ରାଜନୀତିରେ ଇତିହାସ ରଚିବେ ଓଡ଼ିଶାବାସୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୩(ଅନିଲ ଦାସ)ଓଡ଼ିଶାର ଭବିଷ୍ୟତ ଉଜ୍ଜ୍ୱଳ। ଆମେ ୨୦୩୬ ମସିହାରେ ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବାକୁ ଯାଉଛୁ। ସେତେବେଳକୁ ଓଡ଼ିଶା ସବୁ କ୍ଷେତ୍ରରେ ଦେଶରେ ଏକ ନମ୍ବର ହେଉ ଆମେ ଚାହୁଁଛୁ। ଆଗାମୀ ଦଶନ୍ଧି ହେଉଛି ଯୁବବର୍ଗଙ୍କର। ଯୁବବର୍ଗଙ୍କ ମହତ୍ତ୍ୱାକାଂକ୍ଷାକୁ ଗୁରୁତ୍ୱ ଦେଇ ସର୍ବୋତ୍କୃଷ୍ଟ ଶିକ୍ଷା ଓ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ଓ ସେମାନଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ସେମାନଙ୍କୁ ସଶକ୍ତ କରିବାକୁ ପଡ଼ିବ। ରାଜ୍ୟର ଯୁବବର୍ଗ ନୂଆ ଓଡ଼ିଶା ନିର୍ମାଣ କରିବେ। ଏଭଳି ଏକ ରାଜ୍ୟ, ଯାହା ସବୁ କ୍ଷେତ୍ରରେ ମାନଦଣ୍ଡ ସ୍ଥାପନ କରିବ ଆଉ ନିଜ ଲୋକଙ୍କ ପାଇଁ ସମୃଦ୍ଧି ଆଣିବ। ଆଗାମୀ କିଛିମାସ ମଧ୍ୟରେ ଓଡ଼ିଶାର ଲୋକ ଏହି ଦେଶର ରାଜନୈତିକ ଇତିହାସରେ ଏକ ନୂଆ ରେକର୍ଡ କରିବାକୁ ଯାଉଛନ୍ତି। ଶନିବାର ଲୋକସେବା ଭବନରେ ଅନୁଷ୍ଠିତ ବିଜେଡି ସରକାରର ଶେଷ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାବାସୀଙ୍କ ଗଭୀର ଆସ୍ଥା ମୋତେ ସର୍ବଦା ଧନ୍ୟ ଓ ବିନମ୍ର କରାଇଛି, ଯାହାକି ଅଧିକ କଠିନ ପରିଶ୍ରମ କରିବାକୁ ପ୍ରୋତ୍ସାହନ ଦେଇଛି। ଆଗାମୀ ୧୦ବର୍ଷ ଓଡ଼ିଶାର ଭବିଷ୍ୟତ ପାଇଁ ନିର୍ଣ୍ଣାୟକ ହେବ। ଆମେ ଏକ ସଶକ୍ତ ଓଡ଼ିଶା ଆରମ୍ଭ କରିବୁ, ଯାହା ଆଧୁନିକ, ଗତିଶୀଳ ଓ ଉତ୍ତରଦାୟୀ ରହିବ। ମୁଖ୍ୟତଃ ଆମର ଯୁବବର୍ଗ, ମହିଳା ଓ ଶିଶୁ, ଉଦ୍ୟୋଗୀ, ଚାଷୀ ଓ ଆଦିବାସୀଙ୍କ ପାଇଁ ହେବ। ଆମେ ସୁରକ୍ଷିତ ମୂଳଦୁଆ ଓ ଶକ୍ତିଶାଳୀ ଡେଣାବିଶିଷ୍ଟ ଓଡ଼ିଶା ଆରମ୍ଭ କରିବୁ। ଆପଣମାନଙ୍କ ଆଶୀର୍ବାଦରେ ରଥ ଆଗକୁ ବଢ଼ିବ।
ପଞ୍ଚମ ପାଳି ଶାସନ ସମ୍ପର୍କରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୧୯ ମେ’ ୨୯ ନିର୍ବାଚନରେ ପ୍ରଥମ କ୍ୟାବିନେଟରେ ଦଳର ନିର୍ବାଚନ ଇସ୍ତାହାରକୁ ପ୍ରାଥମିକତା ଭିତ୍ତିରେ ଅନୁମୋଦନ କରାଯାଇଥିଲା। ବାରମ୍ବାର ବିଶ୍ୱାସ ରଖିଥିବାରୁ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ସେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସେତେବେଲେ ଓଡ଼ିଶା ମହାବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲା ଏବଂ ଏହା ଏକ ଗରିବ, ଅନୁନ୍ନତ ରାଜ୍ୟ ଭାବେ ପରିଗଣିତ ହୋଇଥିଲା। ରାଜ୍ୟର ସାଢ଼େ ୪କୋଟି ପରିବାର ସଦସ୍ୟଙ୍କ ଜୀବନଶୈଳୀରେ ପରିବର୍ତ୍ତନ ପାଇଁ ବିଜୁବାବୁଙ୍କ ଦୃଷ୍ଟିଭଙ୍ଗୀରୁ ମାର୍ଗଦର୍ଶନ ମିଳିଛି। ଆଜି ଓଡ଼ିଶା ଦେଶର ସବୁଠୁ ପ୍ରଗତିଶୀଳ ରାଜ୍ୟ ଭାବେ ପରିଗଣିତ ହେଉଛି। ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ମଡେଲର ଉଦାହରଣ ଦିଆଯାଉଛି। ଗତ ୫ ବର୍ଷ ୫-ଟି ସିଦ୍ଧାନ୍ତ ଆଧାରିତ ରହିଛି। ଇତିହାସରେ ଏହି ଅବଧିକୁ ଏକ ମାଇଲଖୁଣ୍ଟ ଭାବେ ସ୍ମରଣ କରାଯିବ, ଯାହାକି ଓଡ଼ିଶାକୁ ରୂପାନ୍ତରଣ ଓ ସମୃଦ୍ଧି ପଥରେ ଆଗକୁ ନେଇଛି। ରୂପାନ୍ତରଣ ସମଗ୍ର ରାଜ୍ୟରେ ଓ ସବୁ ବର୍ଗର ଲୋକଙ୍କ ମଧ୍ୟରେ ପ୍ରତିଫଳିତ ହୋଇଛି। ସ୍ବଚ୍ଛ ପ୍ରଶାସନ ଓ ପ୍ରଯୁକ୍ତିବିଦ୍ୟାର ଅଧିକ ଉପଯୋଗ ମାଧ୍ୟମରେ ଆମର ଟିମ୍‌ ଓ୍ବାର୍କ ଖୁବ୍‌ କମ୍‌ ସମୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିପାରିଛି। ୨୦୧୯ରେ ଆମେ ୪୩ ବର୍ଷ ପରେ ଗ୍ରୀଷ୍ମକାଳୀନ ବାତ୍ୟା ଫନୀର ସମ୍ମୁଖୀନ ହେଲୁ। ପୁରୀ, ଭୁବନେଶ୍ୱର ଓ କଟକରେ ଏହା ତାଣ୍ଡବ ରଚନା କରିବା ସହ ଅର୍ଥନୀତିକୁ ଦୋହଲାଇ ଦେଲା। ବାତ୍ୟା ପରେ ଆରମ୍ଭ ହୋଇଥିଲା ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ। ଆମର ବାତ୍ୟା ପରିଚାଳନାକୁ ନ୍ୟୁୟର୍କ ଟାଇମ୍ସ ତା’ର ପ୍ରଥମ ପୃଷ୍ଠାରେ ସ୍ଥାନିତ କରିଥିଲା। ଏହାର କିଛି ମାସ ପରେ ଆମ ଲୋକମାନେ ବାତ୍ୟାର ବିଭୀଷିକାକୁ ଭୁଲି ପୁଣି ସ୍ବାଭାବିକ ଅବସ୍ଥାକୁ ଫେରିଥିଲେ। ୨୦୨୦ରେ ସମଗ୍ର ବିଶ୍ୱ କୋଭିଡ୍‌ ମହାମାରୀରେ କବଳିତ ହେଲା। ପରବର୍ତ୍ତୀ ୨ ବର୍ଷ ନୂଆ ଭାରିଆଣ୍ଟ ଭୂତାଣୁ ସମଗ୍ର ବିଶ୍ୱର ଅର୍ଥନୀତିକୁ ଦୋହଲାଇ ଦେଲା। ଏହା ସତ୍ତ୍ୱେ ଓଡ଼ିଶା ଅନ୍ୟମାନଙ୍କ ତୁଳନାରେ କୋଭିଡ୍‌ ପରିଚାଳନାରେ ଏକ ମଡେଲ ଭାବେ ଉଭା ହେଲା। କେବଳ ଯେ ମହାମାରୀ ମୃତ୍ୟୁ ସଂଖ୍ୟା ହ୍ରାସ କରାଯାଇ ନ ଥିଲା ବରଂ ଅକ୍ସିଜେନ ଯୋଗାଇ ସମଗ୍ର ଦେଶର ବହୁ ଜୀବନ ବଞ୍ଚାଇ ପାରିଥିଲା। ମହାମାରୀ ନିୟନ୍ତ୍ରଣକୁ ଆସିବା ପରେ ଆମେ ନୂତନ ପ୍ରକଳ୍ପ ଓ ଯୋଜନାର ଗତିକୁ ବୃଦ୍ଧି କରିଥିଲୁ। ଶିକ୍ଷାକୁ ଆଗକୁ ନେବା ଥିଲା ଆମର ମୁଖ୍ୟ ଲକ୍ଷ୍ୟ। ପ୍ରତ୍ୟେକ ପଞ୍ଚାୟତରେ ସ୍ମାର୍ଟ କ୍ଲାସ୍‌ରୁମ୍‌, ଇ-ଲାଇବ୍ରେରୀ, ବିଜ୍ଞାନ ଲାବ୍‌, କମ୍ପ୍ୟୁଟର ସେଣ୍ଟର, କ୍ରୀଡ଼ା ସୁବିଧା ଭଳି ରୂପାନ୍ତରିତ ହାଇସ୍କୁଲ ଦେଖିବାକୁ ମିଳୁଛି। ଏହା ପରେ ନୂଆ-ଓ, ଛାତ୍ରବୃତ୍ତି, ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ଆଦିର ବ୍ୟବସ୍ଥା କରାଯାଇଛି। ଓଡ଼ିଶା ଦେଶର କ୍ରୀଡ଼ା କ୍ୟାପିଟାଲରେ ପରିଣତ ହୋଇଛି। ମହିଳା ସଶକ୍ତୀକରଣ ଦିଗରେ ମିଶନ ଶକ୍ତି ସଦସ୍ୟାମାନେ ଦେଶରେ ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି। ସ୍ବୟଂ ସହାୟକ ସଂସ୍ଥାଗୁଡ଼ିକୁ ବିନା ସୁଧରେ ୧୦ ଲକ୍ଷ ଯାଏ ଋଣ ଯୋଗାଇ ଦିଆଯାଉଛି। ଗତ ୫ ବର୍ଷରେ ରାଜ୍ୟର ଏସ୍‌ଏଚ୍‌ଜିଗୁଡ଼ିକୁ ୧୫ ହଜାର କୋଟି ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଗତ ୫ ବର୍ଷରେ ଅନେକ ଉଲ୍ଲେଖନୀୟ ପଦକ୍ଷେପ ନିଆଯାଇଛି। କୃଷି କ୍ଷେତ୍ରକୁ ଜଳସେଚନଠାରୁ ଆରମ୍ଭ କରି ଗରିବ ଓ ନାମମାତ୍ର ଚାଷୀଙ୍କୁ କାଳିଆ ସହାୟତା ଯୋଗାଇ ଦିଆଯାଇଛି। ରାଜ୍ୟର ଜନଜାତିମାନଙ୍କ ବିକାଶ ପାଇଁ ଅନେକ ପଦକ୍ଷେପ ବିଷୟରେ ଉଲ୍ଲେଖ କରିଛନ୍ତି। ରାଜ୍ୟ ଓ ରାଜ୍ୟ ବାହାରେ ଯୋଗାଯୋଗକୁ ଆହୁରି ସୁଦୃଢ଼ କରାଯାଇଛି। ଗତ ୫ ବର୍ଷରେ ଓଡ଼ିଶାରେ ଦାରିଦ୍ର୍ୟ ହାର ବହୁମାତ୍ରାରେ ଖସିଛି। ଓଡ଼ିଶା ଅଗ୍ରଣୀ ଆର୍ଥିକ ରାଜ୍ୟରେ ପରିଣତ ହୋଇଛି। ଶିଳ୍ପ, ସଂସ୍କୃତି କ୍ଷେତ୍ରରେ ଓଡ଼ିଶା ବହୁ ଆଗକୁ ଯାଇଛି। ପୁଣି ଥରେ ନିର୍ବାଚନ ସମୟ ଆସିଛି। ପୁଣି ସରକାର ଗଢ଼ିବା ନେଇ ଓଡ଼ିଶାବାସୀ ଆଶୀର୍ବାଦ ଅଜାଡ଼ି ଦେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି।
କ୍ୟାବିନେଟ ବୈଠକ ଶେଷରେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦେଇଥିବା ଗତ ୫ବର୍ଷରେ ରାଜ୍ୟର ବିକାଶ ସମ୍ପର୍କିତ ବିବୃତି ସମ୍ପର୍କରେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?