ଚାଲି ପାରିଲାନି ଯାତ୍ରୀବାହୀ ଟ୍ରେନ୍‌

ଚଣ୍ଡିଖୋଲ,(ଡି.ଏନ୍‌.ଏ.)/ ଭୁବନେଶ୍ୱର, (ବ୍ୟୁରୋ) ୩ା୧: ହରିଦାସପୁର-ପାରାଦୀପ ରେଳପଥ ନିର୍ମାଣ କାର୍ଯ୍ୟ ୨୦୨୦ ମାର୍ଚ୍ଚରୁ ଶେଷ କରାଯାଇ ପୂର୍ବତଟ ରେଳପଥକୁ ହସ୍ତାନ୍ତର କରାଯାଇଛି। ଏହାପରେ ବିଭାଗ ପକ୍ଷରୁ ଟ୍ରାକ୍‌ ଯାଞ୍ଚ କରାଯାଇ ୨୦୨୦ ଜୁଲାଇ ୩୦ରୁ ଏହି ରେଳପଥରେ ରେଳଯାତ୍ରା ଆରମ୍ଭ ହୋଇଛି। ତେବେ ସେହିଦିନଠାରୁ ଆଜିଯାଏ ମାଲବାହୀ ଟ୍ରେନ୍‌ ଚାଲିଥିଲେ ମଧ୍ୟ ଯାତ୍ରୀବାହୀ ଟ୍ରେନ୍‌ ଚାଲି ପାରିଲା ନାହିଁ। ସେତେବେଳେ ରେଲଓ୍ବେ ପକ୍ଷରୁ ଦର୍ଶାଯାଇଥିଲାଯେ, କୋଭିଡ୍‌ କଟକଣା ଯୋଗୁ ଯାତ୍ରୀ ବାହୀ ଟ୍ରେନ ଚାଲିପାରିବ ନାହିଁ । କୋଭିଡ୍‌ କଟକଣା ପରେ ୨୦୨୦ ଡିସେମ୍ବରରେ ଯାତ୍ରୀବାହୀ ଟ୍ରେନ୍‌ ଚାଲିବ। ଯାତ୍ରୀବାହୀ ଟ୍ରେନ୍‌ ଚାଲିବା ନେଇ ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲା ଲୋକେ ଆନ୍ଦୋଳନକୁ ଓହ୍ଲାଇଥିଲେ। ତେବେ ୬ ମାସ ପରେ ରେଳ ଚାଲିବା ପ୍ରତିଶ୍ରୁତି ମିଳିବା ପରେ ମାଲବାହୀ ଟ୍ରେନ୍‌ ଯାତାୟାତ କରିଥିଲା। ଏହା ମଧ୍ୟରେ ଦେଢ଼ ବର୍ଷ ବିତିଗଲାଣି। ତଥାପି ଯାତ୍ରୀବାହୀ ଟ୍ରେନ୍‌ ଚାଲିପାରିଲା ନାହିଁ ।
ସୂଚନାଥାଉକି, ଦୀର୍ଘ ୮୨ କିମି ଲମ୍ବ ବିଶିଷ୍ଟ ଏହି ରେଳପଥ ୩ଟି ଜିଲା ଦେଇ ଅତିକ୍ରମ କରିଛି। ପାରାଦୀପ ବନ୍ଦରକୁ ମାଲ ପରିବହନ ଓ ବିଶ୍ୱପ୍ରସିଦ୍ଧ ବୌଦ୍ଧକ୍ଷେତ୍ର ଲଳିତଗିରି-ଉଦୟଗିରି-ରତ୍ନଗିରିକୁ ଦେଶ ବିଦେଶର ପର୍ଯ୍ୟଟକ ଆସିବା ପାଇଁ ଏହି ରେଳ ପଥ ନିର୍ମାଣ କରାଯାଇଥିବା ସେତେବେଳେ ସୂଚନା ଦିଆଯାଇଥିଲା। ୧୯୯୭ରେ ଏହି ରେଳ ପ୍ରକଳ୍ପ ନିର୍ମାଣ ପାଇଁ କେନ୍ଦ୍ର କ୍ୟାବିନେଟର ମଞ୍ଜୁର ମିଳିଥିଲା। ସେ ସମୟରେ ହୀରକ ତ୍ରିଭୁଜକୁ ବୌଦ୍ଧଧର୍ମାବଲମ୍ବୀ ଓ ପର୍ଯ୍ୟଟକ ଆସିବାକୁ ଏହି ରେଳପ୍ରକଳ୍ପର ଆବଶ୍ୟକତା ଥିଲା ବୋଲି କୁହାଯାଇଥିଲା। ସେଥିପାଇଁ ଲଳିତଗିରି, ରତ୍ନଗିରି ଓ ଉଦୟଗିରି ପାଇଁ ୨ଟି ଷ୍ଟେଶନ ନିର୍ମାଣ କରାଯାଇଛି। ଏହାସହ କେନ୍ଦ୍ରାପଡ଼ା ଜିଲାରେ ପୂର୍ବରୁ ଆଦୌ ରେଳପଥ ନ ଥିବାବେଳେ ପ୍ରଥମକରି ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ କେନ୍ଦ୍ରାପଡ଼ା ଜିଲାକୁ ସଂଯୋଗ କରିବ ବୋଲି ରିପୋର୍ଟରେ ଦର୍ଶାଯାଇଥିଲା। ୨୦୨୧ ରେଳ ବଜେଟରେ ଏହି ରେଳ ପ୍ରକଳ୍ପର ଭିତ୍ତିଭୂମି ବିକାଶ ପାଇଁ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ତଥାପି ଆଜିଯାଏ ଯାତ୍ରୀବାହୀ ଟ୍ରେନ ଚଳାଚଳ କରି ପାରିଲା ନାହିଁ। ଫଳରେ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଯଦି ଆସନ୍ତା ତିନି ମାସ ମଧ୍ୟରେ ଯାତ୍ରୀ ବାହୀ ଟ୍ରେନ୍‌ ଚଳାଚଳ ଆରମ୍ଭ କରା ନ ଯାଏ ତେବେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଆଞ୍ଚଳିକ ନାଗରିକ ମଞ୍ଚ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ପାରାଦୀପ-ହରିଦାସପୁର ପାସେଞ୍ଜର ଟ୍ରେନ ଚଳାଚଳ ପାଇଁ ସମାଜବାଦୀ ପାର୍ଟି ପକ୍ଷରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିକଟରେ ଟୁଇଟ ଯୋଗେ ଦାବି କରାଯାଇଛି। ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଏନେଇ ସୂଚନା ଦେଇଛନ୍ତି। ବେହେରା କହିଛନ୍ତି, ଆସନ୍ତା ୭ତାରିଖରେ ରେଳମନ୍ତ୍ରୀ ନୀଳଗିରି-ବାଲେଶ୍ୱର ରେଳଲାଇନ ଉଦ୍‌ଘାଟନ ପାଇଁ ଓଡ଼ିଶା ଆସୁଛନ୍ତି। ଏହି ଦିନ ସେ ପାରାଦୀପଠାରୁ ହରିଦାସପୁର ପର୍ଯ୍ୟନ୍ତ ନୂତନ ପାସେଞ୍ଜର ଟ୍ରେନ୍‌ ଚଳାଚଳ ନେଇ ଘୋଷଣା କରିବାକୁ ପାର୍ଟି ପକ୍ଷରୁ ଦାବି କରାଯାଇଛି। ଏ ସମ୍ପର୍କରେ ପୂର୍ବତଟ ରେଳପଥର ଲୋକସମ୍ପର୍କ ଅଧିକାରୀ ନିରାକାର ଦାସ କହିଛନ୍ତି, ଏହି ରେଳପଥରେ କେତେକ ଷ୍ଟେଶନର ଭିତ୍ତିଭୂମି ବିକାଶ କରାଯାଉଛି। ସେହି କାମ ସରିଲା ପରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ଆରମ୍ଭ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ...

ଡବଲ ଇଞ୍ଜିନ ସରକାର କରିବାକୁ ଧର୍ମେନ୍ଦ୍ରଙ୍କ ଆହ୍ବାନ

ଝାରସୁଗୁଡ଼ା,୨୪ା୪ (ସଞ୍ଜୟ ମାଲି):ଝାରସୁଗୁଡା ଜିଲା ଲଇକେରା ବ୍ଲକରେ ମଙ୍ଗଳବାର ଭାଜପା ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ଲଇକେରା ବିଜେଡି ମହିଳା ନେତ୍ରୀ...

ଏପର୍ଯ୍ୟନ୍ତ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ:ଜାଣନ୍ତୁ କାହାର କେତେ ଆସନ ବାକି ଅଛି

ଭୁବନେଶ୍ୱର,୨୪।୪(ସୁନିତ୍‌ ମିଶ୍ର):ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ ରହିଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ...

ପ୍ରଦୀପ୍ତଙ୍କୁ ରୋକିବାକୁ ବିଜେଡିର ମହିଳା କାର୍ଡ

ଭବାନୀପାଟଣା,୨୪।୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ଆସନ ପାଇଁ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।...

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା...

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri