ପୋଲିସ ଡରରେ ପୋଡ଼ିଦେଲେ କାର

ମାଲକାନଗିରି,୨୦ା୧: ମାଲକାନଗିରି ଜିଲା ଚଲାଣଗୁଡ଼ା ପଞ୍ଚାୟତ ଅଧୀନ ରେଙ୍ଗାବନ୍ଧ ଗ୍ରାମ ନିକଟରେ ବୁଧବାର  ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗଞ୍ଜେଇ ଚାଲାଣହେଉଥିବା ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହେଲେ ପୋଲିସକୁ ଡରି ଗଞ୍ଜେଇ ଚାଲାଣକାରୀ କାରକୁ ନିଆଁ ଲଗାଇ ଦେଇଥିଲେ। ସୂଚନା ଯୋଗ୍ୟ, ଏକ କାରରେ ୨ ଜଣ ଯୁବକ ଗଞ୍ଜେଇ ଧରି ଛତିଶଗଡ଼ ଯାଉଥିଲେ। ହେଲେ କାରଟି ରେଙ୍ଗାବନ୍ଧ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱର ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ଗାଡ଼ିରେ ଥିବା ୨ ଜଣ ଯୁବକ ବହୁ କଷ୍ଟରେ ବାହାରିଥିଲେ। ପରେ ସେମାନେ କାରରୁ ଗଞ୍ଜେଇ ବାହାର କରି ନିକଟସ୍ଥ ଜଙ୍ଗଲରେ ଲୁଚାଇ ଦେଇଥିଲେ। ଏପରି କି କାରରେ ନିଆଁ ଲଗାଇ ଫେରାର ହୋଇଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଛି। ସ୍ଥାନୀୟ ଗ୍ରାମବାସୀ ଖୋଜାଖୋଜି ପରେ ଜଙ୍ଗଲରୁ କିଛି ପରିମାଣରେ ଗଞ୍ଜେଇ ଜବତ କରିଥିଲେ। ଗାଡ଼ିଟି କାହାର ଜଣାପଡ଼ିନାହିଁ। ପୋଲିସ ଘଟଣାର ତଦନ୍ତ ଚଳାଇଛି।

Share