ଜନତା ବାଛିବେ, କାଉନସିଲର କାଢ଼ିବେ

ଭବାନୀପାଟଣା,୨୮।୭ (ଉତ୍ତମ କୁମାର ଦାଶ): ବିଗତ ବର୍ଷରେ ବିଜ୍ଞପିତ ଅଞ୍ଚଳ ପରିଷଦ (ଏନ୍‌ଏସି), ମ୍ୟୁନିସିପାଲିଟି ଅଧ୍ୟକ୍ଷ ଓ ମହାନଗର ନିଗମ ମେୟରଙ୍କୁ  କାଉନସିଲର ଓ କର୍ପୋରେଟର ପରୋକ୍ଷ ଭାବେ ଚୟନ କରୁଥିଲେ। ହେଲେ ପୂର୍ବ ରାଜ୍ୟ ସରକାର ୨୦୨୨ ପୌର ନିର୍ବାଚନ ପୂର୍ବରୁ ଓଡ଼ିଶା ପୌରପାଳିକା ନିୟମାବଳୀ ୧୯୯୪ରେ ସଂଶୋଧନ କରିଥିଲେ। ଏଥିରେ   ଏନ୍‌ଏସି, ମ୍ୟୁନିସିପାଲିଟି ଅଧ୍ୟକ୍ଷ ଓ ମହାନଗର ନିଗମ ମେୟର ପ୍ରତ୍ୟକ୍ଷ ନିର୍ବାଚନ ଜରିଆରେ ନିର୍ବାଚିତ ହେବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ନୂଆ ନିୟମାବଳୀ କାର୍ଯ୍ୟକାରୀ ହୋଇ ୨୦୨୨ ପୌର ନିର୍ବାଚନରେ ପ୍ରତ୍ୟକ୍ଷ ଭାବରେ ଜନସାଧାରଣଙ୍କଠାରୁ ଭୋଟ ପାଇ ଏନ୍‌ଏସି, ମ୍ୟୁନିସିପାଲିଟି ଅଧ୍ୟକ୍ଷ ଓ ମେୟର ନିର୍ବାଚିତ ହୋଇଥିଲେ। ପ୍ରତ୍ୟକ୍ଷ ନିର୍ବାଚନ ଯୋଗୁ ଲୋକମାନେ ମଧ୍ୟ ନିଜ ମନପସନ୍ଦର ନେତାଙ୍କୁ ଭୋଟ ଦେଇ ବିଜୟୀ କରାଇଥିଲେ।
     ପୂର୍ବରୁ କାଉନସିଲରମାନେ ସେକ୍ସନ ୫୪ (ଏ) ପୌରପାଳିକା ନିୟମ ୧୯୫୦ ଅନୁଯାୟୀ ୨ବର୍ଷ ପରେ ଏନ୍‌ଏସି, ମ୍ୟୁନିସିପାଲିଟି ଅଧ୍ୟକ୍ଷ ଏବଂ ମହାନଗର ନିଗମ ମେୟରଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଆଣି ସେମାନଙ୍କୁ ପଦବୀରୁ ହଟାଇ ଦେଉଥିଲେ। କାଉନସିଲରମାନେ ପରୋକ୍ଷ ଭାବେ ଅଧ୍ୟକ୍ଷ, ମେୟରଙ୍କୁ ଚୟନ କରୁଥିବାରୁ ଟିକିଏ କ’ଣ ହେଲେ ସେମାନେ ଅନାସ୍ଥା ପ୍ରସ୍ତାବ ଜରିଆରେ ଏଭଳି ପଦକ୍ଷେପ ନେଉଥିଲେ। ପୂର୍ବତନ ରାଜ୍ୟ ସରକାର ପୌରପାଳିକା ନିୟମାବଳୀ ୧୯୯୪ର ସଂଶୋଧନ କରିଥିବାବେଳେ ୧୯୫୦, ସେକ୍ସନ ୫୪ (ଏ) ନିୟମ କିନ୍ତୁ ସଂଶୋଧନ କରି ନ ଥିଲେ। ଫଳରେ ବିଗତ ବର୍ଷରେ ଯେମିତି କାଉନସିଲର ଅନାସ୍ଥା ପ୍ରସ୍ତାବ ଜରିଆରେ ଏନ୍‌ଏସି, ମ୍ୟୁନିସିପାଲିଟି ଅଧ୍ୟକ୍ଷ ଓ ମହାନଗର ନିଗମ ମେୟରଙ୍କୁ କାଢୁଥିଲେ ଏବେ ମଧ୍ୟ ସେହି ସମାନ ଅବସ୍ଥା ଦେଖିବାକୁ ମିଳୁଛି। ଏହାର ଉଦାହରଣ ଚଳିତ ପୌର ନିର୍ବାଚନରେ ସିଧାସଳଖ ଜନତାଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ଅଧ୍ୟକ୍ଷଙ୍କ କ୍ଷେତ୍ରରେ ଘଟୁଥିବା ନଜରକୁ  ଆସିଛି।
କିଛିଦିନ ତଳେ ଫୁଲବାଣୀ ପୌରପାଳିକା ଅଧ୍ୟକ୍ଷାଙ୍କୁ ଏପରି ଅନାସ୍ଥା ପ୍ରସ୍ତାବ ଜରିଆରେ କାଉନସିଲରମାନେ ହଟାଇ ଦେଇଥିବାବେଳେ ଏବେ କଳାହାଣ୍ଡି ଜିଲାର ଭବାନୀପାଟଣା ପୌରାଧ୍ୟକ୍ଷା ଓ ଜୁନାଗଡ ଏନ୍‌ଏସି ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି କାଉନସିଲର। ବିଶେଷକରି ଯେଉଁଠି ଭାଜପା ଅଧ୍ୟକ୍ଷ ଅଛନ୍ତି ଓ ସଂଖ୍ୟାଗରିଷ୍ଠତା ଥିବା ବିଜେଡି କାଉନସିଲର ରହିଛନ୍ତି, ସେଭଳି କ୍ଷେତ୍ରରେ ଏପରି ଅବସ୍ଥା ଦେଖିବାକୁ ମିଳୁଛି। ଜନତା ଭୋଟଦେଇ ବାଛିଥିବା ଅଧ୍ୟକ୍ଷଙ୍କୁ ଯଦି କେତେଜଣ କାଉନସିଲର କାଢ଼ିପାରିବେ ତା’ହେଲେ ପ୍ରତ୍ୟକ୍ଷ ନିର୍ବାଚନର କିଛି ଆବଶ୍ୟକତା ନ ଥିଲା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଏହି ପରିପ୍ରେକ୍ଷୀରେ ଅନାସ୍ଥା ପ୍ରସ୍ତାବ ଆସିଥିବା ଜୁନାଗଡ଼ ଏନ୍‌ଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ କହନ୍ତି, ପୂର୍ବତନ ରାଜ୍ୟ ସରକାରଙ୍କ ଭୁଲ୍‌ ନୀତି ଯୋଗୁ ଏପରି ସମସ୍ୟା ସୃଷ୍ଟି ହେଇଛି। ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏପରି ହେବାର ସମ୍ଭାବନା ରହିଛି। ପୂର୍ବରୁ କାଉନସିଲରମାନେ ପରୋକ୍ଷ ଭାବେ ଅଧ୍ୟକ୍ଷଙ୍କୁ ବାଛୁଥିଲେ। ହେଲେ ୨୦୨୨ରେ ଅଧ୍ୟକ୍ଷମାନେ ସିଧାସଳଖ ଲୋକମାନଙ୍କ ଦ୍ୱାରା ନିର୍ବାଚିତ ହୋଇଛନ୍ତି। ପୂର୍ବତନ ରାଜ୍ୟ ସରକାର ଏପରି ଗଳାବାଟ ଛାଡ଼ିଦେଇଥିବାରୁ ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହୋଇ ମଧ୍ୟ ଅଧ୍ୟକ୍ଷମାନେ କାଉନସିଲରଙ୍କ ଦ୍ୱାରା ଏପରି ଅନାସ୍ଥା ପ୍ରସ୍ତାବର ଶିକାର ହୋଇ ନିଜ ଗାଦି ଛାଡ଼ିବା ସହ ଏହାଦ୍ୱାରା ସ୍ଥାନୀୟ ଏନ୍‌ଏସି, ମ୍ୟୁନିସିପାଲିଟିରେ  ଉନ୍ନୟନ କାମ ବ୍ୟାହତ ହେଇଯାଉଛି ବୋଲି କହିଛନ୍ତି। ବର୍ତ୍ତମାନର ରାଜ୍ୟ ସରକାର ୫୪(ଏ) ନିୟମ ଉଚ୍ଛେଦ କରିବାକୁ ସେ ନିବେଦନ କରିଛନ୍ତି।
  ସମ୍ପର୍କରେ ବରିଷ୍ଠ ଆଇନଜୀବୀ ହିମାଂଶୁ ଖେଖର ବରାଡଙ୍କୁ ପଚାରିବାରୁ ଯେହେତୁ ସିଧାସଳଖ ଅଧ୍ୟକ୍ଷ ନିର୍ବାଚିତ ହେଉଛନ୍ତି ସେ ଅନୁସାରେ ୫୪ (ଏ) ସଂଶୋଧନ ହେବା ଆବଶ୍ୟକ ବୋଲି କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri