପଞ୍ଚାୟତ। ବର୍ତ୍ତମାନ ଡାକ ସେବା ପାଇଁ ଗ୍ରାହକଙ୍କ ସମସ୍ତ କାମ ଅନଲାଇନରେ ଡାଟା ପଞ୍ଜିକରଣ କରିବାକୁ ପଡୁଥିବା ବେଳେ ଯେଉଁଠି ନେଟୱର୍କ ସୁବିଧା ନାହଁ ସେହି ସବୁ ସ୍ଥାନରେ ପୋଷ୍ଟ ମାଷ୍ଟରଙ୍କୁ ନାହିଁ ନ ଥିବା ହଇରାଣ ହେବାକୁ ପଡୁଛି। ମୋହନା ଉପ ଡାକ ଅଫିସ ଅଧୀନରେ ୯ ଗୋଟି ଶାଖା ଡାକ ଘର ରହିଥିବା ବେଳେ ଅଧିକାଂଶ ସ୍ଥାନରେ ନେଟୱାର୍କ ସୁବିଧା ନ ଥିବାରୁ ଗ୍ରାହକଙ୍କୁ ଠିକ୍‌ ସମୟରେ ସେବା ଯୋଗାଇବା ସମ୍ଭବ ହେଉନାହିଁ। ମୋହନା ବ୍ଲକ ମଳାସପଦର ପୋଷ୍ଟ ମାଷ୍ଟର ଫୁଲସି ମଣ୍ଡଳ କହିବା ଅନୁସାରେ ନିଜ ଅଞ୍ଚଳରେ ନେଟୱାର୍କ ନ ଥିବାରୁ ଗାଁ ଠାରୁ ୨୦ କିମି ଯାଇ ଏକ ଗଛ ମୂଳେ ବସି ଅନଲାଇନରେ ଗ୍ରାହକଙ୍କ ଡାଟା ଏଣ୍ଟ୍ରି କରୁଛନ୍ତି। ଦିନକୁ ଦୁଇ ଥର ନିଜ ଗାଁରୁ ୨୦ କିମି ଯାତ୍ରା କରି ଲୋକଙ୍କୁ ସେବା ଯୋଗାଉଛନ୍ତି। କେବଳ ସେତିକି ନୁହଁ, ବିଭିନ୍ନ ଗାଁକୁ ଯାତାୟାତ ପାଇଁ ଭଲ ରାସ୍ତା ନାହିଁ। ଡାକ ବ୍ୟାଗ୍‌ ଆସିବା ପରେ ପୋଷ୍ଟ ପିଅନ ନ ଥିବାରୁ ନିଜେ ଘାଟି ପାହାଡ ଚାଲି ଲୋକଙ୍କ ଚିଠି ବାଣ୍ଟିବାକୁ ପଡୁଛି। ନେଟୱାର୍କ ସୁବିଧା ଥିଲେ ସୁବିଧାରେ ନିଜ ପୋଷ୍ଟ ଅଫିସରେ ବସି ଅନଲାଇନ୍‌ କାମ କରି ଲୋକଙ୍କୁ ସେବା ଯୋଗାଇ ପାରିଥାନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri