ର଼୍ୟାକେଟ୍‌ରେ ଫସିଛନ୍ତି ପୋଲିସ

ଭୁବନେଶ୍ୱର,୭।୩(ବ୍ୟୁରୋ):ନକଲି ମାଲିକ ଓ ଜାଲ ଦସ୍ତାବିଜ୍‌ରେ ଜମି ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ର଼୍ୟାକେଟ୍‌ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)। ମାଷ୍ଟରମାଇଣ୍ଡ ଆଦିତ୍ୟ ସାହୁ ଓ ତାଙ୍କ ସହଯୋଗୀ ସବିତା ଦାସ ଗିରଫ ହୋଇ ରବିବାରଠାରୁ ଜେଲରେ ଥିବାବେଳେ ଧୀରେ ଧୀରେ ର଼୍ୟାକେଟ୍‌ର ଗୁମର ଖୋଲିବାରେ ଲାଗିଛି। ଏପରିକି କମିଶନରେଟ ପୋଲିସ ସ୍ପେଶାଲ ସିକ୍ୟୁରିଟି ବାଟାଲିଅନ୍‌ରେ କାର୍ଯ୍ୟରତ ହାବିଲଦାର ହରପ୍ରସାଦ ଶ୍ରୀଚନ୍ଦନ ମଧ୍ୟ ର଼୍ୟାକେଟ୍‌ ଜାଲରେ ଫସି ୨ ଲକ୍ଷ ଟଙ୍କା ହରାଇଛନ୍ତି। ଏନେଇ ଇଓଡବ୍ଲ୍ୟୁ ପକ୍ଷରୁ ସୋମବାର ସୂଚନା ଦିଆଯିବା ପରେ ଅଧିକ ଚର୍ଚ୍ଚା ସୃଷ୍ଟି ହୋଇଛି। ଇଓଡବ୍ଲ୍ୟୁର ସୂଚନା ଅନୁଯାୟୀ, ପ୍ରକୃତ ଜମି ମାଲିକ ରଙ୍ଗଲତା ସ୍ବାଇଁଙ୍କ ଜମି କିଣିବାକୁ ହରପ୍ରସାଦଙ୍କୁ ଅଭିଯୁକ୍ତ ଆଦିତ୍ୟ ଟାର୍ଗେଟ କରିଥିଲେ। ଜମି କିଣିବିକା ନେଇ ୨୦୨୨ରେ ହରପ୍ରସାଦଙ୍କ ସ୍ତ୍ରୀ ଈପ୍‌ସିତା ଓ ଆଦିତ୍ୟଙ୍କ ମଧ୍ୟରେ କୋର୍ଟରେ ଏଗ୍ରିମେଣ୍ଟ ହୋଇଥିଲା। ଜମି କିଣିବାକୁ ଆଦିତ୍ୟଙ୍କୁ ହାବିଲଦାର ହରପ୍ରସାଦ ଅଗ୍ରିମ ନଗଦ ଆକାରରେ ୨ ଲକ୍ଷ ଟଙ୍କା ଦେଇଥିଲେ। ଏହାପରେ ଆଦିତ୍ୟ ସେମାନଙ୍କ ସହ ସମ୍ପର୍କ କାଟିଦେବା ସହ ଆଉ ଧରାଛୁଆଁ ଦେଇ ନ ଥିଲେ।
ରଙ୍ଗଲତାଙ୍କ ଉକ୍ତ ଜମିକୁ ବିକ୍ରି କରିବା ଆଳରେ ଦିଲ୍ଲୀ ଏନ୍‌ସିଆର୍‌ରେ ରହୁଥିବା ହରିଶ କୁମାରଙ୍କୁ ମଧ୍ୟ ଆଦିତ୍ୟ ଫସାଇଥିବା ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି। ଆଦିତ୍ୟ ଅଗ୍ରିମ ବାବଦକୁ ତାଙ୍କଠାରୁ ୫୦ ହଜାର ଟଙ୍କା ଆଣି
ଠକିଛନ୍ତି। ତେବେ ଏଭଳି ବହୁ ଲୋକଙ୍କୁ ଅଭିଯୁକ୍ତମାନେ ଠକିଥିବା ଇଓଡବ୍ଲ୍ୟୁ ଜାଣିବାକୁ ପାଇଛି। ତେଣୁ ଜମିର ନକଲି ମାଲିକାଣୀ ସାଜିଥିବା ଅଭିଯୁକ୍ତା ସବିତା ଓ ମାଷ୍ଟରମାଇଣ୍ଡ ଆଦିତ୍ୟଙ୍କୁ ଇଓଡବ୍ଲ୍ୟୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ହାସଲ କରିବା ସହ ର଼୍ୟାକେଟ୍‌ର ଅନ୍ୟସଦସ୍ୟଙ୍କୁ ଧରିବାକୁ ଇଓଡବ୍ଲ୍ୟୁ ଆଶା ରଖିଛି।
ସୂଚନାଯୋଗ୍ୟ, ବାରଙ୍ଗସ୍ଥିତ ବାଛପୁର ଅଞ୍ଚଳର ୭୫ ବର୍ଷୀୟା ବୃଦ୍ଧା ରଙ୍ଗଲତା ସ୍ବାଇଁଙ୍କର ସ୍ଥାନୀୟ ଅଞ୍ଚଳରେ ସାଢ଼େ ୪ ଏକର ଜମି ରହିଛି। ଅଭିଯୁକ୍ତମାନେ ସବିତାଙ୍କୁ ରଙ୍ଗଲତା ବୋଲି ଦର୍ଶାଇ ଠକେଇ ଯୋଜନା କରିଥିଲେ। ରଙ୍ଗଲତାଙ୍କ ପାନ୍‌ କାର୍ଡ, ଆଧାର କାର୍ଡ ଓ ଜମି ପଟା ଆଦିକୁ ନକଲ କରିଥିଲେ। ସେମାନେ ଶୈଳେଶ୍ରୀ ବିହାରର ସ୍ବସ୍ତିରଞ୍ଜନ ପାଣିଗ୍ରାହୀଙ୍କୁ ଜମି ବିକ୍ରି କରିବାକୁ ଅଗ୍ରିମ ୨୫ଲକ୍ଷ ଟଙ୍କା ଆଣି ଠକିଥିଲେ। ତାଙ୍କ ଅଭିଯୋଗକ୍ରମେ ଇଓଡବ୍ଲ୍ୟୁ ଶୁକ୍ରବାର ଏକ ମାମଲା (ନଂ.୮/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri