ରାଜନୈତିକ ଛକାପଞ୍ଝା ଜୋର ଧରିଲା

ଡେରାବିଶ, ୧୯।୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ସମବାୟ ସମିତିର ପରିଚାଳନା ନିର୍ଦ୍ଦେଶକ ପଦବୀ ପାଇଁ ରବିବାର ଅର୍ଥାତ୍‌ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ନିର୍ବାଚନରେ ବ୍ଲକ ଅଧୀନରେ ଥିବା ୧୦ଟି ସମବାୟ ସମିତି ମଧ୍ୟରୁ ୬ଟିରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଜିଲା ସହକାରୀ ସମବାୟ ନିବନ୍ଧକଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ମାତ୍ର ଏହି ନିର୍ବାଚନରେ ନିଜ ଅକ୍ତିଆରକୁ ସମବାୟ ସମିତିଗୁଡ଼ିକୁ ଆଣିବା ପାଇଁ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଛକପଞ୍ଝା ଆରମ୍ଭ ହୋଇଯାଇଛି। ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ପକ୍ଷରୁ ସମସ୍ତ ସମବାୟ ସମିତିରେ ପରିଚାଳନା ନିର୍ଦ୍ଦେଶକ ପଦବୀ ପାଇଁ ନିଜ ସମର୍ଥିତ ପ୍ରାର୍ଥୀ ଛିଡ଼ା କରାଇଛନ୍ତି। ସେହିପିରି ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ସରୋଜକାନ୍ତ ସାହୁଙ୍କ ପକ୍ଷରୁ ଅନୁରୂପ ଭାବେ ସମସ୍ତ ସମିତିରେ ପ୍ରାର୍ଥୀ ଦେଇଛନ୍ତି। ରବିବାର ଅନୁଷ୍ଠିତ ନିର୍ବାଚନର ଅବ୍ୟବହିତ ପୂର୍ବରୁ କେତେକ ସମିତିର ଭୋଟରମାନଙ୍କୁ ନେତୃମଣ୍ଡଳୀ ନିଜ ସପକ୍ଷରେ ଭୋଟ ଦେବା ପାଇଁ ଅଜ୍ଞାତବାସରେ ରଖିଥିବା ବ୍ଲକ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଜିଲା ସହକାରୀ ଉପନିବନ୍ଧକ ମନମୋହନ ରାଉତଙ୍କ ସୂଚନା ଅନୁଯାୟୀ ପ୍ରତ୍ୟେକ ସମବାୟ ସମିତି ଅଧୀନରେ ୧୫ଟି ଲେଖାଏ ଜୋନ୍‌ ରହିଛି। ରବିବାର ନିର୍ବାଚନ ପାଇଁ ସମୁଦାୟ ୧୩୧ ଜଣ ପ୍ରାର୍ଥୀ ରହିଛନ୍ତ। ୬ଟି ସମିତି ପାଇଁ ୨,୩୪୮ ଜଣ ଭୋଟର ରହିଛନ୍ତି। ସକାଳ ଅପରାହ୍ନ ୪ଟା ଯାଏ ଅନୁଷ୍ଠିତ ନିର୍ବାଚନ ପାଇଁ ୬ ଜଣ ପ୍ରିଜାଇଡିଂ ଅଫିସର ଓ ୧୯ ଜଣ ପୋଲିଂ ଅଫିସର ନିଯୁକ୍ତି ହୋଇଛନ୍ତି। ଯେଉଁ ସମିତିରେ ଆବଶ୍ୟକ ପଡ଼ିବ ଅଧିକ ପୋଲିଂ ଅଫିସର ପଠାଯିବ ବୋଲି ରାଉତ ସୂଚନା ଦେଇଛନ୍ତି। ତେବେ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ପ୍ରତି ସମିତି କାର୍ଯ୍ୟାଳୟରେ ହେଉଥିବା ଭୋଟ କେନ୍ଦ୍ରରେ ବ୍ୟାପକ ପୋଲିସ ବ୍ୟବସ୍ଥା ମଧ୍ୟ କରାଯାଇଥିବା ରାଉତ ସୂଚନା ଦେଇଛନ୍ତି। ମାତ୍ର ଏହି ନିର୍ବାଚନରେ ନିଜ ଅକ୍ତିଆରକୁ ସମବାୟ ସମିତିଗୁଡ଼ିକୁ ଆଣିବା ପାଇଁ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ କସରତ ଆରମ୍ଭ ହୋଇଛି। ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ପକ୍ଷରୁ ସମସ୍ତ ସମବାୟ ସମିତିରେ ପରିଚାଳନା ନିର୍ଦ୍ଦେଶକ ପଦବୀ ପାଇଁ ନିଜ ସମର୍ଥିତ ପ୍ରାର୍ଥୀ ଛିଡ଼ା କରାଇଛନ୍ତି। ସେହିପିରି ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ସରୋଜକାନ୍ତ ସାହୁଙ୍କ ପକ୍ଷରୁ ଅନୁରୂପ ଭାବେ ସମସ୍ତ ସମିତିରେ ପ୍ରାର୍ଥୀ ଦେଇଛନ୍ତି। ରବିବାର ଅନୁଷ୍ଠିତ ନିର୍ବାଚନର ଅବ୍ୟବହିତ ପୂର୍ବରୁ କେତେକ ସମିତିର ଭୋଟରମାନଙ୍କୁ ନେତୃମଣ୍ଡଳୀ ନିଜ ସପକ୍ଷରେ ଭୋଟ ଦେବା ପାଇଁ ଅଜ୍ଞାତବାସରେ ରଖିଥିବା ବ୍ଲକ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ରବିବାର ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ସମିତିଗୁଡ଼ିକ ହେଲା ଦାନପୁର ପ୍ରାଥମିକ କୃଷିସମବାୟ ସମିତି, ରତାଦିଆଖଣ୍ଡସାହି, କୁଶିଆପାଳ, ଗୋଲରାହାଟ, ଏଣ୍ଡର ଓ ରଘୁଦେଇପୁର ସମବାୟ ସମିତି। କାଉପଡ଼ା ସମବାୟ ସମିତିରେ ସମସ୍ତ ନିର୍ଦ୍ଦେଶକ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବାରୁ ଏଠାରେ ନିର୍ବାଚନ ହେବନାହିଁ ବୋଲି ସମବାୟ ନିବନ୍ଧକ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି।