ଦାୟିତ୍ୱରୁ ହଟିବେ ପୋଲିସ ଡିଜି

ଭୁବନେଶ୍ୱର,୭।୪(ବ୍ୟୁରୋ): ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଦାୟିତ୍ୱରୁ ୧୯୮୬ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଅଭୟ ଖୁବ୍‌ଶୀଘ୍ର ହଟିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଆସନ୍ତା ଡିସେମ୍ବରରେ ଅଭୟଙ୍କ ଚାକିରି କାର୍ଯ୍ୟକାଳ ସମାପ୍ତ ହେଉଛି। କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେ ଚାକିରିରୁ ସ୍ବେଚ୍ଛାକୃତ ଅବସର(ଭିଆର୍‌ଏସ୍‌) ନେବା ନେଇ ପାଓ୍ବାର କରିଡରରେ ଆଲୋଚନା ହେଉଛି। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ତାଙ୍କ ସ୍ଥାନରେ ନୂଆ ଜଣଙ୍କୁ ଅବସ୍ଥାପିତ କରିବାକୁ ଯୋଜନା ଚାଲିଛି। ଏପରି କି ଅଭୟ ଭିଆର୍‌ଏସ୍‌ ନେଲେ ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରିବାକୁ ଯୋଜନା ହୋଇଥିବା ଶୁଣିବାକୁ ମିଳୁଛି। ଅପରପକ୍ଷରେ ଡିଜିିପି ପଦବୀ ଲାଗି ୪ଜଣ ଆଇପିଏସ୍‌ ଅଫିସର ଏବେଠାରୁ ଲବି ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି। ସେମାନେ ହେଲେ ୧୯୮୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ସୁନୀଲ ବଂଶଲ, ୧୯୮୮ ବ୍ୟାଚ୍‌ ଆଇପିଏସ୍‌ ଅଫିସର ସନ୍ତୋଷ କୁମାର ଉପାଧ୍ୟାୟ, ୧୯୮୮ ବ୍ୟାଚ ଆଇପିଏସ୍‌ ମନୋଜ କୁମାର ଛାବ୍ରା ଓ ୧୯୮୮ ବ୍ୟାଚ୍‌ ଆଇପିଏସ୍‌ ବିନୟା ନନ୍ଦ ଝା।
ପ୍ରକାଶ ଥାଉକି, ଡେପୁଟେଶନରେ ହାଇଦ୍ରାବାଦ ନ୍ୟାଶନାଲ ପୋଲିସ ଏକାଡେମୀ ଡାଇରେକ୍ଟର ଭାବେ କାର୍ଯ୍ୟରତ ଆଇପିଏସ୍‌ ଅଫିସର ଅଭୟଙ୍କୁ ୨୦୧୯ ଡିସେମ୍ବର ୯ରେ ରାଜ୍ୟ ପୋଲିସର ସର୍ବୋଚ୍ଚ ପଦରେ ଅବସ୍ଥାପିତ କରାଯାଇଥିଲା। ତାଙ୍କର କାର୍ଯ୍ୟକାଳ ୨୦୨୧ ଜୁନରେ ଶେଷ ହେବାର ଥିଲା। ମାତ୍ର ୨୦୨୦ ମାର୍ଚ୍ଚ ୧୮ରେ ରାଜ୍ୟ ସରକାର ଏହାକୁ ଅଧିକ ୬ ମାସ ଅର୍ଥାତ ୨୦୨୧ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। କୋଭିଡ୍‌ ମହାମାରୀ ନିୟନ୍ତ୍ରଣ ଓ ବିନା ଭକ୍ତରେ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରି ଡିଜି ଅଭୟ ବେଶ୍‌ ପ୍ରଶଂସା ସାଉଣ୍ଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲା ଏନ୍‌ଆଇଟି ଛାତ୍ରଙ୍କ ଗବେଷଣା: କରୋନା ଆକ୍ରାନ୍ତ ସଂକ୍ରାନ୍ତରେ ସୂଚନା ଦେବ ଆପ୍‌

ରାଉରକେଲା ଅଫିସ,୧୫।୩: କରୋନା ଭାଇରସ ନେଇ ବିଶ୍ୱବ୍ୟାପୀ ଭୟର ବାତାବରଣ ସୃଷ୍ଟି ହୋଇଛି ା ଏହି ପରିପ୍ରେକ୍ଷୀରେ ରାଉରକେଲାସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି(ଏନଆଇଟି)ର ଜଣେ...

ହେଲ୍ପଲାଇନ୍‌ ନଂ. ଜାରି: ଫସି ରହିଥିବା ଓଡ଼ିଆ, ଓଡ଼ିଶାରେ ଥିବା ବାହାର ରାଜ୍ୟର ଶ୍ରମଜୀବୀଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ

ଭୁବନେଶ୍ୱର,୨୮।୩(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଭାରତରେ ଏହାର ପ୍ରଭାବକୁ ରୋକିବା ଲାଗି ସରକାର ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା...

ଠକିଲେ ୧.୪୦ କୋଟି, ମିଳିଲା ୧୨ ଲକ୍ଷ

ଭୁବନେଶ୍ୱର,୨।୬(ବ୍ୟୁରୋ):ରାଜ୍ୟରେ ଅନ୍‌ଲାଇନ କାରବାର ବୃଦ୍ଧି ପାଇଛି। ଏହାର ସୁଯୋଗ ନେଇ ସାଇବର ଠକମାନେ ଗତ ମେ ମାସରେ ରାଜ୍ୟରେ ୧କୋଟି ୪୦ ଲକ୍ଷ ଟଙ୍କା ଠକି...

ଅଭିଯୁକ୍ତ ଟିଉଶନ ସାର୍‌ ଗିରଫ

ଭୁବନେଶ୍ୱର/ ସମ୍ବଲପୁର,୨୩।୧୨(ବ୍ୟୁରୋ): ଭୁବନେଶ୍ୱର ବଡ଼ଗଡ଼ ଥାନା ଅଞ୍ଚଳରୁ ଦୁଇ ଛାତ୍ରୀଙ୍କୁ ଅପହରଣ କରି ନେଇଥିବା ଟିଉଶନ୍‌ ସାର୍‌ ଗୋପାଳକୃଷ୍ଣ ବାଡ଼ତିଆଙ୍କୁ ପୋଲିସ ସମ୍ବଲପୁର ଅଇଁଠାପାଲି ଅଞ୍ଚଳରୁ...

ଲିଙ୍କ୍‌ ଫେଲ ହେବାରୁ କାର୍ଯ୍ୟ ଠପ୍‌:ପରିବହନ କାର୍ଯ୍ୟାଳୟରେ ଉତ୍ତେଜନା

ଢେଙ୍କାନାଳ ଅଫିସ,୩ା୧୨ ଲାଇସେନ୍ସ, ଗାଡ଼ି କାଗଜପତ୍ର କରାଇବାକୁ ସୋମବାର ଢେଙ୍କାନାଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଆସିଥିବା ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ସକାଳ ୧୦ଟାରୁ...

ଦେବକୁଣ୍ଡରେ ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର ନେଇ ଉତ୍ତେଜନା

ଉଦଳା, ୨୨।୨ (ଡି.ଏନ.ଏ.) ମୟୂରଭଞ୍ଜ ଜିଲା ଉଦଳା ଦେବକୁଣ୍ଡ ପର୍ଯ୍ୟଟନସ୍ଥଳରେ ପର୍ଯ୍ୟଟକଙ୍କୁ ହଇରାଣ କରାଯାଉଥିବା ନେଇ ଅଭିଯୋଗ ହୋଇଛି। ଏ ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ...

୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୩।୮(ବ୍ୟୁରୋ): ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ୧୪...

ଯାତ୍ରାରେ ଯୋଗଦେଇ ପାରିବେନି ଜିଲା ବାହାର ଲୋକ

ବ୍ରହ୍ମପୁର ଅଫିସ୍‌,୨୧ା୩: ବ୍ରହ୍ମପୁର ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରାକୁ ନେଇ ନାନା ଦ୍ୱନ୍ଦ୍ୱ ଦେଖାଦେଇଥିବା ବେଳେ ରବିବାର ସ୍ଥାନୀୟ ଲୋକ ପ୍ରତିନିଧି, ପ୍ରଶାସନ ଓ...

Advertisement
Archives

Model This Week