ଯାତ୍ରୀ ବିଶ୍ରାମାଗାର ଜରାଜୀର୍ଣ୍ଣ

ବଅଁରପାଳ,୧୭ା୬(ଉପେନ୍ଦ୍ର ରାଉତ) ଅନୁଗୋଳ ଜିଲା ବଅଁରପାଳ ବ୍ଲକ ବଳରାମପ୍ରସାଦଠାରେ ଥିବା ଯାତ୍ରୀ ବିଶ୍ରାମାଗାର ଦୀର୍ଘଦିନ ହେବ ଜରାଜୀର୍ଣ୍ଣ ହୋଇ ରହିଛି। ଫଳରେ ପଥଚାରୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
ବଳରାମପ୍ରସାଦ ବସ୍‌ଷ୍ଟାଣ୍ଡ ଦେଇ ଅନୁଗୋଳ, ତାଳଚେର, ଢେଙ୍କାନାଳ, କଟକ, ଭୁବନେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ସମେତ ବିଭିନ୍ନ ସ୍ଥାନକୁ ବସ୍‌ ଯାତାୟାତ କରିଥାଏ। ମାତ୍ର ବିଶ୍ରାମାଗାର ଭାଙ୍ଗି ଯାଇଥିବାରୁ ଯାତ୍ରୀମାନେ ଗଛମୂଳେ ଏବଂ ନିକଟସ୍ଥ ଦୋକାନରେ ରହି ବସକୁ ଅପେକ୍ଷା କରୁଛନ୍ତି। ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ସେମାନଙ୍କୁ ଡହଡହ ଖରାରେ ଅପେକ୍ଷା କରିବାକୁ ପଡୁଛି। ପରିସ୍ରାଗାର ଏବଂ ପାନୀୟ ଜଳର ସୁବିଧା ନ ଥିବାରୁ ସେମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବସ୍‌ଷ୍ଟାଣ୍ଡ ଉପରେ ବଳରାମପ୍ରସାଦ, ପିଙ୍ଗୁଆପାଣି, କେନ୍ଦୁପଲି, ଟେଣ୍ଟଲୋଇ ସମେତ ଆଖପାଖ ଅଞ୍ଚଳର ଲୋକେ ନିର୍ଭର କରିଥାନ୍ତି। ନାଲକୋ ପଉଁଶ ପୋଖରୀ ନିକଟରେ ଏହି ବସ୍‌ଷ୍ଟାଣ୍ଡ ରହିଥିଲେ ମଧ୍ୟ ଏହାର ଉନ୍ନତି ପ୍ରତି ନାଲ୍‌କୋ ପକ୍ଷରୁ କୌଣସି ଦୃଷ୍ଟି ଦିଆଯାଉ ନାହିଁ। ଏ ସମ୍ପର୍କରେ ବଳରାମପ୍ରସାଦ ଯୁବନେତା ଅନିଲ ବେହେରା, ସତ୍ୟବାନ ଦାସ ପ୍ରମୁଖ କହିଛନ୍ତି, ଦୀର୍ଘଦିନ ହେଲା ଯାତ୍ରୀ ବିଶ୍ରାମାଗାର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ତେଣୁ ଯାତ୍ରାମାନେ ଖରାରେ ବସି ବସ୍‌କୁ ଅପେକ୍ଷା କରୁଛନ୍ତି। ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ: ଦାବି ପୂରଣ ନ ହେଲେ…

ଛତ୍ରପୁର,୭ା୨ (ଦିଲ୍ଲୀପ ସାମଲ )- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ: ସମର୍ଥନ ଜଣାଇ ପ୍ରସ୍ତୁତି ବୈଠକରେ…

ଦିଗପହଣ୍ଡି, ୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶନିବାର ସାରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ବିଭିନ୍ନ ଜନ ସମସ୍ୟାର ସମାଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri