ପୋଲିସକୁ ଏଯାଏ ମିଳିନି ସୁରାକ

ଭେଡ଼େନ,୨୦।୪(ଡି.ଏନ.ଏ): ବରଗଡ଼ ଜିଲା ଭେଡ଼େନ ଥାନା ରୁଷୁଡ଼ା ଫାଣ୍ଡି ଅନ୍ତର୍ଗତ ଆଖିଫୁଟା ଗ୍ରାମରେ ସୋମବାର ସଂଘଠିତ ଟ୍ରିପଲ ମର୍ଡ଼ର ଘଟଣା ସାରାରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବୁଧବାର ବ୍ୟବଚ୍ଛେଦ ପରେ ୩ମୃତଦେହ ଗ୍ରାମରେ ପହଞ୍ଚିଥିଲା । ଏକ ଶୋକାକୁଳ ପରିବେଶରେ ଗ୍ରାମର ଶ୍ମଶାନରେ ଗୋଟିଏ ଜୁଇରେ ମୃତ ଟଙ୍କଧର ସାହୁ ଏବଂ ୨ସ୍ତ୍ରୀ ଦ୍ରୌପଦୀ, ମାଧବୀଙ୍କ ଶବଦାହ କରାଯାଇଥିଲା। ଅନ୍ୟପଟେ ହତ୍ୟାକାଣ୍ଡ ନେଇ ଭେଡ଼େନ ଥାନାରେ ଦଫା ୩୦୨ରେ ଏକ ମାମଲା(୧୨୯/୨୩) ରୁଜୁ ହୋଇଛି। ତେବେ ଘଟଣାକୁ ୨ଦିନ ବିତିଯାଇ ଥିଲେ ସୁଦ୍ଧା ହତ୍ୟା ଅଭିଯୁକ୍ତଙ୍କ ସମ୍ପର୍କରେ ପୋଲିସ କୌଣସି ସୁରାକ୍‌ ପାଇ ପାରିନାହିଁ। ପୋଲିସ ଘଟଣାର ବିଭିନ୍ନ ଦିଗ ଉପରେ ତଦନ୍ତ କରୁଛି ଏବଂ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଧିକ ତଥ୍ୟ ମିଳିବ ଏସ୍‌ଡ଼ିପିଓ ଅମ୍ରିତ କୁମାର ପଣ୍ଡା କହିଛନ୍ତି।
ହତ୍ୟାକାଣ୍ଡକୁ ନେଇ ସାଧାରଣରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଛି। ପାରିପାର୍ଶ୍ୱିକ ସ୍ଥିତି ଏବଂ ପଡ଼ୋଶୀ ଲୋକଙ୍କ କଥାରୁ ତାହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା ବୋଲି ସ୍ପଷ୍ଟ ବାରି ହେଉଥିବାବେଳେ ଗୁମର ମଧ୍ୟ ଧିରେଧିରେ ଖୋଲିବାରେ ଲାଗିଛି। ପଡ଼ୋଶୀ ସାରଦୁଲ ରଣା କହିଛନ୍ତି, ମୃତ ଟଙ୍କଧରଙ୍କ ପୈତୃକ ଘର ସୋହେଲା ଥାନା ବାରଗୁଡ଼ା ଅଞ୍ଚଳରେ। ସେ ବହୁବର୍ଷତଳେ କିଛି ମସଲା ସାମଗ୍ରୀ ଧରି ଗାଁ ଗାଁ ବୁଲି ବିକ୍ରି କରୁଥିଲେ । ତେବେ ପ୍ରଥମ ସ୍ତ୍ରୀ ଦ୍ରୌପଦୀଙ୍କୁ ବିବାହ ପରେ ସେ ଆଖିଫୁଟା ଗ୍ରାମରେ ରହୁଥିଲେ। ଦ୍ରୌପଦୀଙ୍କୁ ପିଲାଛୁଆ ନ ହେବାରୁ ଗତ ୬ବର୍ଷତଳେ ଡୁଙ୍ଗୁରିପାଲି ଥାନା ଟୁନିଆମୁଣ୍ଡା ଗ୍ରାମର ମାଧବୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ସେହିପରି ଟଙ୍କଧରଙ୍କ ଭାଗଚାଷ କରୁଥିବା ସୁଣ୍ଡି ଭେଙ୍କଟ ରାଓ କହିଛନ୍ତି, ଗତ ଦଶହରାରେ ସୋହେଲା ଥାନା ଅଞ୍ଚଳର ଜଣେ ସମ୍ପର୍କୀୟ ଭଣଜା ଟଙ୍କଧରଙ୍କ ଘରକୁ ଆସି ପ୍ରାୟ ୧୦ଦିନ ଧରି ରହିଥିଲେ। ପରେ ଟଙ୍କଧରଙ୍କୁ ମାରପିଟ୍‌ କରିବା ସହିତ କିଛିଟଙ୍କା ଏବଂ ବାଇକ୍‌ ଧରି ଫେରାର୍‌ ହୋଇଯାଇଥିଲେ। ଏ ନେଇ ସେତେବେଳେ ଟଙ୍କଧର ସୋହେଲା ଥାନାକୁ ଯାଇଥିଲେ ଏବଂ ସେଠାରେ ଆପୋସ ବୁଝାମଣା ପରେ ନିଜ ବାଇକ୍‌କୁ ଆଣିଥିଲେ। ଫଳରେ ଏହି ହତ୍ୟାକାଣ୍ଡ ପଛରେ ଟଙ୍କଧରଙ୍କ ସେହି ସମ୍ପର୍କୀୟ ଭଣଜାଙ୍କ ସମ୍ପୃକ୍ତି ଥାଇପାରେ ବୋଲି ସାଧାରଣରେ ଆଲୋଚିତ ହେଉଛି ।
ଅନ୍ୟପଟେ ପୋଲିସ ଟଙ୍କଧରଙ୍କ ଘର ପଛପଟୁ ମଙ୍ଗଳବାର ଏକ କୁରାଢ଼ୀ ଜବତ କରିଥିଲା । ଜବତ କୁରାଢ଼ୀ ଟଙ୍କଧରଙ୍କ ନୁହେଁ ବୋଲି ପଡ଼ୋଶୀ ଲୋକେ କହୁଛନ୍ତି। ସେହିପରି ଅନୁସନ୍ଧାନୀ କୁକୁର ଟଙ୍କଧରଙ୍କ ଘର ପଛପଟ କେନାଲ ଦେଇ ଆଖିଫୁଟା ଛକରୁ ଗର୍ଭନା ରାସ୍ତାରେ ପ୍ରାୟ ୨ଶହ ମିଟର ଦୂରରେ ରହିଥିବା ଏକ ବନ୍ଦ ଢ଼ାବାରେ ପହଞ୍ଚିଥିଲା। ଫଳରେ ହତ୍ୟା ଘଟାଇବା ପରେ ଅଭିଯୁକ୍ତ ସେ ଦେଇ ଫେରାର୍‌ ହୋଇ ଯାଇଥିବା ଅନୁମାନ କରାଯାଉଛି । ତେବେ ଗତବର୍ଷ ଅକ୍ଟୋବର ୩୦ତାରିଖ ବରଗଡ଼ ଜିଲା ଭେଡ଼େନ ଥାନା ଜାଣ୍ଡୋଲ ଗ୍ରାମରେ ବନ୍ଦ କୋଠରୀରୁ ଗୋଟିଏ ପରିବାରର ୪ସଦସ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସେମାନଙ୍କ ମଧ୍ୟରେ ଗୃହକର୍ତ୍ତା, ସ୍ତ୍ରୀ ଓ ୨ଝିଅପୁଅ ଥିଲେ । ଏହି ଘଟଣା ଏବେ ମଧ୍ୟ ରହସ୍ୟାବୃତ୍ତ ରହିଥିବାବେଳେ ଆଖିଫୁଟା ଟ୍ରିପଲ ମର୍ଡ଼ର ଘଟଣା ଉପରୁ ପୋଲିସ କେତେଶୀଘ୍ର ପରଦା ହଟାଇବାରେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri