ଓଭରବ୍ରିଜ୍‌ ତଳେ ୨ ଶିଶୁଙ୍କ ଜୀବନ ନେଇଗଲା ପିକ୍‌ଅପ୍‌

ଢେଙ୍କାନାଳ ଅଫିସ,୧୫।୨: ଢେଙ୍କାନାଳ ସହର ବାଜିଚୌକ ଓଭରବ୍ରିଜ୍‌ ତଳେ ସୋମବାର ଅପରାହ୍ନରେ ଏକ ଦୁର୍ଘଟଣା ଘଟିଛି। ପିକ୍‌ଅପ ଭ୍ୟାନ୍‌ ଧକ୍କାରେ ୨ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅଛନ୍ତି। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି। ଘଟଣାକୁ ନେଇ ଚାପା ଉତ୍ତେଜନା ଦେଖାଦେଇଛି। ଖବରପାଇ ଟାଉନ୍‌ ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।