ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଗ୍ରହଣ କଲା ଲୋକ ସଭା

ସମ୍ବଲପୁର,୬।୫(ବ୍ୟୁରୋ): ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାବେଳେ ହିଂସା ଘଟିଥିଲା। ଆହତ ଓ ମୃତକଙ୍କ ପରିବାରକୁ ଭେଟିବାକୁ ଆସୁଥିବା ସମୟରେ ଭାଜପା ସଂସଦୀୟ ଟିମ୍‌କୁ ସମ୍ବଲପୁର ସୀମାକୁ ପୂରାଇ ଦିଆ ଯାଇ ନ ଥିଲା। ଏହାକୁ ନେଇ ବରଗଡ ଏମ୍‌ପି ସୁରେଶ ପୂଜାରୀ, କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡା ଓ ସୁନ୍ଦରଗଡ ଏମ୍‌ପି ଜୁଏଲ ଓରାମ ଏପ୍ରିଲ ୨୫ରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଥିଲେ। ଲୋକ ସଭା ଏହି ପ୍ରସ୍ତାବକୁ ଗ୍ରହଣ କରିଛି। ସଚିବାଳୟ ତରଫରୁ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ସଂସଦର ସ୍ବାଧିକାର ଓ ନୈତିକତା (ପ୍ରିଭିଲେଜ ଓ ଏଥିକ୍ସ) କମିଟି କେନ୍ଦ୍ର ସରକାରଙ୍କ କାର୍ମିକ, ପେନସନ ଏବଂ ଜନ ଅଭିଯୋଗ ମନ୍ତ୍ରାଳୟ (ଡିଓପିଟି)ର ମନ୍ତ୍ରୀ ଓ ସଚିବଙ୍କୁ ଚିଠି ଦେଇଛନ୍ତି। ଭାଜପା ଏମ୍‌ପିଙ୍କ ଗତିରୋଧ କରିବା ଏବଂ ସଂସଦୀୟ କାର୍ଯ୍ୟ କରିବାରେ ବିରୋଧର କାରଣ ସମ୍ପର୍କିତ ପୂର୍ଣ୍ଣାଙ୍ଗ ରିପୋର୍ଟ ଆସନ୍ତା ୧୫ ଦିନ ଭିତରେ ରାଜ୍ୟ ସରକାରଙ୍କଠାରୁ ସଂଗ୍ରହ କରି ଡିଓପିଟି ମନ୍ତ୍ରଣାଳୟ ସଂସଦୀୟ ସଚିବାଳୟକୁ ପ୍ରଦାନ କରିବେ। ଏହାପରେ ସଂସଦୀୟ ସଚିବାଳୟ ଉକ୍ତ ରିପୋର୍ଟ ସହ ଅଭିଯୋଗକୁ ସଂକଳିତ କରି ବାଚସ୍ପତିଙ୍କୁ ପ୍ରଦାନ କରିବେ ବୋଲି ଏମ୍‌ପି ସୁରେଶ ପୂଜାରୀ କହିଛନ୍ତି। ଝାରସୁଗୁଡାଠାରେ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ଏମ୍‌ପି ସୁରେଶ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।
ସେ କହିଥିଲେ, ରାଷ୍ଟ୍ରବାଦୀ ସ୍ଲୋଗାନ ପ୍ରସଙ୍ଗରେ ସମସ୍ତେ ଅବଗତ ଅଛନ୍ତି। ଏହି ଘଟଣାରେ ଜଣେ ଆଦିବାସୀ ଯୁବକଙ୍କ ହତ୍ୟା ହୋଇଥିଲା, ଯାହାକୁ ଚପାଇଦେବା ପାଇଁ ପ୍ରୟାସ କରାଯାଇଥିଲା। ଇଣ୍ଟରନେଟ ବନ୍ଦ ସହ କର୍ଫ୍ୟୁ ଲାଗୁ କରାଯାଇଥିବାରୁ ସାଧାରଣ ଜୀବନ କଷ୍ଟଦାୟକ ହୋଇପଡିଥିଲା। ହିଂସାକାଣ୍ଡର ଶିକାର ହୋଇ ଗୁରୁତର ଆହତମାନେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ମୃତକ ପରିବାର ଓ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟିବା ସହିତ ଜିଲା ପ୍ରଶାସନ ଏବଂ ଆରଡିସିଙ୍କ ସହ କଥା ହୋଇ ଘଟଣା ସଂପର୍କରେ ଅବଗତ ହେବାକୁ ଏପ୍ରିଲ ୧୮ରେ ଭାଜପା ସଂସଦୀୟ ପ୍ରତିନିଧି ଦଳ ସମ୍ବଲପୁର ଗସ୍ତ କରିବ ବୋଲି ନିଷ୍ପତ୍ତିି ହୋଇଥିଲା। ମାତ୍ର ଏହି ଅନୁମତିକୁ ହଠାତ ବାତିଲ କରିଦିଆଯାଇଥିଲା। ବିନା ନିର୍ଦ୍ଦେଶନାମାରେ ମୋତେ ସମ୍ବଲପୁର ସାକ୍ଷୀପଡା ସ୍ଥିତ ବାସଭନରେ ୧୮ ତାରିଖ ସକାଳ ୬ରୁ ଦିନ ୧୧ଟା ପର୍ଯ୍ୟନ୍ତ ସ୍ଥାନୀୟ ପୋଲିସ ଗୃହବନ୍ଦୀ କରି ରଖିଥିଲ। ସେହିପରି ପ୍ରତିନିଧି ଦଳରେ ମୋ ସହିତ ଆସୁଥିବା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ ଅନ୍ୟ ଏମ୍‌ପି ଜୁଏଲ ଓରାମ ଏବଂ ବସନ୍ତ ପଣ୍ଡାଙ୍କୁ ମଧ୍ୟ ଝାରସୁଗୁଡା-ସମ୍ବଲପୁର ଜିଲାର ସୀମାନ୍ତ ଠେଲକୋଲେଇ ଥାନାଠାରେ ଅଟକ ରଖାଯାଇଥିଲା। କର୍ଫ୍ୟୁ କୋହଳ ସମୟରେ ସମ୍ବଲପୁରରେ ପ୍ରବେଶ କରାଇ ନ ଦେବା ଏବଂ ରାତି ୮ଟା ପର୍ଯ୍ୟନ୍ତ ଥାନାରେ ଅଟକ ରଖାଯିବାର କାରଣ ସଂପର୍କରେ ପଚରାଯିବାରୁ ଉପସ୍ଥିତ ପୋଲିସ ପ୍ରଶାସନଙ୍କଠାରୁ କୌଣସି ଉତ୍ତର ମିଳି ନ ଥିଲା। ଜିଲାପାଳ କିମ୍ବା କୌଣସି ଅଧିକାରୀଙ୍କ ଲିଖିତ ଆଦେଶ ଦିଆଯାଇ ନ ଥିଲା। କର୍ଫ୍ୟୁ କୋହଳ ସମୟରେ ବିନା ଆଦେଶନାମାରେ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଟକ ରଖିତ୍ବା, ସେମାନଙ୍କ ସ୍ବାଧିକାର ଭଙ୍ଗ ସହ ସେମାନଙ୍କ ବିଶେଷ ଅଧିକାରକୁ ଭଙ୍ଗ କରାଯାଇଥିଲା ବୋଲି ସୁରେଶ କହିଥିଲେ। ଏହି ଖବରଦାତା ସମ୍ମିଳନୀରେ ଏମ୍‌ପି ଜୁଏଲ ଓରାମ ଏବଂ ବସନ୍ତ ପଣ୍ଡା ମଧ୍ୟ ଉପସ୍ଥିତ ରହିଥିଲେ। ଏ ସମ୍ପର୍କରେ ସମ୍ବଲପୁର ଏସ୍‌ପି ବାତୁଳା ଗଙ୍ଗାଧର କହିଛନ୍ତି, ଉକ୍ତ ଘଟଣାର ସତ୍ୟାସତ୍ୟକୁ ନେଇ ରିପୋର୍ଟ ଦେବାକୁ ଲୋକ ସଭା ସଚିବଙ୍କ ପାଖରୁ ଚିଠି ଆସିଛି। ଏହାକୁ ସମ୍ମାନ ଜଣାଇ ଠିକ୍‌ ତଥ୍ୟ ଦାଖଲ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri