ଅନିଶ୍ଚିତତାରେ ସୁବର୍ଣ୍ଣରେଖା ବନ୍ଦର

ଭୋଗରାଇ,୩ା୨: ରାଜସ୍ବ ବିଭାଗ ପକ୍ଷରୁ ଜମି ଅଧିଗ୍ରହଣରେ ବିଳମ୍ବ ଓ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ପ୍ରସ୍ତାବିତ ବାଲେଶ୍ୱର ଜିଲା ସୁବର୍ଣ୍ଣରେଖା ନଦୀଭିତ୍ତିକ ବନ୍ଦର ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ୧୪ ବର୍ଷ ପୂର୍ବେ ଏହି ବନ୍ଦର ନିର୍ମାଣ ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ। ୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ।
୨୦୦୬ ଡିସେମ୍ବର ୧୫ରେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଜିଲା ଭୋଗରାଇ ଗସ୍ତ ବେଳେ ଥାନା ଛକ ହେଲିପ୍ୟାଡ ପଡ଼ିଆ ଜନସଭାରେ କୀର୍ତ୍ତନିଆଠାରେ ୫ହଜାର କୋଟି ଟଙ୍କା ବ୍ୟୟରେ ଏକ ବନ୍ଦର ହେବ ବୋଲି ଘୋଷଣା କରିଥିଲେ। ମାତ୍ର ଘୋଷଣା ହେବାର ଦୁଇ ଦିନ ପରେ ହଠାତ୍‌ ସ୍ଥାନ ପରିବର୍ତ୍ତନ କରାଯାଇଥିଲା। ବାଲିଆପାଳ ଚୌମୁଖଠାରେ ବନ୍ଦର ହେବା ନେଇ ଚେନ୍ନାଇ କ୍ରିଏଟିଭ ପୋର୍ଟ ଡେଭଲପମେଣ୍ଟ ଲିମିଟେଡ୍‌ ସହ ରାଜ୍ୟ ସରକାର ଚୁକ୍ତି ମଧ୍ୟ କରିଥିଲେ। ୨୦୧୮ରେ ଟାଟା ଷ୍ଟିଲ୍‌ ୫୧ପ୍ରତିଶତ ପୁଞ୍ଜିନିବେଶ ପାଇଁ ପ୍ରତିଶ୍ରୁତି ଦେଇଥିଲା। ୨୦୧୯ ଫେବୃୟାରୀ ୧୩ରେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଯୁବସମାବେଶରେ ବନ୍ଦର ଶିଳାନ୍ୟାସ କରିବା ସହ ରାସ୍ତାଘାଟର ଉନ୍ନତି, ନୂତନ ରେଳପଥ ହେବା ସହ ୧୨ହଜାର କର୍ମସଂସ୍ଥାନ ସୁଯୋଗ ରହିଛି ବୋଲି ଘୋଷଣା କରିଥିଲେ। ବନ୍ଦରକୁ ଲକ୍ଷ୍ୟ ରଖି ପୁଣି ସେଠାରେ କେନ୍ଦ୍ର ସରକାର ୭୫ହଜାର କୋଟି ଟଙ୍କାର ଅନ୍ୟ ଏକ ମେଗା ପ୍ରକଳ୍ପ ଘୋଷଣା କରିଥିଲେ। ଫଳରେ ସମୁଦ୍ରକୂଳ ଅଞ୍ଚଳର ୬ ପଞ୍ଚାୟତର ୬୦ହଜାରରୁ ଊର୍ଦ୍ଧ୍ୱ ଲୋକ ଦୁଇ ପ୍ରକଳ୍ପ ବିରୋଧରେ ଆନ୍ଦୋଳନ ଗଢ଼ି ତୋଳିଛନ୍ତି। ବାର ମାସର ଶସ୍ୟଶ୍ୟାମଳ ମାଟିରେ ଧାନ, ପାନ, ମୀନ, ଗୁଆ, ପନିପରିବା ଓ ତୈଳବୀଜ ଚାଷ ହେଉଥିବା ବେଳେ ସେଠାରେ ଜନସାଧାରଣଙ୍କୁ ଉଚ୍ଛେଦ ହେବା ଆଶଙ୍କା କରି ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ୮୦ ଦଶକରେ ଗଢ଼ି ଉଠିଥିବା ଐତିହାସିକ କ୍ଷେପଣାସ୍ତ୍ର ଘାଟି ବିରୋଧୀ ଆନ୍ଦୋଳନ ଭଳି ଅନୁରୂପ ଭାବେ ଆନ୍ଦୋଳନ ହେଉଥିବାରୁ ସ୍ଥିତି ଜଟିଳ ହେବାରେ ଲାଗିଛି।
ଏଭଳି ସ୍ଥିତିରେ ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ଜିଲା ରାମନଗର ବ୍ଲକ ଅଧୀନ ସମୁଦ୍ର ପଥରୁ ମାତ୍ର ୯ରୁ ୧୦ ନଟିକାଲ ମାଇଲସ ଦୂର ତାଜପୁର ସମୁଦ୍ର କୂଳରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨ଶହ କୋଟି ଟଙ୍କାର ଗଭୀର ସମୁଦ୍ରଭିତ୍ତିକ ବନ୍ଦର ଘୋଷଣା କରିଛନ୍ତି। ଏଥିସହ ସ୍ଥାନୀୟ ଲୋକଙ୍କୁ ଉଚ୍ଛେଦ କରା ନ ଯାଇ ୧୫ହଜାର କର୍ମସଂସ୍ଥାନ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଫେବୃୟାରୀ ପ୍ରଥମ ସପ୍ତାହରେ ବନ୍ଦର କାର୍ଯ୍ୟକାରୀ ଓ ଉନ୍ନୟନର ଉଚ୍ଚସ୍ତରୀୟ ସମୀକ୍ଷା ନେଇ ସେ ଦୀଘା ସୈକତ ସହରକୁ ଆସୁଥିବା ସରକାରୀ ଓ ଦଳୀୟ ସୂତ୍ରରୁ ପ୍ରକାଶ। ୧୪ବର୍ଷ ଧରି ବନ୍ଦର କାର୍ଯ୍ୟ ଆରମ୍ଭ ନ ହେବା, ବାଲିଆପାଳ ଆନ୍ଦୋଳନକାରୀଙ୍କୁ ରାଜ୍ୟ ବିରୋଧୀ ଦଳ ଓ ପରିବେଶବିତ୍‌ମାନେ ସମର୍ଥନ କରିବା ଦ୍ୱାରା ବନ୍ଦର ହେବା ପ୍ରସଙ୍ଗ ଭିନ୍ନମୋଡ଼ ନେଉଛି। ବାଲିଆପାଳରେ ବିରୋଧ ହେଉଥିବାବେଳେ ପୂର୍ବଘୋଷିତ ସ୍ଥାନ ଭୋଗରାଇ କୀର୍ତ୍ତନିଆ ଓ ବିଚିତ୍ରପୁରରେ ବନ୍ଦର ହେବାକୁ ଦାବି ହେଉଛି।
ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ ବନ୍ଦର ହେବା ନେଇ ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ପୂର୍ବତନ ବାଲେଶ୍ୱର ଏମ୍‌ପି ତଥା ବିଜେଡି ଜିଲା ସଭାପତି ରବୀନ୍ଦ୍ର ଜେନା ବନ୍ଦର ହେଲେ ସ୍ଥାନୀୟ ଜନସାଧାରଣଙ୍କ ଆର୍ଥିକ ଓ ସାମାଜିକ ସ୍ଥିତି ସୁଦୃଢ଼ ହେବା ସହିତ ଜିଲା ଓ ରାଜ୍ୟର ବିକାଶ ଘଟିବ ବୋଲି କହିଛନ୍ତି। ବନ୍ଦର ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ପଚରାଯିବାରୁ ଜମି ଅଧିଗ୍ରହଣରେ ବିଳମ୍ବ ହେଉଛି। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛି। ଯେଉଁମାନେ ବିସ୍ଥାପିତ ହେବେ ସେମାନଙ୍କୁ କ୍ଷତିପୂରଣ ଦେବା ପାଇଁ ସରକାରଙ୍କଠାରେ ଦାବି କରିଛି ବୋଲି କହିଛନ୍ତି। କଂଗ୍ରେସ ନେତା ସତ୍ୟଶିବ ଦାସ କୁହନ୍ତି, ରାଜ୍ୟ ସରକାର ଓ ଜନପ୍ରତିନିଧିଙ୍କ ଇଚ୍ଛାଶକ୍ତି ଅଭାବ ଏବଂ ଅପାରଗତା ପାଇଁ ବନ୍ଦର ହୋଇପାରୁନି। ଉପକୂଳ ଭିଟାମାଟି ସୁରକ୍ଷା କମିଟି ଆବାହକ ଅରୁଣ ଜେନା କୁହନ୍ତି, ଲକ୍ଷାଧିକ ଲୋକଙ୍କୁ ବାସଚ୍ୟୁତ କରି ବିକାଶ ନାମରେ ପୁଞ୍ଜିପତିଙ୍କ ସ୍ବାର୍ଥ ରକ୍ଷା ପାଇଁ ଲୋକଙ୍କ ଜୀବନଜୀବିକାକୁ ସରକାର ଛଡ଼ାଇ ନେବାକୁ ଚକ୍ରାନ୍ତ କରୁଛନ୍ତି। ମରିବୁ ପଛେ ଆମ ଭିଟାମାଟି ଛାଡ଼ିବୁ ନାହିଁ। ଉଲ୍ଲେଖଯୋଗ୍ୟ, ରାଜ୍ୟରେ ୪୮୨ କି. ମି. ବେଳାଭୂମି ରହିଛି। ୧୯୬୬ରୁ ପାରାଦୀପ, ୨୦୧୧ରୁ ଭଦ୍ରକ ଓ ୨୦୧୩ରୁ ଗଞ୍ଜାମର ଗୋପାଳପୁରରେ ବନ୍ଦର କାର୍ଯ୍ୟକ୍ଷମ ହୋଇଛି। ଏହାସହ ୨୦୧୭ରେ ସରକାର ୧୪ ସ୍ଥାନକୁ ନଦୀଭିତ୍ତିକ ବନ୍ଦର ନିର୍ମାଣ ପାଇଁ ଚି଼ହ୍ନଟ କରିଛନ୍ତି।

-ପ୍ରଦୀପ ଦାସ


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri