କୋହଳ ଦଫା ଲଗାଇ ମାମଲାକୁ ଦୁର୍ବଳ କରୁଛି ପୋଲିସ

ରଘୁନାଥପୁର,୨।୭(ରାଜେନ୍ଦ୍ର ନାରାୟଣ ସିଂହ)ରଘୁନାଥପୁର ଥାନା କୋଟକଣା ଗ୍ରାମର ଶରତ ଚନ୍ଦ୍ର ସ୍ବାଇଁ(୭୫)ଙ୍କୁ ଜୁନ ୧୫ରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏ ସମ୍ପର୍କରେ ସ୍ତ୍ରୀ ସରୋଜିନୀ ରଘୁନାଥପୁର ଥାନାରେ ପୁତୁରା କୃତ୍ତିବାସ ସ୍ବାଇଁଙ୍କ ସହାୟତାରେ ଅଭିଯୋଗ କରିଥିଲେ। ମାତ୍ର ଏହି ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଖସାଇ ଦେବା ସହ ଅନ୍ୟ ୨ ଅଭିଯୁକ୍ତଙ୍କ ବିରୋଧରେ କୋହଳ ଦଫା ଲଗାଇଛି ବୋଲି ସ୍ତ୍ରୀ ସରୋଜିନୀ ସ୍ବାଇଁ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସେ ଜଗତ୍‌ସିଂହପୁର ଏସ୍‌ପିଙ୍କୁ ଭେଟି ଗୁହାରି କରିଛନ୍ତି। ଇତିମଧ୍ୟରେ ୧୪ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳୁ ନାହିଁ ବୋଲି ସରୋଜିନୀ କହିଛନ୍ତି। ଜୀବନରୁ ମାରିଦେବାକୁ ଧମକ ମିଳିଥିବାରୁ ସରୋଜିନୀ ପରଘରେ ଆଶ୍ରୟ ନେଇଥିବାବେଳେ ସ୍ବାମୀ ଶରତ ଝିଅଘରେ ରହି ଚିକିତ୍ସିତ ହେଉଛନ୍ତି।
ସରୋଜିନୀଙ୍କ କହିବା ଅନୁଯାୟୀ, ପୁଅ ମନୋଜଙ୍କ ମୃତ୍ୟୁ ପରେ ବୋହୂ ବିଭିନ୍ନ ସମୟରେ ସେମାନଙ୍କୁ ହଇରାଣ କରୁଥିଲେ। ଏପରିକି ଶ୍ୱଶୁର ପାଇଥିବା ଇନ୍ଦିରା ଆବାସ ଘରେ ବୋହୂ ରହୁଥିବା ବେଳେ ସରୋଜିନୀ ଓ ଶଙ୍କର ଏକ ଭଗ୍ନ ଚାଳଘରେ ରହୁଥିଲେ। ବୃଦ୍ଧ ଦମ୍ପତି ଉକ୍ତ ଘରକୁ ଛପର କରିବାକୁ ଉଦ୍ୟମ କରିବାରୁ ସେମାନଙ୍କୁ ଧମକ ଦିଆଯାଇ ଏହା କରିବାକୁ ଦିଆଯାଇ ନ ଥିଲା। ଫଳରେ ସେମାନେ ପଡ଼ୋଶୀ ମିନତୀ ପୃଷ୍ଟିଙ୍କ ଘରେ ରହିବାକୁ ବାଧ୍ୟ ହୋଇଥିଲେ। ଗତ ରଜ ସଂକ୍ରାନ୍ତିରେ ସକାଳୁ ବୋହୂ ଓ ବୋହୂର ଭାଇ ସଞ୍ଜୟ ରାଉତ ଓ ବାପା ଘନିଆ ରାଉତ ମିଳିତ ଭାବେ ସେମାନଙ୍କୁ ଆକ୍ରମଣ କରିଥିଲେ। ଶରତଙ୍କୁ ଘୋଷାଡ଼ି ତାଙ୍କ ଉପରେ ଚଢ଼ିଯିବା ସହ ମୁଣ୍ଡକୁ କଂକ୍ରିଟ୍‌ ରାସ୍ତାରେ ଛେଚି ଦେଇଥିଲେ।
ଏହାଦେଖି ସରୋଜିନୀ ଚିତ୍କାର କରି ଡାକିବାରୁ ବୋହୂ ତାଙ୍କୁ ମାରିଥିଲେ ବୋଲି ଏସପିଙ୍କୁ ଦେଇଥିବା ଅଭିଯୋଗରେ ସେ ଦର୍ଶାଇଛନ୍ତି। ଥାନାରେ ବୃଦ୍ଧ ଦମ୍ପତି ୩ ଜଣଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ ବୋହୂଙ୍କ ନାମ ଅଭିଯୋଗରୁ କାଟି ଦେବା ପାଇଁ କହିଥିଲେ ବୋଲି ସରୋଜିନୀ ଓ ସାଙ୍ଗରେ ଯାଇଥିବା ପୁତୁରା କୃତ୍ତିବାସ ଅଭିଯୋଗ କରିଛନ୍ତି। ଏହାଛଡା ଜଣେ ବୃଦ୍ଧଙ୍କ ମୁଣ୍ଡକୁ ରାସ୍ତାରେ ଛେଚି ମାରିଦେବା ପାଇଁ ଉଦ୍ୟମ କରାଯାଇଥିବାବେଳେ ପୋଲିସ ୩୦୭ ଦଫା ନ ଲଗାଇ ମାମଲା (ନଂ. ୧୭୦/୨୩) ରୁଜୁ କରିଛି ବୋଲି ପ୍ରତ୍ୟକ୍ଷଦର୍ଶୀ ବିଜୟ କୁମାର ବାରିକ, ରଞ୍ଜନ କୁମାର ସ୍ବାଇଁ, ଶମ୍ଭୁନାଥ ଜେନା, ସରୋଜ ସ୍ବାଇଁ ଓ ମିନତୀ ପୃଷ୍ଟି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଆଇଆଇସି ସୁଶାନ୍ତ କୁମାର ସେଠୀଙ୍କୁ ପଚାରିବାରେ, ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତଙ୍କ ନାମରେ ମାମଲା କରାଯାଇଛି। ତଦନ୍ତ ସମୟରେ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ବ୍ୟକ୍ତିଙ୍କ ନାମ ମଧ୍ୟ ଯୋଡାଯାଇପାରିବ। ଏହାଛଡା ବୃଦ୍ଧ ଦମ୍ପତିଙ୍କୁ ଆହତ ସମ୍ପର୍କିତ ରିପୋର୍ଟ ଦେବାକୁ କୁହାଯାଇଛି। ଏହାପରେ ଅଧିକ ଦଫା ମଧ୍ୟ ଲଗାଯାଇପାରିବ ବୋଲି ଆଇଆଇସି ସେଠୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରେ ଆଖିବୁଜା ଗୁଳି ଚାଳନା, ୧୧ ମୃତ

କେପଟାଉନ,୭।୧୨: ଦକ୍ଷିଣ ଆଫ୍ରିକାରେ ଏକ ଭୟଙ୍କର ଗୁଳିକାଣ୍ଡ ଘଟିଛି। ଏଥିରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଦକ୍ଷିଣ ଆଫ୍ରିକା ପୋଲିସ ସେବା (SAPS) ଶନିବାର...

Justin Trudeau-Katy Perry Relationship: କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ-କେଟି ପେରିଙ୍କ ସମ୍ପର୍କର ଖୁଲାସା, ନିଜେ ଶେୟାର କଲେ ଅପଡେଟ ପୋଷ୍ଟ

ଓଟାଓ୍ବା,୭।୧୨: ଆମେରିକୀୟ ପପ ଷ୍ଟାର କେଟି ପେରି ଶେଷରେ ତାଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ସେ ଇନଷ୍ଟାଗ୍ରାମରେ ଫଟୋ ଏବଂ...

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ତାରିଣୀ ପୀଠର ବିକାଶ ପାଇଁ କଲେ ବଡ଼ ଘୋଷଣା

କେନ୍ଦୁଝର,୭ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ଘଟଗାଁରେ ପହଞ୍ଚିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ...

ରେକର୍ଡ ଭାଙ୍ଗୁଛି ଶୀତ, ରାଜ୍ୟର ସବୁଠୁ ଥଣ୍ଡା ସହର ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୭ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଶୀତର ଲହରି ରେକର୍ଡ ଭାଙ୍ଗିଛି। ଦିନକୁ ଦିନ ତାପମାତ୍ରା ହ୍ରାସ ପାଇ ରବିବାର ସକାଳ ସୁଦ୍ଧା ୭.୫...

ବିଦ୍ୟାଳୟରେ ପାଇଖାନା ନ ଥିବା ଘଟଣାକୁ ସହୃଦୟର ସହ ନେଲେ ବିଡିଓ, କହିଲେ ୩ ମାସରେ…

ଦାରିଙ୍ଗବାଡି,୭।୧୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ ୬...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ଗୁଡ ନ୍ୟୁଜ ଦେଲା ଏୟାର ଇଣ୍ଡିଆ, ଖୁସି ହେବେ ଯାତ୍ରୀ

ନୂଆଦିଲ୍ଲୀ,୭।୧୨: ଦେଶବ୍ୟାପୀ ଅନେକ ଇଣ୍ଡିଗୋ ବିମାନ ବାତିଲ ହେବା ଫଳରେ ଯାତ୍ରା ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଛି। ଏହାର ଜବାବରେ, ଏୟାର ଇଣ୍ଡିଆ ଏବଂ ଏୟାର...

SBI ରେ ଆକାଉଣ୍ଟ ଅଛି କି? ଏହି ଭୁଲ କରୁଥିଲେ କଟିଯିବ ଟଙ୍କା…

ନୂଆଦିଲ୍ଲୀ,୭।୧୨: ଆପଣଙ୍କର ଷ୍ଚେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI) ବ୍ୟାଙ୍କରେ ଖାତା ଅଛି କି? ଆପଣଙ୍କର ATMରୁ ବାରମ୍ୱାର ଟଙ୍କା ଉଠାଇବାର ଅଭ୍ୟାସ ରହିଛି କି? ତେବେ...

ମୋଦିଙ୍କୁ ପାକିସ୍ତାନୀ ମହିଳାଙ୍କ ଚିଠି, କହିଲେ ମୋ ସ୍ୱାମୀ ଧୋକା ଦେଇଛି…

ନୂଆଦିଲ୍ଲୀ,୭।୧୨: ପାକିସ୍ତାନୀ ମହିଳା ନିକିତା ନାଗଦେବଙ୍କ ଏକ ଭିଡିଓ ସମ୍ପ୍ରତି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ, ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ନ୍ୟାୟ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri