ରାଣୀପଥର ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍‌

ଫୁଲବାଣୀ,୬।୩(ରାକେଶ କୁମାର ରାଉତ): କନ୍ଧମାଳ-ବୌଦ୍ଧ ସୀମା ରାଣୀପଥର ଘାଟିରେ ବୁଧବାର ଭୋରରୁ ଏକ ଯାତ୍ରୀବାହୀ ବସ୍‌ ଓଲଟି ୨୦ ଯାତ୍ରୀ ଆହତ ହୋଇଛନ୍ତି। ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଛି । ଆହତ ମାନଙ୍କୁ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ଫୁଲବାଣୀରୁ ଅନୁଗୋଳ ଯାଉଥିବା ଓ ଏସଆରଟିସି ବସ ଭୋର ସମୟରେ ବୌଦ୍ଧ-କନ୍ଧମାଳ ସୀମାନ୍ତ ରାଣୀପଥର ଘାଟି ଉପରେ ଭାରସାମ୍ୟ ହରାଇ ଡିଭାଇଡର ଭାଙ୍ଗି ଓଲଟି ପଡିଥିଲା । ଫଳରେ ଗାଡ଼ିରେ ଥିବା ପ୍ରାୟ ୫୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଆହତ ହୋଇଥିଲେ । ଗାଡିରେ ବୈଷୟିକ ତ୍ରୁଟି କାରଣରୁ ଦୁର୍ଘଟଣା ଘଟିଥିବା କୁହାଯାଇଛି। ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।ଙ୍‌