ଆସନ୍ନ ବିପଦକୁ ନେଇ ବଢ଼ିଲା ଯାତ୍ରୀଙ୍କ ଚିନ୍ତା

ଖଇରା,୬।୩(ଡି.ଏନ.ଏ.):ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ମହତୀପୁର- ଗୋଳିହା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର କଣ୍ଟାବଣିଆଠାରୁ ପତିରାଜପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ନିକଟରେ ଶେଷ ହୋଇଛି। ହେଲେ ପତିରାଜପୁର ଦୋଳ ମେଳନକୁ ଦୃଷ୍ଟିରେ ନ ରଖି ବେପରୁଆ ଭାବେ ଅଣଓସାରିଆ ରାସ୍ତା ନିର୍ମାଣ ଯୋଗୁ ଯାତ୍ରୀମାନେ ଦୁର୍ଘଟଣାର ସମ୍ମୁଖିନ ହେବା ନେଇ ଯଥେଷ୍ଟ ସମ୍ଭାବନା ଦେଖା ଦେଇଛି। ଆସନ୍ନ ବିପଦକୁ ନେଇ ଯାତ୍ରୀମାନଙ୍କ ଚିନ୍ତା ବଢ଼ିବାରେ ଲାଗିଛି।
ରାସ୍ତାଟି ପ୍ରସିଦ୍ଧ ପତିରାଜପୁର ଦୋଳମେଳନ ପଡ଼ିଆକୁ ସଂଯୋଗ କରୁଛି। ପ୍ରତ୍ୟେକ ବର୍ଷ ଫାଲଗୁନ ପୂର୍ଣ୍ଣମୀଠାରୁ ୧ମାସ ଧରି ଏହି ରାସ୍ତାରେ ଶତାଧିକ ଗାଡ଼ିମୋଟର ବିଶେଷ ଭାବେ ଯାତାୟତ କରୁଥିବା ବେଳେ ବର୍ଷ ତମାମ୍‌ ଯାତ୍ରୀବହୁଳ ରାସ୍ତା ହୋଇଥିବାରୁ ଏହାକୁ ଓସାରିଆ କରିବାକୁ ଦାବି କରାଯାଇଥିଲା। ଏହି କଂକ୍ରିଟ ରାସ୍ତାଟିର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବାରୁ ନିକଟରେ ୨୨ଲକ୍ଷ ଟଙ୍କା ବ୍ୟୟରେ ପୁନଃନିର୍ମାଣ କରାଯାଇଛି। ତେବେ ଯାତାୟତ ଉପଯୋଗୀ ହେବା ବଦଳରେ ରାସ୍ତା ବିପଦ ସଙ୍କୁଳ ହୋଇ ପଡ଼ିଛି। ୨ପାର୍ଶ୍ୱରେ ମାଟି ଫିଲିଂ କରାଯାଇ ନ ଥିବାରୁ କଂକ୍ରିଟ୍‌ ଧାରରେ ପଡ଼ି ଯାତ୍ରୀ ମୃତାହତ ହେବା ନେଇ ରାସ୍ତା ଦେଇ ଯାତାୟାତ କରୁଥିବା ସିଂହିପୁର, ମୁସ୍ତଫାବାଦ, ଦାମୋଦରପୁର, ସାରଡ଼ାଙ୍ଗ, ଆମ୍ବଗଡ଼ିଆ, ଭୋଗୁପୁର, ଅଲିପୁର ଇତ୍ୟାଦି ଗ୍ରାମର ଅଧିବାସୀ ତଥା ଦୂରଦୁରାନ୍ତର ଯାତ୍ରୀମାନେ ଅଭିଯୋଗ କରିଛନ୍ତି। ତରବିରିଆ ଭାବେ ରାସ୍ତାକୁ ଅଣ ଓସାରିଆ କରି ୨୨ଲକ୍ଷ ଚଳୁ କରିବାକୁ ଏହା ଏକ ମସୁଧା ବୋଲି ଯାତ୍ରୀମାନେ ଅଭିଯୋଗ କରିଛନ୍ତି। କୌଣସୀ ଅପ୍ରିତିକର ପରିସ୍ଥିତି ପାଇଁ ଉଭୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ସମ୍ପୃକ୍ତ ଠିକାଦାର ଦାୟୀ ରହିବେ ବୋଲି ଯାତ୍ରୀମାନେ କହିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ନିବର୍ର୍ାହୀ ଯନ୍ତ୍ରୀ ପ୍ରୀତିକାନ୍ତ ସାମଲଙ୍କୁ ପଚାରିବାରୁ ରାସ୍ତା ଅବସ୍ଥା ସମ୍ପର୍କରେ ଖବରନେବା ପରେ ଯାହା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri