ରସୁଲଗଡ଼ ଓଭରବ୍ରିଜ୍‌ରେ ଦୁର୍ଘଟଣା: ପିସିଆର ଭ୍ୟାନକୁ ପଛରୁ ପିଟିଲା ଟ୍ରକ, ୨ ପୋଲିସ କର୍ମଚାରୀ ଆହତ

ଭୁବନେଶ୍ୱର,୧୬ା୬(ବ୍ୟୁରୋ): ରସୁଲଗଡ଼ ଓଭରବ୍ରିଜ ଉପରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ପିସିଆର ଭ୍ୟାନକୁ ପଛ ପଟୁ ଏକ ମାଲ୍‌ବୋଝେଇ ଟ୍ରକ୍‌ ଧକ୍କା ଦେବାରୁ ଦୁର୍ଘଟଣାରେ ୨ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଆଉ ୫ ଜଣ ।

ତେବେ ପିସିଆର୍‌ ଭ୍ୟାନ୍‌କୁ ଧକ୍କା ଦେଇ ଟ୍ରକ୍‌ଟି ଫେରାର ହୋଇଯାଇଥିଲା। ଅନ୍ୟ ଏକ ପିସିଆର ଟିମ୍‌ ଏହି ଟ୍ରକ୍‌ର ପିଛା କରିଥିଲା। ପାହାଳ ନିକଟରୁ ଟ୍ରକ୍‌ଟିକୁ ଜବତ କରାଯାଇଛି। ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲଫର ଫେରାର ହୋଇଯାଇଛନ୍ତି। ପିସିଆର ଭ୍ୟାନ୍‌ଟି କ୍ଷତିଗ୍ରସ୍ତ ହୋଇଛି।