ଧକ୍କା ଦେଇ ସ୍କୁଟିକୁ ଘୋଷାଡ଼ି ନେଲା ପିକ୍‌ଅପ୍‌, ଆଉ ତା’ ପରେ…

ବଲାଙ୍ଗୀର,୧୦ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଖଦାଲପଡ଼ା ସୁରୁଚି ମାର୍କେଟ ସମ୍ମୁଖ ରାସ୍ତାରେ ବୁଧବାର ଘଟିଛି ଏକ ସଡ଼କ ଦୁର୍ଘଟଣା। ଏକ ପିକ୍‌ଅପ୍‌ ଗାଡ଼ି ଜଣେ ଓକିଲଙ୍କ ସ୍କୁଟିକୁ ଧକ୍କା ଦେବା ପରେ ଘୋଷାଡ଼ି ନେଇଛି। ଏହି ଦୁର୍ଘଟଣାରେ ଓକିଲ କୃଷ୍ଣ କିଶୋର ଆଚାର୍ଯ୍ୟ ଗୁରୁତର ହୋଇଛନ୍ତି।

ସୂଚନାନୁଯାୟୀ, ଓକିଲ ତାଙ୍କ ସ୍କୁଟିରେ ଖଦାଲପଡ଼ା ଦେଇ ରାସ୍ତାରେ ଯାଉଥିବା ବେଳ ଏକ ବାଦାମ ବୋଝେଇ ପିକଅପ୍‌ ତାଙ୍କୁ ଧକ୍କା ଦେଇଥିଲା। ସ୍କୁଟିଟି ପିକ୍‌ଅପ୍‌ ଚକା ତଳେ ପଶିଯିବା ପରେ ଘୋଷାଡ଼ି ନେଇଥିଲା। ଫଳରେ ଓକିଲଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାପଡ଼ିଛି। ଦୁର୍ଘଟଣା ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍କୁଟିକୁ ଉଦ୍ଧାର କରିବା ସହ ପିକ୍‌ଅପ୍‌ ଗାଡ଼ିକୁ ଜବତ କରିଛି। ଗାଡ଼ି ଡ୍ରାଇଭରକୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରିବା ସହ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି।

Dharitri – Odisha’s No.1 Odia Daily

Share