ଜନତା ବାଛିବେ, କାଉନସିଲର କାଢ଼ିବେ

ଭବାନୀପାଟଣା,୨୮।୭ (ଉତ୍ତମ କୁମାର ଦାଶ): ବିଗତ ବର୍ଷରେ ବିଜ୍ଞପିତ ଅଞ୍ଚଳ ପରିଷଦ (ଏନ୍‌ଏସି), ମ୍ୟୁନିସିପାଲିଟି ଅଧ୍ୟକ୍ଷ ଓ ମହାନଗର ନିଗମ ମେୟରଙ୍କୁ  କାଉନସିଲର ଓ କର୍ପୋରେଟର ପରୋକ୍ଷ ଭାବେ ଚୟନ କରୁଥିଲେ। ହେଲେ ପୂର୍ବ ରାଜ୍ୟ ସରକାର ୨୦୨୨ ପୌର ନିର୍ବାଚନ ପୂର୍ବରୁ ଓଡ଼ିଶା ପୌରପାଳିକା ନିୟମାବଳୀ ୧୯୯୪ରେ ସଂଶୋଧନ କରିଥିଲେ। ଏଥିରେ   ଏନ୍‌ଏସି, ମ୍ୟୁନିସିପାଲିଟି ଅଧ୍ୟକ୍ଷ ଓ ମହାନଗର ନିଗମ ମେୟର ପ୍ରତ୍ୟକ୍ଷ ନିର୍ବାଚନ ଜରିଆରେ ନିର୍ବାଚିତ ହେବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ନୂଆ ନିୟମାବଳୀ କାର୍ଯ୍ୟକାରୀ ହୋଇ ୨୦୨୨ ପୌର ନିର୍ବାଚନରେ ପ୍ରତ୍ୟକ୍ଷ ଭାବରେ ଜନସାଧାରଣଙ୍କଠାରୁ ଭୋଟ ପାଇ ଏନ୍‌ଏସି, ମ୍ୟୁନିସିପାଲିଟି ଅଧ୍ୟକ୍ଷ ଓ ମେୟର ନିର୍ବାଚିତ ହୋଇଥିଲେ। ପ୍ରତ୍ୟକ୍ଷ ନିର୍ବାଚନ ଯୋଗୁ ଲୋକମାନେ ମଧ୍ୟ ନିଜ ମନପସନ୍ଦର ନେତାଙ୍କୁ ଭୋଟ ଦେଇ ବିଜୟୀ କରାଇଥିଲେ।
     ପୂର୍ବରୁ କାଉନସିଲରମାନେ ସେକ୍ସନ ୫୪ (ଏ) ପୌରପାଳିକା ନିୟମ ୧୯୫୦ ଅନୁଯାୟୀ ୨ବର୍ଷ ପରେ ଏନ୍‌ଏସି, ମ୍ୟୁନିସିପାଲିଟି ଅଧ୍ୟକ୍ଷ ଏବଂ ମହାନଗର ନିଗମ ମେୟରଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଆଣି ସେମାନଙ୍କୁ ପଦବୀରୁ ହଟାଇ ଦେଉଥିଲେ। କାଉନସିଲରମାନେ ପରୋକ୍ଷ ଭାବେ ଅଧ୍ୟକ୍ଷ, ମେୟରଙ୍କୁ ଚୟନ କରୁଥିବାରୁ ଟିକିଏ କ’ଣ ହେଲେ ସେମାନେ ଅନାସ୍ଥା ପ୍ରସ୍ତାବ ଜରିଆରେ ଏଭଳି ପଦକ୍ଷେପ ନେଉଥିଲେ। ପୂର୍ବତନ ରାଜ୍ୟ ସରକାର ପୌରପାଳିକା ନିୟମାବଳୀ ୧୯୯୪ର ସଂଶୋଧନ କରିଥିବାବେଳେ ୧୯୫୦, ସେକ୍ସନ ୫୪ (ଏ) ନିୟମ କିନ୍ତୁ ସଂଶୋଧନ କରି ନ ଥିଲେ। ଫଳରେ ବିଗତ ବର୍ଷରେ ଯେମିତି କାଉନସିଲର ଅନାସ୍ଥା ପ୍ରସ୍ତାବ ଜରିଆରେ ଏନ୍‌ଏସି, ମ୍ୟୁନିସିପାଲିଟି ଅଧ୍ୟକ୍ଷ ଓ ମହାନଗର ନିଗମ ମେୟରଙ୍କୁ କାଢୁଥିଲେ ଏବେ ମଧ୍ୟ ସେହି ସମାନ ଅବସ୍ଥା ଦେଖିବାକୁ ମିଳୁଛି। ଏହାର ଉଦାହରଣ ଚଳିତ ପୌର ନିର୍ବାଚନରେ ସିଧାସଳଖ ଜନତାଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ଅଧ୍ୟକ୍ଷଙ୍କ କ୍ଷେତ୍ରରେ ଘଟୁଥିବା ନଜରକୁ  ଆସିଛି।
କିଛିଦିନ ତଳେ ଫୁଲବାଣୀ ପୌରପାଳିକା ଅଧ୍ୟକ୍ଷାଙ୍କୁ ଏପରି ଅନାସ୍ଥା ପ୍ରସ୍ତାବ ଜରିଆରେ କାଉନସିଲରମାନେ ହଟାଇ ଦେଇଥିବାବେଳେ ଏବେ କଳାହାଣ୍ଡି ଜିଲାର ଭବାନୀପାଟଣା ପୌରାଧ୍ୟକ୍ଷା ଓ ଜୁନାଗଡ ଏନ୍‌ଏସି ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି କାଉନସିଲର। ବିଶେଷକରି ଯେଉଁଠି ଭାଜପା ଅଧ୍ୟକ୍ଷ ଅଛନ୍ତି ଓ ସଂଖ୍ୟାଗରିଷ୍ଠତା ଥିବା ବିଜେଡି କାଉନସିଲର ରହିଛନ୍ତି, ସେଭଳି କ୍ଷେତ୍ରରେ ଏପରି ଅବସ୍ଥା ଦେଖିବାକୁ ମିଳୁଛି। ଜନତା ଭୋଟଦେଇ ବାଛିଥିବା ଅଧ୍ୟକ୍ଷଙ୍କୁ ଯଦି କେତେଜଣ କାଉନସିଲର କାଢ଼ିପାରିବେ ତା’ହେଲେ ପ୍ରତ୍ୟକ୍ଷ ନିର୍ବାଚନର କିଛି ଆବଶ୍ୟକତା ନ ଥିଲା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଏହି ପରିପ୍ରେକ୍ଷୀରେ ଅନାସ୍ଥା ପ୍ରସ୍ତାବ ଆସିଥିବା ଜୁନାଗଡ଼ ଏନ୍‌ଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ କହନ୍ତି, ପୂର୍ବତନ ରାଜ୍ୟ ସରକାରଙ୍କ ଭୁଲ୍‌ ନୀତି ଯୋଗୁ ଏପରି ସମସ୍ୟା ସୃଷ୍ଟି ହେଇଛି। ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏପରି ହେବାର ସମ୍ଭାବନା ରହିଛି। ପୂର୍ବରୁ କାଉନସିଲରମାନେ ପରୋକ୍ଷ ଭାବେ ଅଧ୍ୟକ୍ଷଙ୍କୁ ବାଛୁଥିଲେ। ହେଲେ ୨୦୨୨ରେ ଅଧ୍ୟକ୍ଷମାନେ ସିଧାସଳଖ ଲୋକମାନଙ୍କ ଦ୍ୱାରା ନିର୍ବାଚିତ ହୋଇଛନ୍ତି। ପୂର୍ବତନ ରାଜ୍ୟ ସରକାର ଏପରି ଗଳାବାଟ ଛାଡ଼ିଦେଇଥିବାରୁ ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହୋଇ ମଧ୍ୟ ଅଧ୍ୟକ୍ଷମାନେ କାଉନସିଲରଙ୍କ ଦ୍ୱାରା ଏପରି ଅନାସ୍ଥା ପ୍ରସ୍ତାବର ଶିକାର ହୋଇ ନିଜ ଗାଦି ଛାଡ଼ିବା ସହ ଏହାଦ୍ୱାରା ସ୍ଥାନୀୟ ଏନ୍‌ଏସି, ମ୍ୟୁନିସିପାଲିଟିରେ  ଉନ୍ନୟନ କାମ ବ୍ୟାହତ ହେଇଯାଉଛି ବୋଲି କହିଛନ୍ତି। ବର୍ତ୍ତମାନର ରାଜ୍ୟ ସରକାର ୫୪(ଏ) ନିୟମ ଉଚ୍ଛେଦ କରିବାକୁ ସେ ନିବେଦନ କରିଛନ୍ତି।
  ସମ୍ପର୍କରେ ବରିଷ୍ଠ ଆଇନଜୀବୀ ହିମାଂଶୁ ଖେଖର ବରାଡଙ୍କୁ ପଚାରିବାରୁ ଯେହେତୁ ସିଧାସଳଖ ଅଧ୍ୟକ୍ଷ ନିର୍ବାଚିତ ହେଉଛନ୍ତି ସେ ଅନୁସାରେ ୫୪ (ଏ) ସଂଶୋଧନ ହେବା ଆବଶ୍ୟକ ବୋଲି କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri