ପୋଲିସ ଛାଉଣୀରେ ଲାଗିଲା ଝଣ୍ଡା

ଯୋଡ଼ା,୧୫।୪ (ଡି.ଏନ.ଏ.) କେନ୍ଦୁଝର ଜିଲା ଯୋଡ଼ା ସହରରେ ଗତ ସୋମବାର ରାମନବମୀରେ ଝଣ୍ଡା ଲଗାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସୃଷ୍ଟି ହୋଇଥିବା ବିବାଦ ୩ଦିନ ପରେ ହନୁମାନ ଜୟନ୍ତୀ ତଥା ପଣାସଂକ୍ରାନ୍ତିରେ ଅବସାନ ଘଟିଛି। ଗୁରୁବାର ପଣାସଂକ୍ରାନ୍ତି ଦିନ ନିର୍ଦ୍ଧାରିତ ସମୟ ସକାଳ ୯ଟାରୁ ୧୦ଟା ମଧ୍ୟରେ ହନୁମାନ ମନ୍ଦିରରୁ ପୋଲିସ ପ୍ରଶାସନର ଉପସ୍ଥିତିରେ କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ହନୁମାନ ଝଣ୍ଡା ୪ ନଂ. ୱାର୍ଡରେ ଥିବା ଶିବ ମନ୍ଦିରରେ ସ୍ଥାପନ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ୪ ନଂ. ୱାର୍ଡର ପ୍ରତି ଘର ଛାତ ଉପରେ ବନ୍ଧୁକଧାରୀ ମୁତୟନ ହୋଇଥିଲେ। ସମ୍ପୂର୍ଣ୍ଣ ଅଞ୍ଚଳକୁ ପ୍ରାୟତଃ ପୋଲିସ ଛାଉଣୀ କରି ଦିଆଯାଇଥିଲା।
ମନ୍ଦିର କମିଟି ପକ୍ଷରୁ ରଣଜିତ୍‌ ମହାକୁଡ, ସରୋଜ ସାହୁ, ମହାବୀର ଶର୍ମା, ମନୋଜ ଜୟସ୍ବାଲ ପ୍ରମୁଖ ଝଣ୍ଡା ନେବାରେ ଅଂଶଗ୍ରହଣ କରିଥିବା ବେଳେ ଅନ୍ୟ ସମ୍ପ୍ରଦାୟ ପକ୍ଷରୁ ମହମ୍ମଦ ଅବୁଲ ହାସନ, ନୌସାଦ ଆଲାମ, ମହମ୍ମଦ ଓକିଲ, ମହମ୍ମଦ ସାଫିକ ଏହି ଶୋଭାଯାତ୍ରାରେ ପ୍ରଶାସନ ସହିତ ସାମିଲ ରହିଥିଲେ। ପ୍ରଶାସନ ପକ୍ଷରୁ ଏସ୍‌ପି ମହାପାତ୍ରଙ୍କ ସମେତ ଅତିରିକ୍ତ ଏସ୍‌ପି ସୁଦାମ ଚରଣ ସାହୁ, ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରୀତିମୟ, ମାଜିଷ୍ଟ୍ରେଟ ଦାୟିତ୍ୱରେ ବଡ଼ବିଲ ତହସିଲଦାର ଆଲୋକ ପଟେଲଙ୍କ ସମେତ ବିଭିନ୍ନ ଥାନାର ଅଧିକାରୀ ଉପସ୍ଥିତ ଥିଲେ ା ଏକ ଭାଇଚାରାର ନିଦର୍ଶନ ଦେଖିବାକୁ ମିଳିଥିଲା। ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କୁ ଏକ ଗୋଷ୍ଠୀର କେତେକ ଲୋକ ଖରାକୁ ଦୃଷ୍ଟିରେ ରଖି ପାନୀୟ ଜଳ ଦେଇଥିଲେ। ସମୁଦାୟ ଅଞ୍ଚଳରେ ପରିସ୍ଥିତି ଶାନ୍ତ ରହିଛି। ଚମ୍ପୁଆ ଉପଜିଲାପାଳ ପ୍ରୀତିମୟ କହିଛନ୍ତି ଯେ, ପୂର୍ବ ସ୍ଥିତି ଓ ଭାଇଚାରାକୁ ଫେରାଇ ଆଣିବା ପାଇଁ ସମସ୍ତ ଉଦ୍ୟମ କରାଯାଉଛି ା ଅଞ୍ଚଳର ସ୍ଥିତିକୁ ଦେଖି ୧୪୪ ଧାରାରେ ସକାଳେ ୨ ଘଣ୍ଟା ଏବଂ ଅପରାହ୍ନରେ ୨ ଘଣ୍ଟା କୋହଳ କରାଯିବାର ବ୍ୟବସ୍ଥା ପ୍ରଶାସନ କରିବ ବୋଲି ସେ କହିଥିଲେ। ଭିଡ ଜମୁଥିବା ହୋଟେଲ ଏବଂ ଅନ୍ୟାନ୍ୟ ଦୋକାନକୁ ଛାଡି ଦେଇ ଅତ୍ୟାବଶ୍ୟକ ସାମଗ୍ରୀ ବିକୁଥିବା ଦୋକାନଗୁଡିକ ଖୋଲାଯିବ ବୋଲି କହିଥିଲେ। ଏସ୍‌ପି ମହାପାତ୍ର କହିଥିଲେ ଯେ ଯେପର୍ଯ୍ୟନ୍ତ ପୂର୍ବସ୍ଥିତି ଫେରିନାହିଁ ସେପର୍ଯ୍ୟନ୍ତ ପୋଲିସ ଫୋର୍ସ ଅଞ୍ଚଳରୁ ହଟିବ ନାହିଁ। ଏତଦବ୍ୟତୀତ ଗୁଜବ ସୃଷ୍ଟି କରୁଥିବା ସୋସିଆଲ ମିଡିଆ ତଥା ଗ୍ରୁପଗୁଡିକ ଉପରେ ପୋଲିସ ପ୍ରଶାସନ ତୀକ୍ଷ୍‌ଣ ନଜର ରଖିଛି। ପ୍ରଶାସନର ତତ୍ପରତା ଯୋଗୁ ସ୍ଥାନୀୟ ଅଞ୍ଚଳରେ ବାତାବରଣ ସ୍ବାଭାବିକ ହୋଇପାରିଛି ବୋଲି ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

କାଲି CBSE ଦଶମ-ଦ୍ବାଦଶ ପରୀକ୍ଷା, ସକାଳ ୧୦ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSEର ନିର୍ଦ୍ଦେଶ

ଭୁବନେଶ୍ବର,୧୬ା୨: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ, ଦ୍ବାଦଶ ପରୀକ୍ଷା । ୪୬ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଏଥର ଦେବେ ଦଶମ ଓ ଦ୍ବାଦଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri