ପୋଲ ବାଡ଼ା ସହ ୨୦ଫୁଟ ତଳକୁ ଖସିଲା ଅତଡ଼ା

ସଜନାଗଡ, ୨୪।୧(ଡି.ଏନ.ଏ.) ବାଲେଶ୍ୱରରୁ ମୟୂରଭଞ୍ଜ ଜିଲାକୁ ସଂଯୋଗ କରିଥିବା ଶେରଗଡ଼-ନୀଳଗିରି-ଝରଣାଘାଟି ୧୯ନଂ. ରାଜ୍ୟ ରାଜପଥ ନୀଳଗିରି ନିକଟ ସଜନାଗଡ଼ ଦେଇ ଯାଇଥିବା ବଡ଼ ପୋଲ ବାଡା ସହ ୨୦ଫୁଟ ତଳକୁ ଅତଡା ଖସିଯାଇଛି। ରବିବାର ମୟୂରଭଞ୍ଜକୁ ସଂଯୋଗ କରୁଥିବା ଉକ୍ତ ପୋଲ ଉପରେ ଯାନବାହନ ଚଳାଚଳ ବନ୍ଦ କରିଦିଆଯାଇଛି। ଏସ୍‌ଡିଓ ଓ କନିଷ୍ଠଯନ୍ତ୍ରୀ ପହଞ୍ଚତ୍ ଅନୁଧ୍ୟାନ କରିବା ପରେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେବଳ ୨ ଚକିଆ ଯାନକୁ ଯା’ଆସ ପାଇଁ ଅନୁମତି ମିଳିଥିବା ବେଳେ ଅନ୍ୟ ସମସ୍ତ ଯାନବାହାନ ଚଳାଚଳ ବନ୍ଦ କରାଯାଇଛି। ଏପରିକି ଆମ୍ବୁଲାନ୍ସ, ଦମକଳ ଗାଡ଼ି ଯାତାୟାତ ବନ୍ଦ କରାଯାଇଛି ା ଝିପି ଝିପି ବର୍ଷାରେ ରାସ୍ତା ବିଚ୍ଛିନ୍ନ ନ ହେବା ପାଇଁ ବାଲି ବସ୍ତା ପ୍ୟାକିଂ କରାଯାଉଛି। ଅତଡ଼ା ଖସିବା ସମୟରେ କାମ କରୁଥିବା ଶ୍ରମିକମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ବିଭାଗୀୟ ଅଧିକାରୀମାନେ ଜେନେରେଟର ବ୍ୟବସ୍ଥା କରାଇ ଅଧିକ ଶ୍ରମିକ ଲଗାଇ ବାଲିବସ୍ତା ପକାଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ବାଇକ୍‌ ଶୋ’ରୁମ୍‌

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?