Posted inଫୁରସତ

ଶାନ୍ତିପ୍ରିୟ ଗାଁ ନାକୋ

ହୀମାଚଳ ପ୍ରଦେଶର କିନ୍ନାଉର୍‌ ଜିଲା ଅନ୍ତର୍ଗତ ଏକ ଆକର୍ଷଣୀୟ ଗାଁ ହେଉଛି ନାକୋ। ପାହାଡ଼, ପର୍ବତ, ନଦୀ, ହ୍ରଦର ଅପୂର୍ବ ସୌନ୍ଦର୍ଯ୍ୟ ଏହି ଗାଁକୁ ଦେଇଥାଏ ଏକ ନିଆରା ପରିଚୟ। ନାକୋ ହ୍ରଦ, ନାକୋ ମଠ ତଥା ଏକାଧିକ ବୌଦ୍ଧ ସ୍ତୂପ ଦେଖିବାକୁ ମିଳୁଥିବା ଏହି ସ୍ଥାନରେ ପର୍ଯ୍ୟଟକ ମୁଖ୍ୟତଃ ଶାନ୍ତି ପାଇବା ଆଶାରେ ବୁଲି ଆସିଥାନ୍ତି…

ହୀମାଚଳ ପ୍ରଦେଶର କିନ୍ନାଉର୍‌ ଜିଲା ଅନ୍ତର୍ଗତ ହାଙ୍ଗରାଙ୍ଗ ଉପତ୍ୟକାରେ ଗଢ଼ି ଉଠିଥିବା ଏକ ସୁନ୍ଦର ଗାଁ ହେଉଛି ନାକୋ। ସମୁଦ୍ରପତ୍ତନରୁ ପ୍ରାୟ ୧୧,୮୯୩ ଫୁଟ ଉଚ୍ଚତାରେ ଥିବା ଏହି ଗାଁର ଚତୁଃପାର୍ଶ୍ୱରେ ରହିଛି ବହୁ ଉଚ୍ଚ ଉଚ୍ଚ ପାହାଡ଼ ଓ ପର୍ବତ। ତା’ସାଙ୍ଗକୁ ଏଠାକାର ନଦୀ, ହ୍ରଦର ଅପୂର୍ବ ସୌନ୍ଦର୍ଯ୍ୟ ବି ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିଥାଏ। କେବଳ ସେତିକି ନୁହେଁ, ସହରର କୋଳାହଳରୁ ଦୂରରେ ଥିବା ଏହି ସ୍ଥାନରେ ରହିଛି ଅନେକ ବୌଦ୍ଧ ସ୍ତୂପ ଓ ମଠ; ଯାହାର ଶାନ୍ତ ପରିବେଶ ମନକୁ ବେଶ୍‌ ଆନନ୍ଦ ଦେଇଥାଏ। ସ୍ଥାନୀୟ ଲୋକ ବି ଖୁବ୍‌ ଶାନ୍ତିପ୍ରିୟ। ଖାସ୍‌ ସେଥିପାଇଁ ଟିକେ ଶାନ୍ତି ପାଇବା ଆଶାରେ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଏଠାକୁ ବୁଲିବା ଲାଗି ଆସିଥାନ୍ତି।
କ’ଣ ଦେଖିବେ
ପର୍ଯ୍ୟଟକଙ୍କ ଦେଖିବା ପାଇଁ ନାକୋରେ ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ରହିଛି। ଯେମିତି କି: ନାକୋ ମଠ, ନାକୋ ହ୍ରଦ, ନାକୋ ନଦୀ, ଚାଙ୍ଗୋ ଗୋମ୍ପା ଇତ୍ୟାଦି। ତା’ସହିତ ଏକାଧିକ ବୌଦ୍ଧ ସ୍ତୂପ ବି ଏଠାରେ ଦେଖିବାକୁ ମିଳେ। ନାକୋ ହ୍ରଦର ଆକର୍ଷଣ ତ ବେଶ୍‌ ମନଛୁଆଁ। ସନ୍ଧ୍ୟା ସମୟରେ ଏହି ହ୍ରଦ ନିକଟରେ ନାନା ଜାତିର ପକ୍ଷୀଙ୍କୁ ଦେଖିବାକୁ ମିଳେ, ଯାହା କି ଖୁବ୍‌ ଆଖିଦୃଶିଆ ହୋଇଥାଏ। ସେହିପରି ଏହି ହ୍ରଦ ନିକଟରେ ଥିବା ଏକ ବଡ଼ ପଥର ଖଣ୍ଡ ଉପରେ ବୌଦ୍ଧ ଗୁରୁ ପଦ୍ମସମ୍ଭବଙ୍କର ପାଦଚିହ୍ନ ଥିବାର ବିଶ୍ୱାସ କରାଯାଏ। ସେଥିପାଇଁ ପରବର୍ତ୍ତୀ ସମୟରେ ଉକ୍ତ ପଥର ନିକଟରେ ଗୁରୁ ପଦ୍ମସମ୍ଭବଙ୍କର ପ୍ରତୀମା ଗଢ଼ାଯାଇ ତାଙ୍କର ଆରାଧନା କରାଯାଉଛି। ପର୍ଯ୍ୟଟକ ବି ଏଠାକୁ ଯାଇ ଅପୂର୍ବ ଆନନ୍ଦ ଲଭି ପାରୁଛନ୍ତି। କେବଳ ସେତିକି ନୁହେଁ, ଖରାଦିନେ ଏହି ହ୍ରଦରେ ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ବୋଟିଂର ସୁବିଧା ରହିଛି। ତେବେ ଶୀତଦିନେ ଉକ୍ତ ହ୍ରଦର ଜଳ ଓ ଆଖପାଖ ଅଞ୍ଚଳରେ ବରଫର ଚାଦର ଘୋଡ଼େଇ ହୋଇଯାଉଥିବାରୁ କିଛି ପର୍ଯ୍ୟଟକ ଏଠାକୁ ଆଇସ୍‌ ସ୍କେଟିଂ କରିବାକୁ ମଧ୍ୟ ଆସିଥାନ୍ତି।
ସେଓ ଓ ଆପ୍ରିକଟ୍‌ର ଚାହିଦା
ଏହି ଅଞ୍ଚଳରେ ସେଓ ଓ ଆପ୍ରିକଟ୍‌ ଚାଷ ଭଲ ହୋଇଥାଏ ବୋଲି ସୂଚନା ରହିଛି। ତେଣୁ ପର୍ଯ୍ୟଟକ ଚାହିଁଲେ ଫେରିବା ସମୟରେ ସୁଲଭ ଦରରେ ଏହି ସବୁ ଜିନିଷ ଏଠାରୁ କିଣି ଆଣିପାରିବେ।
କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ବୁଲି ଯିବାର ସୁବିଧା ଥିଲେ ହେଁ ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ରର ମତାନୁଯାୟୀ, ଏପ୍ରିଲ୍‌ରୁ ଅକ୍ଟୋବର ହେଉଛି ନାକୋକୁ ବୁଲିଯିବା ପାଇଁ ସବୁଠୁ ଉପଯୁକ୍ତ ସମୟ। କାରଣ ଏହି ସମୟରେ ଏଠାକାର ପାଣିପାଗ ବୁଲାବୁଲି କରିବାକୁ ବେଶ୍‌ ଅନୁକୂଳ ରହିଥାଏ। ତା’ପରେ ଆସିଯାଏ ଶୀତଋତୁ। ଶୀତରେ ଏଠାରେ ପ୍ରବଳ ତୁଷାରପାତ ହେଉଥିବାର ସୂଚନା ରହିଛି। ଏଠାକୁ ଯିବାପାଇଁ ଗମନାଗମନର ମଧ୍ୟ ଭଲ ସୁବିଧା ରହିଛି। ଶିମ୍‌ଲା ହେଉଛି ଏଠାକାର ନିକଟତମ ରେଳଷ୍ଟେଶନ, ଯାହା ପ୍ରାୟ ୨୫୦ କି.ମି ଦୂରରେ ଅବସ୍ଥିତ। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ କିନ୍ନାଉର୍‌କୁ ଟୁରିଷ୍ଟ ବସ୍‌ ବି ଯା’ଆସ କରିଥାଏ। କିନ୍ନାଉର୍‌ରୁ ମାତ୍ର ଦେଢ ଘଣ୍ଟାର ରାସ୍ତା ହେଉଛି ନାକୋ; ଯେଉଁଠାକୁ କିଛି ବାଟ ଗାଡ଼ିରେ ଯାଇହେବ ଆଉ ତା’ପରେ ଟ୍ରେକିଂ କରି ଯିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri