ପାହାଡ଼ ପାଲଟୁଛି ପୋଖରୀ

ଯାଜପୁର ଅଫିସ/ ଜେନାପୁର,(ଡି.ଏନ.ଏ.),୯।୧୧: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଅନେକ ଖାଦାନରୁ ଅନୁମତିଠାରୁ ପ୍ରାୟ ୧୦୦ ଗୁଣ ଅଧିକ କଳାପଥର ଉତ୍ତୋଳନ ହେଉଥିବାରୁ ପାହାଡ଼ ଏବେ ପୋଖରୀର ରୂପ ନେଇଛି। ଲିଜ୍‌ଧାରୀଙ୍କ ଧାର୍ଯ୍ୟ ସମୟସୀମା ସରିବା ପରେ ଉକ୍ତ ଗାତକୁ ପୋତିବା ନିୟମ ରହିଥିଲେ ହେଁ ପରିତ୍ୟକ୍ତ ଭାବେ ଛଡ଼ାଯାଉଛି। ଫଳରେ ଉକ୍ତ ପୋଖରୀଗୁଡ଼ିକରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଜୀବଜନ୍ତୁଙ୍କ ଜୀବନ ବିପଦରେ ପଡ଼ିଛି। ଜେନାପୁର ଥାନା ଅନ୍ତର୍ଗତ ଅଞ୍ଜିରା ପଞ୍ଚାୟତ ଅଧୀନ ବାଘୁଆ ପାହାଡ଼ର ୩ ନମ୍ବର ଖାଦାନ ପୋଖରୀରେ ପଡ଼ି ସୋମବାର ସକାଳେ ଶ୍ୟାମସୁନ୍ଦରପୁର ଗ୍ରାମର ବିଦ୍ୟାଧର ମହାରଣା (୭୫)ଙ୍କ ଜୀବନ ଯାଇଛି। ବିଦ୍ୟାଧର ଶୌଚ ପାଇଁ ଯାଇଥିବା ସମୟରେ ହଠାତ୍‌ ଗୋଡ଼ ଖସିଯିବାରୁ ପାହାଡ଼ର ୩୦ ଫୁଟ ତଳ ପାଣିକୁ ସେ ଖସି ପଡ଼ିଥିଲେ। ଖବର ପାଇ ଚଢ଼େଇଧରା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବିଦ୍ୟାଧରଙ୍କ ମୃତଦେହକୁ ଜବତ କରିଥିଲେ। ଗତ ୩୧ ତାରିଖରେ ରାହାଡ଼ପୁର ପାହାଡ଼ରେ ଥିବା ଏକ ପୋଖରୀରେ ପଡ଼ି ଏକ ବାଛୁରି ଗୁରୁତର ଆହତ ହୋଇଥିଲା। ରାଜସ୍ବ ବିଭାଗ ଅଧିକାରୀମାନଙ୍କ ଖାମଖିଆଲ ମନୋଭାବ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଧର୍ମଶାଳା ତହସିଲ ଅଞ୍ଚଳରେ ଉତ୍କୃଷ୍ଟ ମାନର କଳାପଥର ଭରିରହିଛି। ଏହିସବୁ କଳାପଥର ପାହାଡରୁ ଯଦି ଉପଯୁକ୍ତ ଭାବେ ରାଜସ୍ବ ଆଦାୟ ହୋଇଥାନ୍ତା, ତେବେ ରାଜ୍ୟ ସରକାରଙ୍କ ଏକ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ବାର୍ଷିକ ଦରମା ପୂରଣ ହୋଇପାରନ୍ତା ବୋଲି କୁହାଯାଏ। ଆରୁଆ, କୋହ୍ଲା, ଯାବରା, ବାଜଗାଟି, ଚାରିଗୋଠ, ରାହାଡ଼ପୁର, ଡଙ୍କାରୀ, ଚଢ଼େଇଧରା, ବିଛାଖଣ୍ଡି, ଅଞ୍ଜରା, ବାଘୁଆ, ଲୁଣିବର ଆଦି ପାହାଡ଼ରେ ଗତ ୨୦ ବର୍ଷର ବେଆଇନ ଲୁଟ ସମେତ ପରିବେଶଗତ କ୍ଷତି ପାଇଁ ହାଇକୋର୍ଟ ସମେତ ଏନ୍‌ଜିଟି କେତେଜଣ ଅଧିକାରୀଙ୍କୁ ଦାୟୀ କରି ଆସିଛନ୍ତି। ହେଲେ ଅଧିକାରୀମାନେ ଏହି ଦୁର୍ନୀତି ଜାଲରୁ କୌଶଳରେ ମୁକ୍ତି ପାଇଯାଉଛନ୍ତି। ପଥର ଖାଦାନରେ ମୁଖ୍ୟତଃ ୱାଗନ ଡ୍ରିଲିଂର ବ୍ୟବହାର କରାଯାଇଥାଏ। ଜନବସତିଠାରୁ ୫୦୦ ମିଟର ଦୂରତା ମଧ୍ୟରେ ୱାଗନ ଡ୍ରିଲିଂ ନ କରିବାକୁ ସରକାରୀ ଭାବେ ନିଷିଦ୍ଧ କରାଯାଇଛି। କିନ୍ତୁ ଲୋକଙ୍କ ଜୀବନଜୀବିକାକୁ ଭ୍ରୂକ୍ଷେପ ନ କରି ପଥର ବ୍ୟବସାୟୀମାନେ ୱାଗନ ଡ୍ରିଲିଂ କରିଚାଲିଛନ୍ତି। ଫଳରେ ଅଞ୍ଚଳରେ ମୃଦୁ ଭୂମିକମ୍ପ ଭଳି ସ୍ଥିତି ସୃଷ୍ଟି ହେଉଛି। ନିକଟରେ ତହସିଲ ପ୍ରଶାସନ ପକ୍ଷରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ରଫାଦଫା କରାଯାଇ ସେହି ମାମଲାକୁ ଚପାଇ ଦିଆଯାଇଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏହି ବିସ୍ଫୋରଣ ଯୋଗୁ ପାହାଡ଼ରେ
ପାହାଡ଼ ପାଲଟୁଛି…
୨୦୦ରୁ ୩୦୦ ଫୁଟ ପର୍ଯ୍ୟନ୍ତ ଗାତ ସୃଷ୍ଟି ହେଉଛି। ଏଥିରେ ଆମୋନିଆ, ପଟାସ, ଗନ ପାଉଡ଼ର ପ୍ରଭୃତି ରାସାୟନିକ ଦ୍ରବ୍ୟ ଭର୍ତ୍ତି କରି ମେଶିନ ସାହାଯ୍ୟରେ ୱାଗନ ଡ୍ରିଲିଂ ହେଉଛି। ଗୋଟିଏ ୱାଗନ ଡ୍ରିଲିଂରେ ପ୍ରାୟ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ୩ ଲକ୍ଷ ଟନ ପଥର ଉତ୍ତୋଳନ କରାଯାଉଛି। ତାହାକୁ ନିକଟସ୍ଥ ୧୯ଟି ମେଗାକ୍ରଶରରେ ଚିପ୍ସ କରାଯାଇ ବଜାରରେ ବିକ୍ରି ହେଉଛି। ୱାଗନ ଡ୍ରିଲିଂ ପାଇଁ ରାଜ୍ୟ ବାହାରୁ ବିଶାରଦ ଆସୁଛନ୍ତି। ସରକାରୀ ଭାବେ ଶର୍ଟ ହୋଲ୍‌ ଡ୍ରିଲ୍‌ ଓ ଲଙ୍ଗ୍‌ ହୋଲ୍‌ ଡ୍ରିଲ କରିବାକୁ ନିୟମ ରହିଛି। ଖଣି ବିଭାଗ ଏଥିପାଇଁ ଅନୁମତି ମଞ୍ଜୁର କରିଥାଏ। ଲଙ୍ଗ୍‌ ହୋଲ୍‌ ଡ୍ରିଲରେ ସର୍ବାଧିକ ୬ ମିଟର ପର୍ଯ୍ୟନ୍ତ ଗାତ କରିହୁଏ। ଶର୍ଟ ହୋଲ ଡ୍ରିଲ୍‌ରେ ୧ରୁ ଦେଢ଼ ମିଟର ଗାତ ଖୋଲି ଡ୍ରିିଲିଂ କରିବାକୁ ନିୟମ ରହିଛି। କିନ୍ତୁ ଏହିସବୁ ନୀତି ନିୟମକୁ ନ ମାନି ଭୂତଳ ଜଳସ୍ତର ପର୍ଯ୍ୟନ୍ତ ଗାତ ଖୋଳି ଡ୍ରିଲିଂ କରାଯାଉଛି। ଫଳସ୍ବରୂପ କେବଳ ଡଙ୍କାରୀ ନୁହେଁ, ମଧୁପୁରଗଡ଼, କୁକୁଡ଼ାଖାଲି, ଭୁବନପୁର, ପନ୍ତୁରୀ, ରଗଡ଼ିପସି, ଚଢ଼େଇଧରା, ପଇତରା, ଦୌଲତପୁର, ଗୋଗରସରା, ବରଡ଼ା, ଝାଟିଆପଡ଼ା, କୁରିକଣା, ବାଟିଯୋଡ଼ା, ବାରମାଣ, ଚଡ଼କମରା, ସାହାଣିଡ଼ିହ, ଅଣ୍ଟିଆ, କମାଗଡ଼, ଭରତପୁର, ପଛୁଖୁଣ୍ଡି, ଇଚ୍ଛାପୁର, ବେଢ଼ା ପ୍ରଭୃତି ଗ୍ରାମବାସୀ ଏଥିଯୋଗୁ ପ୍ରଭାବିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri