ଶିଶୁ ସୁରକ୍ଷା ସନ୍ଦିହାନ

ଢେଙ୍କାନାଳ ଅଫିସ, ୨୫।୮: ସ୍କୁଲମୁହାଁ ହେବେ କୋମଳମତି ଶିଶୁ।  ଛୋଟ ବୟସରୁ ସେମାନଙ୍କୁ ଯୋଗାଇ ଦିଆଯିବ ଶୈଖିକ ପରିବେଶ। ଖାଇବାକୁ ଦିଆଯିବ ପୁଷ୍ଟିକର ଖାଦ୍ୟ। ନିଆଯିବ ସ୍ବାସ୍ଥ୍ୟର ଯତ୍ନ। କେବଳ ଶିଶୁ ନୁହନ୍ତି, ଗର୍ଭବତୀ, ପ୍ରସୂତିଙ୍କ ଟିକାକରଣଠାରୁ ଆରମ୍ଭ କରି କିଶୋରୀ ବାଳିକାଙ୍କୁ ଦିଆଯିବ ସ୍ବାସ୍ଥ୍ୟ ସମ୍ପର୍କିତ ସବିଶେଷ ସୂଚନା। ଏଭଳି ମହତ୍‌ ଉଦ୍ଦେଶ୍ୟ ରଖି ଆରମ୍ଭ ହୋଇଛି ସମନ୍ବିତ ଶିଶୁ ବିକାଶ ଯୋଜନା। ଏଥିରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି ପର୍ଯ୍ୟାପ୍ତ ଅର୍ଥ। ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ, କର୍ମଚାରୀ ନିଯୁକ୍ତି ସାଙ୍ଗକୁ ଆନୁଷଙ୍ଗିକ ଭିତ୍ତିଭୂମି ପ୍ରସ୍ତୁତ ହେଉଛି। ହେଲେ ଏହାକୁ ଠିକ୍‌ ଭାବେ ପରିଚାଳନା କରିବାକୁ ନାହାନ୍ତି ପଦସ୍ଥ ଅଧିକାରୀ। ଢେଙ୍କାନାଳ ଜିଲାର ୮ ବ୍ଲକ ମଧ୍ୟରୁ ୫ଟିରେ ସମନ୍ବିତ ଶିଶୁ ବିକାଶ ଅଧିକାରୀ (ସିଡିପିଓ) ପଦବୀ ଖାଲି ପଡ଼ିଛି, ଯାହାକୁ ନେଇ ବିଭାଗରେ ସୃଷ୍ଟି ହୋଇଛି ଏକପ୍ରକାର ଅଚଳାବସ୍ଥା।

କରୋନା ପରେ ବଢ଼ିଯାଇଛି ଅଙ୍ଗନଓ୍ବାଡି କେନ୍ଦ୍ରର ଦାୟିତ୍ୱ। ଟିକାକରଣ, ଜନ୍ମମୃତ୍ୟୁ ପଞ୍ଜୀକରଣ, ଜନଗଣନା, ଗର୍ଭବତୀ ଓ ପ୍ରସୂତିଙ୍କ ସ୍ବାସ୍ଥ୍ୟରକ୍ଷା, ମମତା ଯୋଜନାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ଏଠାରେ। ଅଙ୍ଗନଓ୍ବାଡି କେନ୍ଦ୍ର କିପରି ପରିଚାଳନା ହେଉଛି, ସେଠାରେ କାର୍ଯ୍ୟରତ କର୍ମୀ, ସହାୟିକାମାନେ ଠିକ୍‌ ଭାବେ ଦାୟିତ୍ୱ ତୁଲାଉଛନ୍ତି କି ନାହିଁ, ସରପ୍ରାଇଜ୍‌ ଭିଜିଟ୍‌, ପ୍ରଦାନ କରାଯାଉଥିବା ଛତୁଆର ମାନ ଯାଞ୍ଚ ଏସବୁ କାମ ତଦାରଖ କରିଥାଆନ୍ତି ସିଡିପିଓ। କେବଳ ଏତିକି ନୁହେଁ, ବାଲ୍ୟ ବିବାହ ରୋକିବା ଲାଗି ସେମାନଙ୍କୁ ପ୍ରତି ବ୍ଲକର ନୋଡାଲ ଅଫିସର ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ହେଲେ ଢେଙ୍କାନାଳ ସଦର, ଭୁବନ, ପରଜଙ୍ଗ, ଗଁଦିଆ, ଆଦିବାସୀ ବହୁଳ କଙ୍କଡ଼ାହାଡ଼ ବ୍ଲକରେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଦୀର୍ଘଦିନ ହେଲା ଖାଲିପଡ଼ିଛି। ଆଦିବାସୀ ବହୁଳ ବ୍ଲକ ଏବଂ ଅପହଞ୍ଚ ଇଲାକାରେ ରହୁଥିବା ଶିଶୁ ଯେପରି ଅପପୁଷ୍ଟିର ଶିକାର ନ ହୁଅନ୍ତି, ସେଥିଲାଗି ଗୁରୁତ୍ୱ ଦେବାକୁ ସରକାର କହୁଛନ୍ତି। ହେଲେ ଏଦିଗରେ କାର୍ଯ୍ୟ କରୁଥିବା ପଦପଦବୀ ପୂରଣ ହେଉନାହିଁ, ଯାହା ଆଲୋଚନାର ବିଷୟ ହୋଇଛି।

ସୂଚନାଯୋଗ୍ୟ, ଜିଲାରେ ମୋଟ ୨୨୨୦ ଅଙ୍ଗନୱାଡି କେନ୍ଦ୍ର ରହିଛି। ୩ରୁ ୬ବର୍ଷ ବୟସର ୪୫, ୦୭୨ ଶିଶୁ ଏସବୁ କେନ୍ଦ୍ରକୁ ପାଠ ପଢ଼ିବାକୁ ଯାଉଛନ୍ତି। ଢେଙ୍କାନାଳ ବ୍ଲକରେ ୨୮୧ କେନ୍ଦ୍ରରେ ୬,୨୪୪, ଭୁବନ ବ୍ଲକରେ ୨୭୦ କେନ୍ଦ୍ରରେ ୫,୧୪୯, ଗଁଦିଆ ବ୍ଲକରେ ୨୭୦ କେନ୍ଦ୍ରରେ ୬,୩୫୩, ହିନ୍ଦୋଳ ବ୍ଲକରେ ୪୨୩ କେନ୍ଦ୍ରରେ ୭,୧୮୪, କାମାକ୍ଷାନଗର ବ୍ଲକରେ ୧୪୭ କେନ୍ଦ୍ରରେ ୪,୪୮୩, କଙ୍କଡ଼ାହାଡ଼ ବ୍ଲକରେ ୨୧୯ କେନ୍ଦ୍ରରେ ୪,୯୪୭, ଓଡ଼ାପଡ଼ା ବ୍ଲକରେ ୨୯୮ କେନ୍ଦ୍ରରେ ୫,୫୫୫, ପରଜଙ୍ଗ ବ୍ଲକରେ ୨୧୨ କେନ୍ଦ୍ରରେ ୫,୧୫୭ ପିଲା ପଢୁଛନ୍ତି। ତେବେ ଜିଲାର ଅଧିକାଂଶ ଅଙ୍ଗନଓ୍ବାଡି କେନ୍ଦ୍ର ଅବ୍ୟବସ୍ଥିତ ହୋଇପଡ଼ିଛି। କେଉଁଠି ପାଣି ତ ଅନ୍ୟ କେଉଁଠି ବିଦ୍ୟୁତ୍‌ ସମସ୍ୟା ଲାଗି ରହିଛି। ତେଣୁ ଶିଶୁମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲା କାର୍ଯ୍ୟାଳୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପରଜଙ୍ଗ ବିଧାୟକ ଡା. ନୃସିଂହ ଚରଣ ସାହୁ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ଓ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ପ୍ରମୁଖଙ୍କୁ ସମସ୍ୟା ବିଷୟରେ ଅବଗତ କରାଇଥିଲେ ଜିଲାପାଳ ସରୋଜ କୁମାର ସେଠୀ।
ସେହିପରି ଜିଲାସ୍ତରରେ ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟକ୍ରମର ସମୀକ୍ଷା କରିବା ଦାୟିତ୍ୱ ସମାଜ ମଙ୍ଗଳ ଅଧିକାରୀଙ୍କର ହୋଇଥିବାବେଳେ ଉକ୍ତ ପଦବୀ ମଧ୍ୟ ଦୀର୍ଘଦିନ ହେଲା ଖାଲିପଡ଼ିଛି। ଜିଲା କାର୍ଯ୍ୟାଳୟର ରାଜସ୍ବ ବିଭାଗ ଦାୟିତ୍ୱରେ ଥିବା ଓଡ଼ିଶା ପ୍ରଶାସନିକ ସେବାର ଜଣେ ଅଧିକାରୀ ତଥା ଡେପୁଟି କଲେକ୍ଟର ଅତିରିକ୍ତ ଭାବେ ଏହି ଦାୟିତ୍ୱ ସମ୍ଭାଳୁଛନ୍ତି। ଏଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ିଥିବାବେଳେ ଜିଲାରେ ମହିଳା ଓ ଶିଶୁ ବିକାଶ କାର୍ଯ୍ୟକ୍ରମ କିପରି ଚାଲିଥିବ, ତାହା ସହଜରେ ଅନୁମେୟ ବୋଲି ସାଧାରଣରେ ଆଲୋଚନା ହେଉଛି।
ଏ ସଂକ୍ରାନ୍ତରେ ଜିଲା ସମାଜ ମଙ୍ଗଳ ଅଧିକାରୀ ଦାୟିତ୍ୱରେ ଥିବା ସୌଦାମିନୀ ସାହୁ କୁହନ୍ତି, ୫ ବ୍ଲକରେ ସିଡିପିଓ ପଦବୀ ଖାଲି ପଡିଛି ା ୨ ବ୍ଲକରେ ସିଡିପିଓ ପଦବୀ ପୂରଣ ପାଇଁ ନିର୍ଦ୍ଦେଶନାମା ଆସିଲାଣି। ଅନ୍ୟ ବ୍ଲକଗୁଡ଼ିକରେ ଜିଲାସ୍ତରରେ ଦାୟିତ୍ୱ ପ୍ରଦାନ ପାଇଁ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri