ସୁଶାନ୍ତ ସିଂଙ୍କୁ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର,୯ା୪(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ଝାରସୁଗୁଡ଼ା ଉପନିର୍ବାଚନରୁ ଦୂରେଇ ରଖାଯାଇଛି। ବରିଷ୍ଠ ପର୍ଯ୍ୟବେକ୍ଷକ କିମ୍ବା ବିଜେଡି ବ୍ଲକ ଓ ମ୍ୟୁନିସିପାଲିଟି ପର୍ଯ୍ୟବେକ୍ଷକ ତାଲିକାରେ ମଧ୍ୟ ତାଙ୍କ ନାମ ନାହିଁ। କେଉଁଥିପାଇଁ ତାଙ୍କୁ ଦଳର ପ୍ରମୁଖ ପରିଚାଳନା ତାଲିକାରୁ ବାଦ୍‌ ଦିଆଯାଇଛି ତାହା ଅସ୍ପଷ୍ଟ ରହିଛି। ତେବେ ଏହାକୁ ନେଇ ରାଜନୀତି ଜୋର ଧରିଛି। ଏହି ପ୍ରସଙ୍ଗକୁ ନେଇ ଭାଜପା ବିଜେଡିକୁ ଶାଣିତ ଆକ୍ରମଣ କରିଛି। ସୁଶାନ୍ତଙ୍କ ନାଁ ନ ନେଇ ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ନବ ଦାସଙ୍କ ହତ୍ୟା ପଛରେ ତାଙ୍କର ସମ୍ପୃକ୍ତି ରହିଛି ବୋଲି ବିଜେଡି ଅଫିସିଆଲି ପ୍ରମାଣ କରିଛି। ପୂର୍ବରୁ ବିରୋଧୀ ଦଳ ନେତା ଯାହା କହିଥିଲେ, ବିଜେଡି ସେହି କଥାକୁ ଅଫିସିଆଲି ସ୍ବୀକାର କରିଛି। ତାଙ୍କ ଉପରେ ଝାରସୁଗୁଡ଼ାରେ ନବ ଦାସଙ୍କ ସମର୍ଥକଙ୍କ ଆକ୍ରୋଶ ରହିଛି। ଏହି ଆକ୍ରୋଶରୁ ବିଜେଡି ବର୍ତ୍ତିବାକୁ ଚାହୁଁଛି। ଜାଣିଶୁଣି ପର୍ଯ୍ୟବେକ୍ଷକ ତାଲିକାରୁ ସେହି ନେତାଙ୍କୁ ବାଦ୍‌ ଦିଆଯାଇଛି। ଦଶାହ କାର୍ଯ୍ୟରୁ ମଧ୍ୟ କିଛି ଲୋକଙ୍କୁ ଦୂରେଇ ରଖାଯାଇଥିଲା। ନବ ଦାସ ହତ୍ୟାକାଣ୍ଡ ସହ ତାଙ୍କର ସମ୍ପୃକ୍ତି ଅଛି ବୋଲି ରାଜ୍ୟ ସରକାର ବିଶ୍ୱାସ କରୁଛନ୍ତି। ପୂର୍ବରୁ ତାଙ୍କ ନାଁରେ ଅଭିଯୋଗ ରହିଛି ବୋଲି ପୃଥ୍ବୀରାଜ କହିଛନ୍ତି।
ଅନ୍ୟପକ୍ଷରେ ବିଜେଡିର ବରିଷ୍ଠ ନେତା ତଥା ଢେଙ୍କାନାଳ ଏମ୍‌ପି ମହେଶ ସାହୁ କହିଛନ୍ତି, ଦଳ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଉଁ ଦୃଷ୍ଟିରୁ ଏବଂ କେଉଁ କାରଣ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ସେ ହିଁ କହିପାରିବେ। ବିଜୁ ଜନତା ଦଳରେ ସମସ୍ତେ ଦକ୍ଷ ନେତା। କିଏ କ’ଣ କହୁଛି ତାକୁ ନେଇ କିଛି କହିହେବନାହିଁ। ନବ ଦାସ ହତ୍ୟା ମାମଲାର ତଦନ୍ତ ଚାଲିଛି। ବିରୋଧୀ ଦଳ ବହୁତ କଥା କହୁଛନ୍ତି। ଜଣେ ଆକ୍ଟିଭ ଲୋକଙ୍କୁ ସବୁବେଳେ ସବୁ ଜାଗାରେ ଦାୟିତ୍ୱ ଦିଆଯିବ କି ? ସେ ଅଞ୍ଚଳରେ ଆମର ଆହୁରି ଆକ୍ଟିଭ ଲୋକ ଅଛନ୍ତି। ଏହା ଦଳର ନିଷ୍ପତ୍ତି ହୋଇଥିବ। ଦଳର ନିଷ୍ପତ୍ତିକୁ କାର୍ଯ୍ୟକର୍ତ୍ତାମାନେ ଗ୍ରହଣ କରିବେ। ବିରୋଧୀ ଦଳ କ’ଣ ପ୍ରତିକ୍ରିୟା ଦେଲେ, ତାଙ୍କ କଥାରେ କ’ଣ ନାଚିବୁ? ବିରୋଧୀ ଦଳ କ’ଣ ଜଜ୍‌ ବୋଲି ମହେଶ ପ୍ରଶ୍ନ କରିଛନ୍ତି।
କଂଗ୍ରେସର ବରିଷ୍ଠ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି, ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ନାମ ଝାରସୁଗୁଡ଼ା ଉପନିର୍ବାଚନ ବିଜେଡି ପର୍ଯ୍ୟବେକ୍ଷକ ତାଲିକାରୁ କାଟି ଦିଆଯାଇଛି। ସେ ପୂର୍ବରୁ ବିଜେପୁର, ପଦ୍ମପୁର, ବ୍ରଜରାଜନଗର ଦାୟିତ୍ୱରେ ଥିଲେ। ଗତ ଏନ୍‌ଏସି ନିର୍ବାଚନରେ ମଧ୍ୟ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ତାଙ୍କୁ ଉପନିର୍ବାଚନ ତାଲିକାରୁ ବାଦ୍‌ ଦିଆଯାଇଛି। ତାଙ୍କ ନାଁ ନବ ଦାସ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା କୁହାଯାଉଛି। ଯଦି ସୁଶାନ୍ତ ଉପନିର୍ବାଚନକୁ ଯିବେ ତେବେ ନବ ଦାସଙ୍କ କର୍ମୀ, ତାଙ୍କ ଘର ଲୋକ ଯିଏ ପ୍ରାର୍ଥୀ ହୋଇଛନ୍ତି ସେ ମଧ୍ୟ ବିରୋଧ କରିବେ। ସେଥିପାଇଁ ତାଙ୍କୁ ଝାରସୁଗୁଡ଼ା ନିର୍ବାଚନରୁ ବାହାରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ରେକର୍ଡସ୍ତରରେ ରୁପା ମୂଲ୍ୟ: ପ୍ରଥମଥର ଟପିଲା ୨.୫ ଲକ୍ଷ

ନୂଆଦିଲ୍ଲୀ,୨୯।୧୨:ବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ରୁପା ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଦେଶର ଫ୍ୟୁଚର୍ସ ବଜାରରେ ପ୍ରଥମ ଥର ପାଇଁ ରୂପା ମୂଲ୍ୟ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବଡ଼ ଟ୍ରେନ ଦୁର୍ଘଟଣା: ୧୩ ମୃତ୍ୟୁ, ଟ୍ରେନ୍‌ରେ ଥିଲେ ୨୪୧ ଯାତ୍ରୀ

ମେକ୍ସିକୋ,୨୯।୧୨: ମେକ୍ସିକୋରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଦେଶର ଓଆକ୍ସାକା ରାଜ୍ୟରେ ଏକ ଅନ୍ତଃସାଗରୀୟ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri