ଗିରଫଦାରି ଚିତ୍ର ଅସ୍ପଷ୍ଟ

ଢେଙ୍କାନାଳ ଅଫିସ୍‌/ ରାସୋଳ(ଡି.ଏନ୍‌.ଏ.), ୧୫ା୧ ଢେଙ୍କାନାଳ ଜିଲା ରାସୋଳସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାକୁ ଶୁକ୍ରବାର ୩ଦିନ ବିତିଥିବାବେଳେ ଗିରଫଦାରି ସମ୍ପର୍କରେ ପୋଲିସ ସ୍ପଷ୍ଟ ସୂଚନା ଦେଉନାହିଁ। ଏହି ଘଟଣାର ୨ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରାଯାଉଛି। ଶନିବାର ଏସ୍‌ପିଙ୍କ ଉପସ୍ଥିତିରେ ଗଣମାଧ୍ୟମକୁ ସବିଶେଷ ସୂଚନା ଦିଆଯିବ ବୋଲି ଏସ୍‌ଡିପିଓ ମଳୟ ନାୟକ କହିଛନ୍ତି। ଅନ୍ୟପଟେ ଏହି ଘଟଣାରେ ସଦର ଥାନା ଗୋବିନ୍ଦପୁର ଅଞ୍ଚଳର ଜଣେ, ରାସୋଳ ଥାନା ନୂଆପାଟଣା ଅଞ୍ଚଳର ୨ଜଣଙ୍କୁ ପୋଲିସ ଗିରଫ କରିଛି ଏବଂ ଅନ୍ୟ ଜଣଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ତେବେ ତଦନ୍ତରେ ବ୍ୟାଘାତ ସୃଷ୍ଟି ଆଶଙ୍କା ଥିବାରୁ ଅଭିଯୁକ୍ତଙ୍କ ନାମ ପୋଲିସ ସାର୍ବଜନୀନ କରୁନାହିଁ। ଏହି ଘଟଣାରେ କେତେଜଣ ବଡ଼ବଡ଼ିଆଙ୍କ ସମ୍ପୃକ୍ତି ଥିବାରୁ ପୋଲିସର ମୁଣ୍ଡବ୍ୟଥା ବଢ଼ିଥିବା ଚର୍ଚ୍ଚା ହେଉଛି।
ଅପରପକ୍ଷେ ଡକାୟତି ଘଟଣାର ଦିନକ ପରେ ଶୁକ୍ରବାର ବ୍ୟାଙ୍କ କାର୍ଯ୍ୟ ସ୍ବାଭାବିକ ହୋଇଛି। ସନ୍ଧ୍ୟାରେ ରାସୋଳ ଥାନାରେ ଅତିରିକ୍ତ ଏସ୍‌ପି ଶିଶୁରଞ୍ଜନ ମହାପାତ୍ର, ଏସ୍‌ଡିପିଓ ମଳୟ ନାୟକ, ଥାନାଧିକାରୀ ବିଜୟ କୁମାର ହାଇବ୍ରୁ, ବ୍ୟାଙ୍କର ରିଜିଓନାଲ ମ୍ୟାନେଜର ଆଶିଷ ରଞ୍ଜନ ନାୟକ, ମ୍ୟାନେଜର ମୋନିକା ଓରାମ୍‌ ଏବଂ ଅନ୍ୟ ପଦାଧିକାରୀଙ୍କ ଉପସ୍ଥିତିରେ ଜବତ ସୁନା ଅଳଙ୍କାର ଓ ଟଙ୍କାର ହିସାବ କରାଯାଇଛି। ବ୍ୟାଙ୍କ ଶାଖାରୁ ଏଭଳି ବଡ଼ଧରଣର ଡକାୟତି ପରେ ହୁଗୁଳା ସୁରକ୍ଷା ବ୍ୟବସ୍ଥାକୁ ନେଇ ସମାଲୋଚନାର ଶିକାର ହୋଇଥିଲେ କର୍ତ୍ତୃପକ୍ଷ। ଖୁବ୍‌ଶୀଘ୍ର ମ୍ୟାନେଜମେଣ୍ଟ କମିଟି ସହିତ ଆଲୋଚନା କରି ସୁରକ୍ଷା କର୍ମୀ ମୁତୟନ କରାଯିବ ବୋଲି ରିଜିଓନାଲ ମ୍ୟାନେଜର ଗଣମାଧ୍ୟମକୁ କହିଛନ୍ତି। ସୂଚନାଯୋଗ୍ୟ, ଗତ ବୁଧବାର ଅପରାହ୍ନ ୩ଟାରେ ରାସୋଳ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ସଶସ୍ତ୍ର ଡକାୟତି ହୋଇଥିଲା। ୪ଜଣ ଦୁର୍ବୃତ୍ତ ବ୍ୟାଙ୍କରେ ପଶି କର୍ମଚାରୀଙ୍କୁ ନିସ୍ତୁକ ପିଟିବା ସହିତ ଲକରରେ ଥିବା କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଅଳଙ୍କାର ଏବଂ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଘଟଣାର ମାତ୍ର ୨ ଘଣ୍ଟା ପରେ ଗୋବିନ୍ଦପୁର ନିକଟରୁ ପୋଲିସ କାର୍‌ରେ ଫେରାର ହୋଇଯାଉଥିବା ଅଭିଯୁକ୍ତଙ୍କୁ ମଧ୍ୟରୁ ଜଣଙ୍କୁ ଗିରଫ କରିଥିଲା। କାର୍‌ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ପୋଲିସକୁ ଏହି ସଫଳତା ମିଳିଥିଲା। ଅଭିଯୁକ୍ତଙ୍କ ତଥ୍ୟ ଆଧାରରେ ଅନ୍ୟ ୪ ଜଣଙ୍କୁ ପୋଲିସ ଉଠାଇ ଆଣିଥିଲା। ଏଥିସହ ଡକାୟତିରେ ବ୍ୟବହାର ୨ ବାଇକ୍‌ ଏବଂ ଗୋଟିଏ କାର୍‌ ଜବତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି: ଦାଖଲ ରିପୋର୍ଟକୁ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର,୮।୧(ବ୍ୟୁରୋ): ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ବୁଧବାର ସୁପ୍ରିମକୋର୍ଟରେ କରାଯାଇଛି। ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ ୩ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ତେବେ...

ବଦଳିବ ଝାରସୁଗୁଡ଼ାର ରୂପ

ଭୁବନେଶ୍ୱର, ୨୫ା୧୨(ବ୍ୟୁରୋ) :ଝାରସୁଗୁଡ଼ା ସହରକୁ ଏକ ନୂତନ ଆଧୁନିକ ସହର ରୂପେ ବିକଶିତ କରିବା ପାଇଁ ସରକାରୀସ୍ତରରେ ପ୍ରଚେଷ୍ଟା ଆରମ୍ଭ ହୋଇଛି। ଏଥିପାଇଁ ମଙ୍ଗଳବାର ସ୍ବାସ୍ଥ୍ୟ...

ବିପଦ ସଙ୍କେତ ଉପରେ ବୈତରଣୀ

ଭଣ୍ଡାରିପୋଖରୀ,୨୧ା୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇ ଶୁକ୍ରବାର ସକାଳ ୭ଟାରେ ବିପଦ ସଙ୍କେତ ଅତିକ୍ରମ କରିଛି। ଆନିକଟଠାରେ...

ରାଜ୍ୟରେ ଖୋଲିବ ଆଉ ୩ ସାଇବର ଥାନା

ଭୁବନେଶ୍ୱର,୧୮।୬(ବ୍ୟୁରୋ): ଗତ କିଛିବର୍ଷ ହେବ ବଢ଼ି ଚାଲିଛି ସାଇବର ଅପରାଧ। କେବଳ ଓଡ଼ିଶା ନୁହେଁ, ଦେଶ ପାଇଁ ଏହା ଏକ ବଡ଼ ସମସ୍ୟା ଭାବେ ଉଭା...

ଟାଙ୍କି ଥାଇ ପାଣି ଚିନ୍ତା: କାମରେ ଆସୁନି ୫୦ଲକ୍ଷ ଟଙ୍କାର ପ୍ରକଳ୍ପ

ଭୁବନ, ୨୦।୭(ଡି.ଏନ.ଏ.) – ଗ୍ରାମାଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ବେଶ୍‌ ତତ୍ପରତା ଦେଖାଉଛନ୍ତି ସରକାର। ଏଥିପାଇଁ ଆରମ୍ଭ ହୋଇଛି ‘ବସୁଧା’। ଏହି ଯୋଜନା...

ପ୍ରଥମ ବର୍ଷ ଯୁକ୍ତ ୨ ପରୀକ୍ଷା କଡ଼ାକଡ଼ି ପ୍ରସଙ୍ଗ: ବିରୋଧ ପରେ ମନ୍ତ୍ରୀ କହିଲେ ‘ବିଚାର କରାଯିବ’

ଭୁବନେଶ୍ୱର,୨୧।୧(ବ୍ୟୁରୋ): ଯୁକ୍ତ ୨ ପ୍ରଥମବର୍ଷ ପରୀକ୍ଷା କଡ଼ାକଡ଼ି କରାଯିବାକୁ ଛାତ୍ରୀଛାତ୍ରମାନେ ବିରୋଧ କରିବା ପରେ ସରକାର ନରମିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ...

ଭାଜପାରେ ଯୋଗଦେଲେ ଅନ୍ୟ ଦଳର କର୍ମୀ

ଧର୍ମଶାଳା,୧୧।୧୧ (ଡି.ଏନ.ଏ.): ଧର୍ମଶାଳା ବ୍ଲକ ସାହାଣୀଢ଼ିହ ପଞ୍ଚାୟତ ଚାରଗୋଠ ଗ୍ରାମରେ ବୁଧବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଧର୍ମଶାଳା ଭାଜପା ନେତ୍ରୀ ସ୍ମୃତିରେଖା ପହୀଙ୍କ...

ଏମଏସଏମଇ ପ୍ରତିଷ୍ଠା ଉପରେ ଗୁରୁତ୍ୱ

ଟିଟିଲାଗଡ଼, ୨୩।୨ (ଡି.ଏନ.ଏ) ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସ୍ଥାନୀୟ ରାଜ କନୱର ପାର୍କ ପରିସରରେ ଏମଏସମଏଇ କ୍ଷେତ୍ରରେ ଆଗ୍ରହୀ ଉଦ୍ୟୋଗୀଙ୍କୁ ନେଇ ଏକ କର୍ମଶାଳା...

Advertisement
Archives

Model This Week