ଏହି ୮ ହଟ୍‌ସ୍ପଟ୍‌ ଜିଲାର ଲୋକଙ୍କୁ ଢେଙ୍କାନାଳ ମନା

ଢେଙ୍କାନାଳ ଅଫିସ,୧୧ା୭: ରାଜ୍ୟର ୮ଟି ହଟ୍‌ସ୍ପଟ୍‌ ଜିଲାର ଲୋକଙ୍କୁ ଢେଙ୍କାନାଳରେ ପ୍ରବେଶ ମନା। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ଜିଲାଗୁଡ଼ିକ ହେଲା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର,ବାଲେଶ୍ୱର, ସୁନ୍ଦରଗଡ଼ ଓ ଅନୁଗୋଳ। ଏହି ସମସ୍ତ ଜିଲାର ଲୋକମାନେ ଢେଙ୍କାନାଳ ଜିଲା ଭିତରକୁ ପ୍ରବେଶ କରିପାରିବେ ନାହିଁ। ଯଦି କୌଣସି ଜରୁରୀ କାମ ପଡ଼ିଲେ ଢେଙ୍କାନାଳ ଆସିବେ ତେବେ ସେମାନେ କ୍ୱାରାଣ୍ଟାଇନ୍‌ରେ ରହିବା ବାଧ୍ୟତାମୂଳକ କରାଯାଇଛି। କାରଣ ଏହି ଜିଲାଗୁଡ଼ିରେ ଏବେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଛି। ତେବେ ସଂକ୍ରମଣ ଯେପରି ଢେଙ୍କାନାଳକୁ ନ ବ୍ୟାପେ ସେଥିପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।
ସୂଚନାଯୋଗ୍ୟ, ଜିଲାରେ ବର୍ତ୍ତମାନ ସୁଦ୍ଧା ୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୭୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬ ଜଣ ଚିକିତ୍ସିତ ଅଛନ୍ତି।