ଖଟିଆରେ ବୁହାହେଲେ ରୋଗୀ

ବସ୍ତା, ୧୬।୧(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ ପଞ୍ଚାୟତ ଗମ୍ଭାରିଆ ଗ୍ରାମରେ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ରୋଗୀଙ୍କ ଘର ପାଖକୁ ପହଞ୍ଚତ୍ ପାରିଲାନି। ଫଳରେ ଖଟିଆରେ ବୁହା ହୋଇ ରୋଗୀ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଯାଇଥିଲେ। ସେଠାରୁ ତାଙ୍କୁ ବସ୍ତା ହସ୍‌ପିଟାଲକୁ ନିଆଯାଇଥିଲା। ୨ ଘଣ୍ଟା ବିଳମ୍ବରେ ଚିକିତ୍ସା ଆରମ୍ଭ ହୋଇଥିଲ।
ଅନୁସାରେ ଗ୍ରାମର ଧୀରେନ ମହାନ୍ତିଙ୍କର ଝିଅ କୁନି ମକର ପାଇଁ ବାପଘରକୁ ଆସିଥିଲେ। ରବିବାର ହଠାତ୍‌ ତାଙ୍କ ଦେହ ଖରାପ ହେବାରୁ ପରିବାର ଲୋକେ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ୧୦୮ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଆମ୍ବୁଲାନ୍ସ ଆସିଥିଲା, ମାତ୍ର ଭଲ ରାସ୍ତାନ ଥିବାରୁ ଆମ୍ବୁଲାନ୍ସ ଅଧକିଲୋମିଟର ଦୂରରେ ଅଟକି ରହିଥିଲା। ଶେଷରେ ପରିବାର ଲୋକେ ଗାଁ ଲୋକ ସହାୟତାରେ ଖଟିଆରେ କୁନିକୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ। ସେଠାରୁ ବସ୍ତା ହସ୍ପିଟାଲକୁ ନିଆଯାଇଥିଲା। ଏହି ଗାଁକୁ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ବାରମ୍ବାର ଅଭିଯୋଗ ପରେ ମଧ୍ୟ ରାସ୍ତାଟିଏ ନିର୍ମାଣ ହେଉନାହିଁ। ଫଳରେ ଲୋକମାନେ ଯାଆସ ଲାଗି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମରେ ଏହି ଘଟଣା ପ୍ରଥମ ନୁହେଁ ପୂର୍ବରୁ ବର୍ଷାଦିନେ ମଧ୍ୟ ଏଭଳି ଘଟଣା ଘଟିଥିଲା। ରୋଗୀକୁ ଆଣ୍ଠୁଏ ପାଣିରେ ଖଟିଆରେ ରୋଗୀକୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହି ନିଆଯାଇଥିଲା।