ପତିତପାବନଙ୍କ ହେବ ନାହିଁ ନାଗାର୍ଜୁନ ବେଶ

ପୁରୀ ଅଫିସ୍‌,୨୩।୧୧: ଆସନ୍ତା ୨୭ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ଦୀର୍ଘ ୨୫ ବର୍ଷ ପରେ ପଡିିଛି ଏହି ଦୁର୍ଲଭ ବେଶ। ଦାରୁଦିଅଁଙ୍କ ଏହି ବିରଳ ବେଶକୁ ଭକ୍ତମାନେ ଦେଖପାରିବେ ନାହିଁ। କରୋନା ମହାମାରୀ ପାଇଁ ଏଭଳି ନିଷ୍ପତ୍ତି ହୋଇଛି। ତେବେ ପତିତପାବନଙ୍କୁ ନାଗାର୍ଜୁନ ବେଶ କରାଗଲେ ଦର୍ଶନ ସୌଭାଗ୍ୟ ମିଳିବ ବୋଲି ଆଶା ରଖିଥିବା ଶ୍ରଦ୍ଧାଳୁଙ୍କୁ କିନ୍ତୁ ନିରାଶ ହେବାକୁ ପଡିଛି। ମଙ୍ଗଳବାର ଅନୁଷ୍ଠିତ ନାଗାର୍ଜୁନ ବେଶ ସମ୍ପର୍କିତ ବୈଠକ ଶେଷରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପତିତାବନଙ୍କୁ ନାଗାର୍ଜୁନ ହେବ ନାର୍ହି ବୋଲି ସ୍ପଷ୍ଟ କରିଛନ୍ତି। ଶ୍ରୀମନ୍ଦିର ସତ୍ତ୍ୱଲିପି ଏବଂ ପରମ୍ପରାରେ ଏ ନେଇ କିଛି ବିଧି ବ୍ୟବସ୍ଥା ନାହିଁ। ୧୯୯୩ ଏବଂ ୧୯୯୪ ମସିହାରେ ଯେଉଁ ନାଗାର୍ଜୁନ ବେଶ ହୋଇଥିଲା ସେତେବେଳେ ବି ପତିତପାବନଙ୍କର ବେଶ କରାଯାଇ ନ ଥିଲା। ତେଣୁ ପୂର୍ବ ପରମ୍ପରାକୁ ରକ୍ଷା କରାଯିବ। ପତିତପାବନଙ୍କର ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ ନାହିଁ ବୋଳି ମୁଖ୍ୟ ପ୍ରଶାସକ କହିଛନ୍ତି।