ଖେଳାଳିଙ୍କ ବୁଟ୍‌ ବିଳମ୍ବରେ ପହଞ୍ଚିଲା

ଭୁବନେଶ୍ୱର, ୧୪ା୧୦:ଭାରତର ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଦଳର ୪ଜଣ ସଦସ୍ୟାଙ୍କ ବୁଟ୍‌ ବିଳମ୍ବରେ ପହଞ୍ଚତ୍ଥିଲା। ଫଳରେ ସମ୍ପୃକ୍ତ ଖେଳାଳିମାନେ ଜୋତା ସହିତ ଅଭ୍ୟସ୍ତ ହୋଇପାରି ନ ଥିଲେ। ନୂଆ ଜୋତା ସହ ସେମାନେ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ) ବିପକ୍ଷ ମ୍ୟାଚରେ ସେମାନେ ସିଧାସଳଖ ପଡ଼ିଆକୁ ଓହ୍ଲାଇଥିଲେ। ନୂଆ ବୁଟ୍‌ କାର୍ହିଁିକି ଠିକଣା ସମୟରେ ପହଞ୍ଚତ୍ଲାନି ସେ ନେଇ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ମହାସଚିବ ଶାଜି ପ୍ରଭାକରନ ନ୍ୟାଶନାଲ ଟିମ୍‌ ଡିପାର୍ଟମେଣ୍ଟରୁ ରିପୋର୍ଟ ମାଗିଛନ୍ତି। ଆବଶ୍ୟକ ପଡ଼ିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ପ୍ରାଥମିକ ରିପୋର୍ଟ ମିଳିବା ପରେ ଘଟଣାର ତଦନ୍ତ କରାଯିବ। ଏଥିପାଇଁ ଦାୟୀ କିଏ ତାହା ଜାଣିବାକୁ ପଡ଼ିବ ବୋଲି ପ୍ରଭାକରନ କହିଛନ୍ତି। ଖବର ଅନୁସାରେ କେତେଜଣଙ୍କର ଜୋତା ନମ୍ବର ଠିକ୍‌ ନ ଥିଲା। ଫଳତଃ ସେମାନେ ଗତ ମାସରେ ନୂଆ ଜୋତା ଯୋଗାଇ ଦେବାପାଇଁ ଅନୁରୋଧ କରିଥିଲେ। କିନ୍ତୁ ସଡ଼କ ପରିବହନ ଜରିଆରେ ଆସିଥିବାରୁ ଜୋତା ପହଞ୍ଚତ୍ବାରେ ବିଳମ୍ବ ଘଟିଥିଲା। ଏପରି କାହିଁକି ଘଟିଲା ତା’ର କାରଣ ଜାଣିବା ପାଇଁ ରିପୋର୍ଟ ମଗାଯାଇଥିବା ସେ କହିଛନ୍ତି। ପ୍ରଭାକରନ କହିଛନ୍ତି, ତାଙ୍କ ନିକଟରେ ଯାହା ଖବର ରହିଛି ୩ରୁ ୪ଜଣ ଖେଳାଳି ଛୋଟ ସାଇଜ୍‌ର ବୁଟ୍‌୍‌ ବ୍ୟବହାର କରୁଥିଲେ, ସେମାନେ ବଡ଼ ସାଇଜ୍‌ର ବୁଟ୍‌ ଚାହିଁଥିଲେ। କିନ୍ତୁ ଏହି ବୁଟ୍‌ଗୁଡ଼ିକ ବିଳମ୍ବରେ ଆସି ପହଞ୍ଚତ୍ଲା। ଫୁଟ୍‌ବଲରମାନେ ନୂଆ ଜୋତା ବ୍ୟବହାର କଲାବେଳେ ପ୍ରଥମ ଦିବସରେ ସହଜ ଅନୁଭବ କରି ନ ଥାନ୍ତି। ନୂଆ ବୁଟ୍‌ ସହ ଅଭ୍ୟସ୍ତ ହେବାକୁ କିଛି ସମୟ ଲାଗିଥାଏ। ଭାରତ ମଙ୍ଗଳବାର ଓପନିଂ ମ୍ୟାଚରେ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ)ଠାରୁ ୦-୮ଗୋଲରେ ପରାସ୍ତ ହୋଇଛି।