ଧରାପଡ଼ିଲା ଖୁଣ୍ଟ ଚୋରି ଗ୍ୟାଙ୍ଗ୍‌

ରାସୋଳ, ୬।୪(ଡି.ଏନ୍‌.ଏ.) – ବିଦ୍ୟୁତ୍‌ ଭିତ୍ତିଭୂମି ନିର୍ମାଣ ଦାୟିତ୍ୱରେ ଥିବା କମ୍ପାନୀ ଦିନବେଳା ଯେଉଁ ସବୁ ଖୁଣ୍ଟ ପୋତୁଥିଲା, ସେସବୁକୁ ରାତିରେ ଯୋଜନାବଦ୍ଧ ଭାବେ ଗ୍ୟାସ୍‌ କଟରରେ ଖଣ୍ଡ ଖଣ୍ଡ କରି କାଟି ନେଉଥିଲେ ଅଭିଯୁକ୍ତ। କେବଳ ଖୁଣ୍ଟ ଉପରେ ନଜର ଥିଲା ତାହା ନୁହେଁ, ବିଦ୍ୟୁତ୍‌ କେବୁଲ, ଷ୍ଟେ-ଓ୍ବାୟର ମଧ୍ୟ ସେମାନଙ୍କ ଲୋଲୁପ ଦୃଷ୍ଟିରୁ ବାଦ୍‌ ପଡୁ ନ ଥିଲା। ଢେଙ୍କାନାଳ ଜିଲା ରାସୋଳ ପୋଲିସ ହାତରେ ପଡ଼ିଛନ୍ତି ଏଭଳି ଏକ ଚୋରି ଗ୍ୟାଙ୍ଗ୍‌ର ୬ଜଣ ସଦସ୍ୟ। ଗିରଫ ଅଭିଯୁକ୍ତ ହେଲେ ଓଡ଼ାପଡ଼ା ବ୍ଲକ କଣ୍ଟାବଣିଆ ଥାନା ଅଞ୍ଚଳର ପ୍ରତାପ ନାୟକ, ଅମି ନାୟକ, ଶ୍ରୀକାନ୍ତ ନାୟକ, ଟିକେଶ୍ୱର ନାୟକ, ସୁମନ୍ତ ନାୟକ ଏବଂ ଦିଲୀପ ନାୟକ। ସେମାନଙ୍କ ନିକଟରୁ ଏକ କାର୍‌ (ନଂ. ଓଆର୍‌ ୦୧ଏଲ୍‌ ୪୫୪୫), କଟାଯାଇଥିବା ବିଦ୍ୟୁତ୍‌ ତାର ଏବଂ ଖୁଣ୍ଟ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ (ନଂ. ଓଡି ୧୯ ଏନ୍‌ ୬୭୧୭), ଗ୍ୟାସ୍‌ କଟର, ସିଲିଣ୍ଡର ଜବତ କରାଯାଇଛି। ଏହି ଘଟଣା ପଛରେ କେତେଜଣ ମାଷ୍ଟରମାଇଣ୍ଡ୍‌ ଅଛନ୍ତି। ସେମାନଙ୍କୁ ଧରିବା ଲାଗି ପୋଲିସ ଉଦ୍ୟମ ଆରମ୍ଭ କରିଛି।
ପୋଲିସ ସୂଚନା ଅନୁଯାୟୀ, ଗୁପ୍ତା ପାଓ୍ବାର ଇନ୍‌ଫ୍ରାଷ୍ଟ୍ରକ୍‌ଚର ନାମକ ଏକ ଠିକାସଂସ୍ଥା ଓପିଟିସିଏଲ୍‌ ବିଦ୍ୟୁତ୍‌ ଭିତ୍ତିଭୂମି ନିର୍ମାଣ ଦାୟିତ୍ୱ ନେଇଛି। ଉକ୍ତ କମ୍ପାନୀ ହିନ୍ଦୋଳ ବ୍ଲକର ବାବନ୍ଧରୁ ହିନ୍ଦୋଳ ରୋଡ୍‌ ପର୍ଯ୍ୟନ୍ତ ବିଦ୍ୟୁତ୍‌ ସଂଯୋଗୀକରଣ କାର୍ଯ୍ୟ କରୁଛି। ଗତ ସୋମବାର ବିଳମ୍ବିତ ରାତିରେ କେତେଜଣ ଅଭିଯୁକ୍ତ ଗ୍ୟାସ୍‌ କଟର ସହାୟତାରେ ଲୁହା ଖୁଣ୍ଟ କାଟୁଥିବା କମ୍ପାନୀର କେତେଜଣ କର୍ମଚାରୀ ଦେଖି ପ୍ରତିବାଦ କରିଥିଲେ। ତେବେ ଅଭିଯୁକ୍ତମାନେ ସେମାନଙ୍କୁ ଭୟଭୀତ କରାଇ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲେ। ସମ୍ପୃକ୍ତ କର୍ମଚାରୀ ଉପସ୍ଥିତ ବୁଦ୍ଧି ଖଟାଇ ଘଟଣା ସମ୍ପର୍କରେ ରାସୋଳ ଥାନାକୁ ସୂଚନା ଦେଇଥିଲେ। ଥାନାଧିକାରୀ ବିଜୟ କୁମାର ହାଇବ୍ରୁଙ୍କ ନିର୍ଦ୍ଦେଶରେ ସବ୍‌ଇନ୍ସପେକ୍ଟର ପି.ଏ. ଖାନ୍‌ ସଦଳବଳ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଅଭିଯୁକ୍ତଙ୍କୁ ଧରିବା ଲାଗି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବାବେଳେ ମୋଟଙ୍ଗା ଥାନା ଏବଂ ହିନ୍ଦୋଳ ରୋଡ୍‌ ଫାଣ୍ଡି ପୋଲିସକୁ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରିବାକୁ କୁହାଯାଇଥିଲା। ରାସ୍ତାରେ ଜଗିଥିବା ପୋଲିସ ଅଧିକାରୀଙ୍କୁ ଦେଖି ଗାଡ଼ିରେ ଆସୁଥିବା ଅଭିଯୁକ୍ତ ହଡ଼ବଡ଼େଇ ଯାଇଥିଲେ। ଫଳରେ ବହଣ୍ଡେଇ ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିପଡ଼ିଥିଲା। ଅଭିଯୁକ୍ତମାନେ ଜଙ୍ଗଲିଆ ରାସ୍ତାରେ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ଗୋଡ଼ାଇ ଗୋଡ଼ାଇ ସେମାନଙ୍କୁ କାବୁ କରିଥିଲା। ତେବେ ଏଭଳି ର଼୍ୟାକେଟ୍‌ ପଛରେ କେବଳ ଯେ ବାହାର ଲୋକଙ୍କ ସମ୍ପୃକ୍ତି ରହିଛି, ତାହାକୁ ସାଧାରଣ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି। କମ୍ପାନୀର କେତେଜଣ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ଏଥିରେ ହାତ ଥିବା ସେମାନେ ଅନୁମାନ କରୁଛନ୍ତି। କମ୍ପାନୀ ଏବଂ ପୋଲିସ ପକ୍ଷରୁ ମିଳିତ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଉନ୍ମୋଚିତ ହେବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।
ଏ ସଂକ୍ରାନ୍ତରେ ଥାନାଧିକାରୀ କୁହନ୍ତି, ଧରାପଡ଼ିଥିବା ଅଭିଯୁକ୍ତମାନେ ଶ୍ରମିକ ଶ୍ରେଣୀର। ଏମାନଙ୍କ ପଛରେ କେହି ଜଣେ ମାଷ୍ଟରମାଇଣ୍ଡ୍‌ ରହିଥିବା ଅନୁମାନ କରାଯାଉଛି। ଅଭିଯୁକ୍ତଙ୍କୁ ଜେରା କରାଯାଉଛି। ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ପଚରାଉଚରା ପରେ ର଼୍ୟାକେଟ୍‌ ସମ୍ପର୍କରେ ଅନେକ ତଥ୍ୟ ପଦାକୁ ଆସିବାର ସମ୍ଭାବନା ରହିଛି ବୋଲି ଥାନାଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri