ଚିତ୍ର ଏକ, ଲକ୍ଷ୍ୟ ଅନେକ

ଭୁବନେଶ୍ୱର, ୧୬ା୧୦(ବ୍ୟୁରୋ): ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ବନ୍ୟଜନ୍ତୁଙ୍କୁ ଜାତୀୟସ୍ତରରେ ପହଞ୍ଚାଇବାକୁ ଅଣ୍ଟା ଭିଡ଼ିଛନ୍ତି ଆଉଜଣେ ଓଡ଼ିଆ। ନିଜ ଦକ୍ଷତା ଓ ଅଭିନବ ଚିନ୍ତାଧାରା ମାଧ୍ୟମରେ ଓଡ଼ିଶାକୁ ଜାତୀୟ ମାନଚିତ୍ରରେ ଏକ ନୂଆ ପରିଚୟ ଦେଇଛନ୍ତି ଯୁବ ଭିଜୁଆଲ୍‌ ଆର୍ଟିଷ୍ଟ ସୁଦର୍ଶନ ଶ। ତାଙ୍କ ଦ୍ୱାରା ପ୍ରସ୍ତୁତ ‘ଓଡିଶା ବନ୍ୟଜନ୍ତୁ ମାନଚିତ୍ର’ ଏବେ ଇଣ୍ଟରନେଟ୍‌ରେ ଭାଇରାଲ ହୋଇଛି। ଚିଲିକାର ବିରଳ ଇର୍‌ୱାଡି ଡଲ୍‌ଫିନ୍‌, ପକ୍ଷୀ, ଲୁପ୍ତପ୍ରାୟ ଅବସ୍ଥାରେ ଥିବା ଫିସିଂ କ୍ୟାଟ୍‌, ଏସୀୟ ହାତୀ, ପାଙ୍ଗୋଲିନ୍‌, ବେଙ୍ଗଲ ଟାଇଗର, ହରିଣ, ଭିତରକନିକାର ବିରଳ କୁମ୍ଭୀର, ମୟୂର ଆଦି ଦେଖିବାକୁ ମିଳୁଛି। ନିଜ ସୃଜନଶୀଳତା ମାଧ୍ୟମରେ ଓଡିଶାର ଆଦିବାସୀ, ବୃକ୍ଷଲତା ଏବଂ ବନ୍ୟଜନ୍ତୁଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି ସୁଦର୍ଶନ। ଓଡ଼ିଶାର ପାରମ୍ପରିକ କଳାକୁ ମଧ୍ୟ ଏହା ମାଧ୍ୟମରେ ସେ ଲୋକଲୋଚନକୁ ଆଣିବାର ପ୍ରୟାସ କରିଛନ୍ତି। ବିଶ୍ୱପ୍ରସିଦ୍ଧ ରଘୁରାଜପୁରର ପଟ୍ଟଚିତ୍ର କଳାକୁ ନେଇ ମ୍ୟାପ୍‌ ଆକାରରେ ସଜାଇଛନ୍ତି ସୁଦର୍ଶନ।
ପୁରୁଣା ଭୁବନେଶ୍ୱର ଜନ୍ମିତ ସୁଦର୍ଶନ ଦିଲ୍ଲୀସ୍ଥିତ ଏନ୍‌ଆଇଏଫ୍‌ଟିରୁ କମ୍ୟୁନିକେଶନ ଡିଜାଇନରେ ଶିକ୍ଷାଗ୍ରହଣ କରିବା ସହ ଦେଶର ବିଭିନ୍ନ ରାଜ୍ୟ ସରକାରଙ୍କ ସହ ମିଶି ସ୍ଥାନୀୟ ବନ୍ୟଜନ୍ତୁଙ୍କ ଉପରେ ଗବେଷଣା କରିଛନ୍ତି। ଏହାସହ ସମ୍ପୃକ୍ତ ସ୍ଥାନର ପାରମ୍ପରିକ କଳା, ପରମ୍ପରା ଓ ଜନଜାତି କଳା ସଂସ୍କୃତିିକୁ ଅନୁକରଣ କରି ନିଜସ୍ବ ଶୈଳୀରେ ତାହାର ପ୍ରଚାର ପ୍ରସାର କରୁଛନ୍ତି। ‘ପିକ୍ଚର ଅଫ୍‌ ଡିଭାଇନିଟି’ ପ୍ରୋଜେକ୍ଟ ମାଧ୍ୟମରେ ପ୍ରକୃତିର ଉପାସକ ଭାବେ ପୂଜା ପାଉଥିବା ଜନଜାତି ଦେବୀ ଦେବତାଙ୍କ ସମ୍ପର୍କରେ ଅନେକ ତଥ୍ୟ ସାମ୍ନାକୁ ଆଣିଛନ୍ତି। ଏହି ଚିତ୍ରକଳା ମାଧ୍ୟମରେ ସେ ଆଦିବାସୀ ପରମ୍ପରାର ପୁନରୁଦ୍ଧାର କରିବାକୁ ପ୍ରଚେଷ୍ଟା କରିଛନ୍ତି। ସେହିଭଳି ରାନ୍ଥାମ୍ବୋରର ଆଦିବାସୀଙ୍କଠାରୁ ଶିଖିଥିବା ‘କାଦୁଅ ଚିତ୍ରକଳା’କୁ ଏକ ନୂଆ ପରିଚୟ ଦେଇଛନ୍ତି ଏହି ଯୁବ ଶିଳ୍ପୀ। କାଦୁଅକୁ ବିଭିନ୍ନ ରଙ୍ଗ ସହ ବୋଳି ଭିନ୍ନ ଭିନ୍ନ ବନ୍ୟଜନ୍ତୁଙ୍କ ପୋଟ୍ରେଟ୍‌ ତିଆରି କରି ବନ୍ୟଜନ୍ତୁ ସଂରକ୍ଷଣର ବାର୍ତ୍ତା ଦେଉଛନ୍ତି। ବର୍ତ୍ତମାନ ଓଡ଼ିଶାର ଜଙ୍ଗଲ ଓ ପରିବେଶ ବିଭାଗ ସହ ମିଶି କାମ କରୁଥିବା ସୁଦର୍ଶନ ଶିମିଳିପାଳ ଜାତୀୟ ଉଦ୍ୟାନର ଜୀବଜନ୍ତୁ ଏବଂ ଭିତରକନିକାର ହେନ୍ତାଳ ବନକୁ ନେଇ ଆକର୍ଷଣୀୟ ପ୍ରୋଜକ୍ଟ ପ୍ରସ୍ତୁତ କରୁଛନ୍ତି। ସଉରା ଜନଜାତିଙ୍କ ପାରମ୍ପରିକ ସଉରା ଚିତ୍ରକଳା ଉପରେ ମଧ୍ୟ ସେ ଅନେକ କାମ କରିଛନ୍ତି। ସୁଦର୍ଶନଙ୍କ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଏହି ଚିତ୍ରକଳା ସବୁ ଏବେ ଭାଇରାଲ ହେବାରେ ଲାଗିଛି।
ଏନେଇ ସୁଦର୍ଶନ କହିଛନ୍ତି, ପ୍ରଚାର ପ୍ରସାର ଅଭାବରୁ ଜାତୀୟସ୍ତରରେ ଓଡ଼ିଶାର ବନ୍ୟଜନ୍ତୁ, ଚିତ୍ରକଳା କିମ୍ବା ହସ୍ତକଳା ସମ୍ପର୍କରେ ଉଲ୍ଲେଖ କରାଯାଉନାହିଁ। ଏମୋ ଜନ୍ମ ମାଟି ଓ ମୋ ମାଟିର ମହକକୁ ନିଜ କଳା ମାଧ୍ୟମରେ ଜାତୀୟ ମଞ୍ଚରେ ପହଞ୍ଚାଇବାର ପ୍ରୟାସ କରୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri