ଭୟ ବଢ଼ାଇଲାଣି ବନାଗ୍ନି

ଢେଙ୍କାନାଳ ଅଫିସ, ୯।୨: ଫେବୃୟାରୀ ପ୍ରଥମ ସପ୍ତାହରୁ ପାରଦ ଛୁଇଁଲାଣି ୩୩ ଡିଗ୍ରୀ। ଚଳିତବର୍ଷ ଆକାଶରୁ ଅଗ୍ନି ବର୍ଷିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କରିଥିବା ଅନୁମାନ ଏଥିରୁ ଜଳଜଳ ହୋଇ ଦିଶିଲାଣି। ଏସବୁ ଭିତରେ ଓଡ଼ିଶାରେ ଜଙ୍ଗଲ ନିଅଁାକୁ ନେଇ ଯେଉଁ ଚିତ୍ର ସାମ୍ନାକୁ ଆସିଛି, ତାହା ଯେତିକି ଉଦ୍‌ବେଗଜନକ ସେତିକି ଚିନ୍ତାଜନକ ମଧ୍ୟ। ପତ୍ରଝଡ଼ା ଦେଇଥିବା ଗଛର ଶୁଖିଲା ପତ୍ର ଜଙ୍ଗଲରେ ଗଦା ହୋଇ ରହିଥିବାବେଳେ ସାମାନ୍ୟ ଭୁଲ ବଡ଼ଧରଣର ବନାଗ୍ନିର ରୂପ ନେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଏ ସଂକ୍ରାନ୍ତରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍‌) ସମସ୍ତ ଜିଲାର ବନଖଣ୍ଡ ଅଧିକାରୀଙ୍କୁ ସତର୍କ କରାଇବା ପରେ ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ କରିଛି ଢେଙ୍କାନାଳ ବନ ବିଭାଗ।

ସମ୍ଭାବ୍ୟ ବନାଗ୍ନିରେ ପ୍ରଭାବିତ ଜଙ୍ଗଲଗୁଡ଼ିକ ମଧ୍ୟରୁ କାମାକ୍ଷାନଗର ଉପଖଣ୍ଡର ଅନନ୍ତପୁର, ରଞ୍ଜାଗଡ଼, ହିନ୍ଦୋଳ ଉପଖଣ୍ଡର କନ୍ଧରା, ବମ୍ପା, ନନ୍ଦିନିଆ, ଢେଙ୍କାନାଳ ସଦର ବନାଞ୍ଚଳର କପିଳାସ ଅଭୟାରଣ୍ୟ ଓ ସପ୍ତଶଯ୍ୟା ସଂରକ୍ଷିତ ଜଙ୍ଗଲକୁ ରେଡ୍‌ଜୋନ୍‌ ଅନ୍ତର୍ଭୁକ୍ତ କରାଯାଇଛି। ସେହିପରି ୟେଲୋ ଜୋନ୍‌ରେ ସୁନାଝରି, କୋଇ, ମଉଳାଭଞ୍ଜ, ସୁନ୍ଦରଖୋଲ, ଅଶ୍ୱଖୋଲା, ହିତିଣ୍ଡା, ବେଲବଣିଆ, ତାଳଚେର ସୀମାନ୍ତ ଜଙ୍ଗଲ, ଘଣ୍ଟାବାଜ, ମାଟିଆମୁଣ୍ଡିଆ ସଂରକ୍ଷିତ ଜଙ୍ଗଲ ରହିଛି। ଡୋଲିଆ, ରାମେଇ, ଆମ୍ବିଠି, ବାରବାଙ୍କ ଉତ୍ତର, ବାରବାଙ୍କ ଦକ୍ଷିଣ, ଜିରିଡାମାଳି, ଅଁଳାବେରେଣୀ, ସୁଲିଆ, ଭଏରପୁର, ଚାରଖୋଲା, ଖାଲପାଳ, ମଢ଼ି, ମଠରଗଡ଼ି, ତାମଣ୍ଡା, ଗଁଦିଆ, ପଟାଳୁ, ପାଟପୁରି, ରୁପାବଳିଆ, ସିଆରିମାଳିଆ, ସୁନିଆମାରୁ, ବାଲିବୋ, ବାଲିପଶି ଓ ଘଣ୍ଟାବାଇଆ ଜଙ୍ଗଲକୁ ଗ୍ରୀନ୍‌ ଜୋନ୍‌ ଅନ୍ତର୍ଭୁକ୍ତ କରାଯାଇଛି।

ବନାଗ୍ନି ପ୍ରକୋପ ହ୍ରାସ କରିବା ଲାଗି ୧୦୦୦ କିଲୋମିଟର ଫାୟାର ଲାଇନ ପ୍ରସ୍ତୁତ କରାଯାଇଛି। ୧୦ ଫୁଟ ଓସାର ବିଶିଷ୍ଟ ଏହି ଫାୟାର ଲାଇନ୍‌କୁ ସର୍ବଦା ସଫା ରଖାଯିବ। ଫଳରେ ନିଅଁା ଲାଗିଲେ ତାହା ସହଜରେ ଅନ୍ୟତ୍ର ବ୍ୟାପିବ ନାହିଁ। ଚଳିତବର୍ଷ ନୂତନ ପଦକ୍ଷେପ ସ୍ବରୂପ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ନିଅଁା ଲିଭା କାର୍ଯ୍ୟରେ ନିୟୋଜିତ କରାଯିବ। ସେମାନେ ବନାଗ୍ନି ପ୍ରଭାବିତ ଗ୍ରାମବାସୀଙ୍କୁ ସଚେତନ କରାଇବେ। ଏଥିଲାଗି ୩୦୦ ଗ୍ରାମ ଚିହ୍ନଟ କରାଯାଇଛି। ଏହି କାର୍ଯ୍ୟ ପାଇଁ ପ୍ରତି ଏସ୍‌ଏଚ୍‌ଜିକୁ ୨୫୦୦ ଟଙ୍କା ପ୍ରଦାନ କରାଯିବ। ଢେଙ୍କାନାଳ ସହରକୁ ଲାଗିଥିବା ପାଣି ଓହଳା ପାହାଡ଼ ଓ ଚାରଖୋଲା ଜଙ୍ଗଲ ପ୍ରତିବର୍ଷ ବନାଗ୍ନି ଦ୍ୱାରା ପ୍ରଭାବିତ ହେଉଛି। ଏହାର ପ୍ରତିକାର ଲାଗି ପାଣିଓହଳା ପାହାଡ଼ ଶୀର୍ଷରେ ବନ ବିଭାଗ ପକ୍ଷରୁ ଲୁହାରେ ଏକ ୱାଚ୍‌ ଟାୱାର ନିର୍ମାଣ କରାଯାଇଛି। ଏହା ଉପରୁ ଚାରଖୋଲା, ପାଣିଓହଳା, ସପ୍ତଶଯ୍ୟା, ମେଘା ଜଙ୍ଗଲ ଉପରେ ନଜର ରଖାଯାଇପାରିବ। ଓ୍ବାଚ୍‌ ଟାଓ୍ବାର ଉପରୁ ଡ୍ରୋନ୍‌ କ୍ୟାମେରା ସହାୟତାରେ ବନାଗ୍ନି ସ୍ଥିତି ସମ୍ପର୍କରେ ସହଜରେ ଜାଣିହେବ। ସେହିପରି କଟକ ଜିଲା ନରସିଂହପୁର, ବଡ଼ମ୍ବା, ଆଠଗଡ଼, ଯାଜପୁର ସୀମାନ୍ତ, କେନ୍ଦୁଝର-ଅନୁଗୋଳ ସୀମାରେ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି। ଏହାକୁ ବାଦ୍‌ଦେଲେ ଜିଲାର ୧୦୬ ବିଟ୍‌ ହାଉସକୁ ଫାୟାର ବ୍ଲୋୟାର ପ୍ରଦାନ କରାଯାଇଛି। ୫ଟି ଡ୍ରୋନ୍‌ କ୍ୟାମେରା, ୮ଟି ରେଞ୍ଜ୍‌ରେ ୮ ସ୍କ୍ବାଡ୍‌, ଗାଡ଼ି ପ୍ରସ୍ତୁତ ରଖାଯାଇଛି। ପଞ୍ଚାୟତ ପ୍ରତିନିଧିମାନଙ୍କୁ ମଧ୍ୟ ଏଥିରେ ସହଯୋଗ କରିବା ପାଇଁ ନିବେଦନ କରାଯାଇଥିବା ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।

(ରତନ ନାୟାର)


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ମାଓବାଦୀଙ୍କ ଆତ୍ମସମର୍ପଣ ସମୟସୀମା: ଆଉ ମିଳିବ ନାହିଁ ସୁଯୋଗ

ଭୁବନେଶ୍ୱର,୩୧।୩: ଓଡ଼ିଶାରେ ମାଓବାଦୀ ଦମନ ଟାର୍ଗେଟ୍‌ ସଫଳ ହୋଇଛି ବୋଲି ADG ସଞ୍ଜୀବ ପଣ୍ଡା ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି। ଓଡ଼ିଶାକୁ ଆଉ ମାଓବାଦୀ ବିପଦ ନାହିଁ ବୋଲି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri