ଅଟକିଯାଇଛି ନାଟକ

ଓଡ଼ାପଡ଼ା, ୨୪ା୧୦ –  ଖାଁ ଖାଁ ପ୍ରେକ୍ଷାଳୟ। ବନ୍ଦ ହୋଇଯାଇଛି ସଂଳାପର ପ୍ରତିଧ୍ୱନି। ନାହାନ୍ତି କଳାକାର କି ଦିଶୁନି ସେମାନଙ୍କ ହସକାନ୍ଦ ଭରା ଅଭିନୟର ଚାତୁରି। ମାର୍ଚ୍ଚ ଶେଷ ସପ୍ତାହ ଯାଏ ଚଳଚଞ୍ଚଳ ଥିବା କଳାକାର, ରଙ୍ଗମଞ୍ଚରେ ଏବେ ଅସମ୍ଭବ ନୀରବତା। ସଞ୍ଜ ନଇଁଲେ ଯେଉଁଠି ଶବ୍ଦ ଆଲୋକର ଖେଳ ଭିତରେ ଦର୍ଶକ ଓ କଳାକାର ଏକାକାର ହୋଇଯାଉଥିଲେ ସେଠାରେ ଅନ୍ଧାର କରୁଛି ରାଜୁତି। କରୋନା ମାଡ଼ରେ ନାଟକ ଅଟକି ଯାଇଥିବାବେଳେ ଅନିଶ୍ଚିତ ଭବିଷ୍ୟତକୁ ନେଇ ସନ୍ଦିହାନ ହୋଇପଡ଼ିଛନ୍ତି କଳାକାର। ସବୁଠାରୁ ବଡ଼ କଥା ନାଟକକୁ ଜୀବନ ଜୀବିକା ଭାବେ ଗ୍ରହଣ କରିଥିବା ଅଭିନେତାଙ୍କ ଦୁର୍ଦ୍ଦଶା ଏବେ କହିଲେ ନ ସରେ। କୋଭିଡ କଟକଣା ସେମାନଙ୍କ ସ୍ବପ୍ନ ସବୁକୁ ଅନ୍ଧାର ଆଡକୁ ଠେଲିଦେଇଛି। କେବେ ସମୟ ବଦଳିବ, ପ୍ରେକ୍ଷାଳୟ ଖୋଲିବ, ପୁଣିଥରେ ମୁହଁରେ ରଙ୍ଗବୋଳି ଅଭିନୟର ଯାଦୁରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିହେବ ଏବେ ସେହି ଚିନ୍ତାରେ ଦିନ ଗଣୁଛନ୍ତି ମଞ୍ଚ କଳାକାର। ପାର୍ବଣ ଋତୁ ସେମାନଙ୍କ ମନରେ ସାମନ୍ୟ ଉଦ୍ଦୀପନା ଭରିପାରି ନ ଥିବାବେଳେ ମଞ୍ଚଠାରୁ ଦୂରରେ ରହି ମଞ୍ଚରେ କଟିଥିବା ଦିନସବୁକୁ ଝୁରି ହେଉଛନ୍ତି କଳାକାର। କରୋନା କିପରି ଅଭିନୟ ଜଗତକୁ ଦୋହଲାଇ ଦେଇଛି ସେ ସମ୍ପର୍କରେ ନିଜର ଦୁଃଖ ବଖାଣିଛନ୍ତି ଢେଙ୍କାନାଳର କେତେଜଣ ମଞ୍ଚଶିଳ୍ପୀ।

ନାଟକଠୁ ଦୂରେଇ ରହିବା କଷ୍ଟ ନାଟୁଆ ହିଁ ଜାଣେ
ଦୀର୍ଘ ୮ମାସ ହେଲା ନାଟକ ବନ୍ଦ । ମଞ୍ଚ ଫାଟକ ବି ବନ୍ଦ । ପରିବାର ଲୋକେ ଅନେକ ଚେଷ୍ଟା କରି ବି ନାଟକଠାରୁ ଦୂରେଇ ରଖିପାରି ନ ଥିଲେ। କିନ୍ତୁ କରୋନା ଅଟକାଇ ଦେଲା। ସାରା ଦିନ ଘରେ ରହିବା ଛଡ଼ା ସତେ ଯେମିତି ଆଉ କିଛି କାମ ହିଁ ନାହିଁ। ଜୀବନରେ ନାଟକଠାରୁ ଦୂରେଇ ରହିବାର କଷ୍ଟ କେବଳ ନାଟୁଆଟିଏ ହିଁ ଜାଣିପାରିବ। ଆମ କଷ୍ଟକୁ ଅନ୍ୟ କେହି ଜାଣିପାରୁ ନାହାନ୍ତି।
-ଶତ୍ରୁଘ୍ନ ମାଟି, ବରିଷ୍ଠ ହାସ୍ୟ ଅଭିନେତା
ତଥା ନିର୍ଦ୍ଦେଶକ
ପୁରୁଣା ଦିନ ଶୀଘ୍ର ଫେରିଆସୁ
ପେସାରେ ଜଣେ ଓକିଲ ହୋଇଥିଲେ ବି ନାଟକ ହେଉଛି ଜୀବନ। ନାଟକକୁ ଛାଡ଼ି ବଞ୍ଚତ୍ବା ଖୁବ କଷ୍ଟଦାୟକ। ୭ମାସ ହେଲା ନାଟକଠାରୁ ଦୂରେଇ ରହିବା ମନ, ହୃଦୟକୁ କଷ୍ଟ ଦେଇଛି। ଏହା ମଧ୍ୟରେ ଡିଜିଟାଲ ମାଧ୍ୟମରେ ନାଟକ ପରିବେଷଣ କରିଥିଲେ ମଧ୍ୟ ତାହା ଆତ୍ମସନ୍ତୋଷ ଦେଇପାରିନି। ଦର୍ଶକଙ୍କ ଆଗରେ ଜୀବନ୍ତ ଅଭିନୟ କରିବାର ଆତ୍ମତୃପ୍ତି ଡିଜିଟାଲ ମାଧ୍ୟମରେ କେବେ ମଧ୍ୟ ମିଳିପାରିବ ନାହିଁ। ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ପୁରୁଣା ଦିନ ଶୀଘ୍ର ଫେରାଇ ଦିଅନ୍ତୁ।
-କାମାକ୍ଷା ପ୍ରସାଦ ରଣା,
ବରିଷ୍ଠ ଅଭିନେତା
ସଞ୍ଜ ନଇଁଲେ ବିଷାଦ ଭରିଯାଉଛି
ସଞ୍ଜହେଲେ ଆଖଡା ଶାଳରେ ପହଞ୍ଚତ୍ବା ନିତିଦିନିଆ ଅଭ୍ୟାସ ଥିଲା। ନୂଆ ନୂଆ ସୃଜନଶୀଳତା ସୃଷ୍ଟି ହେଉଥିଲା। ଏବେ କିନ୍ତୁ ସଞ୍ଜ ନଇଁଲେ ମନରେ ବିଷାଦ ଭରିଯାଉଛି। ନାଟକ ବିନା ସାରା ରାତି ହା ହୁତାଶ ଭିତରେ ବିତୁଛି। ସମୟ ମିଳିଥିବାରୁ ନୂଆ ନାଟକ ଲେଖିବାକୁ କେତେଜଣ ଶୁଭେଚ୍ଛୁ ପରାମର୍ଶ ଦେଉଛନ୍ତି। ହେଲେ କଳାକାର ମନରେ ପେଟ ଆଉ ନାଟର ଚିନ୍ତା। ସେଭଳି ପରିସ୍ଥିତିରେ କେମିତି ହେବ ନାଟକର ଚର୍ଚ୍ଚା ଆଉ କେମିତି ସୃଷ୍ଟି ହେବ ନୂଆ ନାଟକ।
-ମଧୁସୂଦନ ଷେଣ୍ଢ,
ନାଟ୍ୟ ନିର୍ଦ୍ଦେଶକ
ନାଟକ ବିନା ଜିଇବା ଦୁର୍ବିଷହ
ନାଟକକୁ ଜୀବନ ବୋଲି ଭାବିଛି। ଦୁଃଖ, କଷ୍ଟ ଭିତରେ ବଞ୍ଚତ୍ବାର ରାହା ଦେଖାଇଛି ନାଟକ। ସବୁ ପରିସ୍ଥିତିର ସାମ୍ନା କରି କେମିତି ଆଗକୁ ବଢ଼ିହେବ ଓ ଯନ୍ତ୍ରଣାକୁ ଅତିକ୍ରମ କରିହେବ ତାହା ନାଟକ ଶିଖାଇଛି। ଏବେ ନାଟକ ବିନା ଜିଇବା ଖୁବ ଦୁର୍ବିଷହ ହୋଇପଡ଼ିଛି। ଜୀବନରେ କେବେ ଏଭଳି ସମୟ ଆସିବ, ତାହା ଭାବି ନ ଥିଲି। କରୋନା ଚାଲିଯାଉ ଏବଂ ପୁଣି ଥରେ ରଙ୍ଗମଞ୍ଚ ଚଳଚଞ୍ଚଳ ହୋଇଉଠୁ ଭଗବାନଙ୍କ ନିକଟରେ ଏତିକି ପ୍ରାର୍ଥନା।
-ବିନୋଦ ମହାନ୍ତି,
ବରିଷ୍ଠ ମଞ୍ଚ ଅଭିନେତା


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri