କୋହଳ ଦଫା ଲଗାଇ ମାମଲାକୁ ଦୁର୍ବଳ କରୁଛି ପୋଲିସ

ରଘୁନାଥପୁର,୨।୭(ରାଜେନ୍ଦ୍ର ନାରାୟଣ ସିଂହ)ରଘୁନାଥପୁର ଥାନା କୋଟକଣା ଗ୍ରାମର ଶରତ ଚନ୍ଦ୍ର ସ୍ବାଇଁ(୭୫)ଙ୍କୁ ଜୁନ ୧୫ରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏ ସମ୍ପର୍କରେ ସ୍ତ୍ରୀ ସରୋଜିନୀ ରଘୁନାଥପୁର ଥାନାରେ ପୁତୁରା କୃତ୍ତିବାସ ସ୍ବାଇଁଙ୍କ ସହାୟତାରେ ଅଭିଯୋଗ କରିଥିଲେ। ମାତ୍ର ଏହି ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଖସାଇ ଦେବା ସହ ଅନ୍ୟ ୨ ଅଭିଯୁକ୍ତଙ୍କ ବିରୋଧରେ କୋହଳ ଦଫା ଲଗାଇଛି ବୋଲି ସ୍ତ୍ରୀ ସରୋଜିନୀ ସ୍ବାଇଁ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସେ ଜଗତ୍‌ସିଂହପୁର ଏସ୍‌ପିଙ୍କୁ ଭେଟି ଗୁହାରି କରିଛନ୍ତି। ଇତିମଧ୍ୟରେ ୧୪ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳୁ ନାହିଁ ବୋଲି ସରୋଜିନୀ କହିଛନ୍ତି। ଜୀବନରୁ ମାରିଦେବାକୁ ଧମକ ମିଳିଥିବାରୁ ସରୋଜିନୀ ପରଘରେ ଆଶ୍ରୟ ନେଇଥିବାବେଳେ ସ୍ବାମୀ ଶରତ ଝିଅଘରେ ରହି ଚିକିତ୍ସିତ ହେଉଛନ୍ତି।
ସରୋଜିନୀଙ୍କ କହିବା ଅନୁଯାୟୀ, ପୁଅ ମନୋଜଙ୍କ ମୃତ୍ୟୁ ପରେ ବୋହୂ ବିଭିନ୍ନ ସମୟରେ ସେମାନଙ୍କୁ ହଇରାଣ କରୁଥିଲେ। ଏପରିକି ଶ୍ୱଶୁର ପାଇଥିବା ଇନ୍ଦିରା ଆବାସ ଘରେ ବୋହୂ ରହୁଥିବା ବେଳେ ସରୋଜିନୀ ଓ ଶଙ୍କର ଏକ ଭଗ୍ନ ଚାଳଘରେ ରହୁଥିଲେ। ବୃଦ୍ଧ ଦମ୍ପତି ଉକ୍ତ ଘରକୁ ଛପର କରିବାକୁ ଉଦ୍ୟମ କରିବାରୁ ସେମାନଙ୍କୁ ଧମକ ଦିଆଯାଇ ଏହା କରିବାକୁ ଦିଆଯାଇ ନ ଥିଲା। ଫଳରେ ସେମାନେ ପଡ଼ୋଶୀ ମିନତୀ ପୃଷ୍ଟିଙ୍କ ଘରେ ରହିବାକୁ ବାଧ୍ୟ ହୋଇଥିଲେ। ଗତ ରଜ ସଂକ୍ରାନ୍ତିରେ ସକାଳୁ ବୋହୂ ଓ ବୋହୂର ଭାଇ ସଞ୍ଜୟ ରାଉତ ଓ ବାପା ଘନିଆ ରାଉତ ମିଳିତ ଭାବେ ସେମାନଙ୍କୁ ଆକ୍ରମଣ କରିଥିଲେ। ଶରତଙ୍କୁ ଘୋଷାଡ଼ି ତାଙ୍କ ଉପରେ ଚଢ଼ିଯିବା ସହ ମୁଣ୍ଡକୁ କଂକ୍ରିଟ୍‌ ରାସ୍ତାରେ ଛେଚି ଦେଇଥିଲେ।
ଏହାଦେଖି ସରୋଜିନୀ ଚିତ୍କାର କରି ଡାକିବାରୁ ବୋହୂ ତାଙ୍କୁ ମାରିଥିଲେ ବୋଲି ଏସପିଙ୍କୁ ଦେଇଥିବା ଅଭିଯୋଗରେ ସେ ଦର୍ଶାଇଛନ୍ତି। ଥାନାରେ ବୃଦ୍ଧ ଦମ୍ପତି ୩ ଜଣଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ ବୋହୂଙ୍କ ନାମ ଅଭିଯୋଗରୁ କାଟି ଦେବା ପାଇଁ କହିଥିଲେ ବୋଲି ସରୋଜିନୀ ଓ ସାଙ୍ଗରେ ଯାଇଥିବା ପୁତୁରା କୃତ୍ତିବାସ ଅଭିଯୋଗ କରିଛନ୍ତି। ଏହାଛଡା ଜଣେ ବୃଦ୍ଧଙ୍କ ମୁଣ୍ଡକୁ ରାସ୍ତାରେ ଛେଚି ମାରିଦେବା ପାଇଁ ଉଦ୍ୟମ କରାଯାଇଥିବାବେଳେ ପୋଲିସ ୩୦୭ ଦଫା ନ ଲଗାଇ ମାମଲା (ନଂ. ୧୭୦/୨୩) ରୁଜୁ କରିଛି ବୋଲି ପ୍ରତ୍ୟକ୍ଷଦର୍ଶୀ ବିଜୟ କୁମାର ବାରିକ, ରଞ୍ଜନ କୁମାର ସ୍ବାଇଁ, ଶମ୍ଭୁନାଥ ଜେନା, ସରୋଜ ସ୍ବାଇଁ ଓ ମିନତୀ ପୃଷ୍ଟି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଆଇଆଇସି ସୁଶାନ୍ତ କୁମାର ସେଠୀଙ୍କୁ ପଚାରିବାରେ, ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତଙ୍କ ନାମରେ ମାମଲା କରାଯାଇଛି। ତଦନ୍ତ ସମୟରେ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ବ୍ୟକ୍ତିଙ୍କ ନାମ ମଧ୍ୟ ଯୋଡାଯାଇପାରିବ। ଏହାଛଡା ବୃଦ୍ଧ ଦମ୍ପତିଙ୍କୁ ଆହତ ସମ୍ପର୍କିତ ରିପୋର୍ଟ ଦେବାକୁ କୁହାଯାଇଛି। ଏହାପରେ ଅଧିକ ଦଫା ମଧ୍ୟ ଲଗାଯାଇପାରିବ ବୋଲି ଆଇଆଇସି ସେଠୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାର କୃତିମ ସୂର୍ଯ୍ୟ! ବିଶ୍ୱର ସବୁଠାରୁ ବଡ଼ ଚୁମ୍ୱକ ଦେଖି ସମସ୍ତେ ତାଜୁବ

ନୂଆଦିଲ୍ଲୀ,୧।୭: ଚୀନ୍ ନିଜର ‘କମ୍ପ୍ରିହେନ୍‌ସିଭ୍ ରିସର୍ଚ୍ଚ ଫାସିଲିଟି ଫର୍ ଫ୍ୟୁଜନ୍ ଟେକ୍ନୋଲୋଜି’ (CRAFT) ପାଇଁ ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ମ୍ୟାଗ୍ନେଟ୍ (ଚୁମ୍ବକ) ପ୍ରସ୍ତୁତ କରିଛି ଏବଂ ଏହାର…

WhatsAppର ନୂଆ ଫିଚର୍ସରୁ ବଢ଼ୁଛି ସାଇବର ଠକେଇ! ରୋକିବାକୁ କେନ୍ଦ୍ର ସରକାରଙ୍କ ମାଷ୍ଟର ପ୍ଲାନ୍

ନୂଆଦିଲ୍ଲୀ,୧।୭:  ଦେଶରେ ସାଇବର ଅପରାଧ ବୃଦ୍ଧି ପାଉଥିବା ଘଟଣା ଉପରେ ରୋକ ​​ଲଗାଇବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ପଦକ୍ଷେପର…

ମନ୍ତ୍ରୀଙ୍କ ହାଇ ଆଲର୍ଟ, ଜରୁରୀ ପରିସ୍ଥିତିରେ ସଜାଗ ରହିବାକୁ ୟୁଏଲ୍‌ବିକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧ା୭: ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲ୍‌ବି)କୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର…

ମୋଦି କ୍ୟାବିନେଟ୍‌ରେ ବଡ଼ ବୈଠକ: ରାସନ ସମେତ ୪ଟି ବଡ଼ ନିଷ୍ପତ୍ତି ସମ୍ଭବ, ସିଧାସଳଖ ପ୍ରଭାବିତ ହେବେ ସାଧାରଣ ଜନତା!

ନୂଆଦିଲ୍ଲୀ,୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ବୁଧବାର ଦିଲ୍ଲୀରେ କେନ୍ଦ୍ର କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଦେଶହିତ, ଆର୍ଥିକ ସୁଧାର…

ବଙ୍ଗରେ ଟିଏମସି ଏମପି ମହୁଆ ମୋଇତ୍ରାଙ୍କ ଉପରକୁ ଅଣ୍ଡାମାଡ଼, ଭାଜପା…

କୋଲକାତା,୧।୭: ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରାଙ୍କ ଉପରକୁ ଅଣ୍ଡା ମାଡ଼ ହୋଇଛି । ବୁଧବାର ଅଭିଯୋଗ କରିଛନ୍ତି ଯେ ପଶ୍ଚିମବଙ୍ଗର ଏକ ରେଷ୍ଟୁରାଣ୍ଟ ବାହାରେ…

ଅମିତ୍ ଶାହାଙ୍କ ଗସ୍ତ ପୂର୍ବରୁ ଘରୋଇ ବସ୍ ମାଲିକ ସଂଘର ଚରମ ନିଷ୍ପତ୍ତି: ଇ.ଭି ବସ୍ ଚଳାଚଳ ବନ୍ଦ ନ ହେଲେ ଆମେ…

ବରଗଡ଼,୧।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଘରୋଇ ବସ୍ ମାଲିକ ସଂଘ ଆହ୍ୱାନରେ ବୁଧବାର ବରଗଡ଼ ସହରସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲରେ ୱେଷ୍ଟର୍ଣ୍ଣ ଆଣ୍ଡ୍ ସାଉଥ୍ ଇଷ୍ଟ…

ପ୍ରତିଶ୍ରୁତି ରକ୍ଷା କଲା ଯାତ୍ରା କମିଟି, ନିର୍ଦ୍ଧାରିତ ସମୟରେ ହିସାବ ଦାଖଲ କରି…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ଆୟବ୍ୟୟ ହିସାବ ବୁଧବାର ଦାଖଲ ହୋଇଛି। ଏନେଇ ଭଞ୍ଜନଗର ଠାକୁରାଣୀ ମନ୍ଦିରରେ ଯାତ୍ରା କମିଟି କର୍ମକର୍ତ୍ତାଙ୍କ…

ସମ୍ବଲପୁରରେ ବେଆଇନ ନିଶା କଫସିରପ୍ ରାକେଟ‌ର ପର୍ଦ୍ଦାଫାଶ, ୬ ଅଭିଯୁକ୍ତ ଗିରଫ

ସମ୍ବଲପୁର,୧।୭(ପ୍ରମୋଦ ବହିଦାର): ସମ୍ବଲପୁର ସହର ଓ ଏହାର ଆଖପାଖ ଅଞ୍ଚଳରେ ବେଆଇନ ନିଷିଦ୍ଧ ନିଶା କଫସିରପ କାରବାରରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ସମ୍ବଲପୁରର ଅଇଁଠାପାଲି ଥାନା ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri