ର଼୍ୟାକେଟ୍‌ରେ ଫସିଛନ୍ତି ପୋଲିସ

ଭୁବନେଶ୍ୱର,୭।୩(ବ୍ୟୁରୋ):ନକଲି ମାଲିକ ଓ ଜାଲ ଦସ୍ତାବିଜ୍‌ରେ ଜମି ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ର଼୍ୟାକେଟ୍‌ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)। ମାଷ୍ଟରମାଇଣ୍ଡ ଆଦିତ୍ୟ ସାହୁ ଓ ତାଙ୍କ ସହଯୋଗୀ ସବିତା ଦାସ ଗିରଫ ହୋଇ ରବିବାରଠାରୁ ଜେଲରେ ଥିବାବେଳେ ଧୀରେ ଧୀରେ ର଼୍ୟାକେଟ୍‌ର ଗୁମର ଖୋଲିବାରେ ଲାଗିଛି। ଏପରିକି କମିଶନରେଟ ପୋଲିସ ସ୍ପେଶାଲ ସିକ୍ୟୁରିଟି ବାଟାଲିଅନ୍‌ରେ କାର୍ଯ୍ୟରତ ହାବିଲଦାର ହରପ୍ରସାଦ ଶ୍ରୀଚନ୍ଦନ ମଧ୍ୟ ର଼୍ୟାକେଟ୍‌ ଜାଲରେ ଫସି ୨ ଲକ୍ଷ ଟଙ୍କା ହରାଇଛନ୍ତି। ଏନେଇ ଇଓଡବ୍ଲ୍ୟୁ ପକ୍ଷରୁ ସୋମବାର ସୂଚନା ଦିଆଯିବା ପରେ ଅଧିକ ଚର୍ଚ୍ଚା ସୃଷ୍ଟି ହୋଇଛି। ଇଓଡବ୍ଲ୍ୟୁର ସୂଚନା ଅନୁଯାୟୀ, ପ୍ରକୃତ ଜମି ମାଲିକ ରଙ୍ଗଲତା ସ୍ବାଇଁଙ୍କ ଜମି କିଣିବାକୁ ହରପ୍ରସାଦଙ୍କୁ ଅଭିଯୁକ୍ତ ଆଦିତ୍ୟ ଟାର୍ଗେଟ କରିଥିଲେ। ଜମି କିଣିବିକା ନେଇ ୨୦୨୨ରେ ହରପ୍ରସାଦଙ୍କ ସ୍ତ୍ରୀ ଈପ୍‌ସିତା ଓ ଆଦିତ୍ୟଙ୍କ ମଧ୍ୟରେ କୋର୍ଟରେ ଏଗ୍ରିମେଣ୍ଟ ହୋଇଥିଲା। ଜମି କିଣିବାକୁ ଆଦିତ୍ୟଙ୍କୁ ହାବିଲଦାର ହରପ୍ରସାଦ ଅଗ୍ରିମ ନଗଦ ଆକାରରେ ୨ ଲକ୍ଷ ଟଙ୍କା ଦେଇଥିଲେ। ଏହାପରେ ଆଦିତ୍ୟ ସେମାନଙ୍କ ସହ ସମ୍ପର୍କ କାଟିଦେବା ସହ ଆଉ ଧରାଛୁଆଁ ଦେଇ ନ ଥିଲେ।
ରଙ୍ଗଲତାଙ୍କ ଉକ୍ତ ଜମିକୁ ବିକ୍ରି କରିବା ଆଳରେ ଦିଲ୍ଲୀ ଏନ୍‌ସିଆର୍‌ରେ ରହୁଥିବା ହରିଶ କୁମାରଙ୍କୁ ମଧ୍ୟ ଆଦିତ୍ୟ ଫସାଇଥିବା ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି। ଆଦିତ୍ୟ ଅଗ୍ରିମ ବାବଦକୁ ତାଙ୍କଠାରୁ ୫୦ ହଜାର ଟଙ୍କା ଆଣି
ଠକିଛନ୍ତି। ତେବେ ଏଭଳି ବହୁ ଲୋକଙ୍କୁ ଅଭିଯୁକ୍ତମାନେ ଠକିଥିବା ଇଓଡବ୍ଲ୍ୟୁ ଜାଣିବାକୁ ପାଇଛି। ତେଣୁ ଜମିର ନକଲି ମାଲିକାଣୀ ସାଜିଥିବା ଅଭିଯୁକ୍ତା ସବିତା ଓ ମାଷ୍ଟରମାଇଣ୍ଡ ଆଦିତ୍ୟଙ୍କୁ ଇଓଡବ୍ଲ୍ୟୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ହାସଲ କରିବା ସହ ର଼୍ୟାକେଟ୍‌ର ଅନ୍ୟସଦସ୍ୟଙ୍କୁ ଧରିବାକୁ ଇଓଡବ୍ଲ୍ୟୁ ଆଶା ରଖିଛି।
ସୂଚନାଯୋଗ୍ୟ, ବାରଙ୍ଗସ୍ଥିତ ବାଛପୁର ଅଞ୍ଚଳର ୭୫ ବର୍ଷୀୟା ବୃଦ୍ଧା ରଙ୍ଗଲତା ସ୍ବାଇଁଙ୍କର ସ୍ଥାନୀୟ ଅଞ୍ଚଳରେ ସାଢ଼େ ୪ ଏକର ଜମି ରହିଛି। ଅଭିଯୁକ୍ତମାନେ ସବିତାଙ୍କୁ ରଙ୍ଗଲତା ବୋଲି ଦର୍ଶାଇ ଠକେଇ ଯୋଜନା କରିଥିଲେ। ରଙ୍ଗଲତାଙ୍କ ପାନ୍‌ କାର୍ଡ, ଆଧାର କାର୍ଡ ଓ ଜମି ପଟା ଆଦିକୁ ନକଲ କରିଥିଲେ। ସେମାନେ ଶୈଳେଶ୍ରୀ ବିହାରର ସ୍ବସ୍ତିରଞ୍ଜନ ପାଣିଗ୍ରାହୀଙ୍କୁ ଜମି ବିକ୍ରି କରିବାକୁ ଅଗ୍ରିମ ୨୫ଲକ୍ଷ ଟଙ୍କା ଆଣି ଠକିଥିଲେ। ତାଙ୍କ ଅଭିଯୋଗକ୍ରମେ ଇଓଡବ୍ଲ୍ୟୁ ଶୁକ୍ରବାର ଏକ ମାମଲା (ନଂ.୮/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri