ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇଯିବ ପାର୍କ

ପଟ୍ଟାମୁଣ୍ଡାଇ,୧୨ା୧୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ଦକ୍ଷିଣଦିଆ-ତାତନା ରାସ୍ତାର ମହାବୀଣାଠାରେ ଗତ ସ୍ବାୟତ୍ତ ଶାସନ ଦିବସରେ ଉଦ୍‌ଘାଟନ ହୋଇଥିଲା ସ୍ମାର୍ଟ ପାର୍କ। ଏହା ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଛି। ପାର୍କରେ ଲାଗିଥିବା ଗଛ ସବୁ ଶୁଖିଗଲାଣି, ଲାଗିଥିବା ଲାଇଟ୍‌ ଆଉ ଜଳୁ ନାହିଁ, ଲଗାଯାଇଥିବା ସିସିକ୍ୟାମେରାକୁ ଖୋଲି ନେଇ ଯାଇଛନ୍ତି। ଏବେ ଉପର ଚିକ୍କଣ ଭିତରେ ସବୁ ଭଙ୍ଗା ଦଦରା ଅବସ୍ଥାରେ ରହିଥିବା ଅଭିଯୋଗ ହେଉଛି। ପାଣି ଟ୍ୟାପ୍‌ ଭାଙ୍ଗିରୁଜି ଯାଇଥିବା ବେଳେ ରକ୍ଷଣାବେକ୍ଷଣ କର୍ମୀ ନ ଥିବାରୁ ଭିତରେ ବୁଲା ଗୋରୁ ବୁଲିବା ଦେଖିବାକୁ ମିଳୁଛି। ସରକାରୀ ଅର୍ଥ ବ୍ୟୟ କରାଯାଇ ଲୋକଙ୍କ ମନୋରଞ୍ଜନ ପାଇଁ ନିର୍ମାଣ ହୋଇଥିବା ପାର୍କକୁ ଆସିବାକୁ ଲୋକେ ହଇରାଣ ହେଉଥିବା ଅଭିଯୋଗ ହେଉଛି। ମାସ ମାସ ଧରି ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଥିଲେ ହେଁ ପୌର କର୍ତ୍ତୃପକ୍ଷ ଏହାର ରକ୍ଷଣାବେକ୍ଷଣ ନେଇ କୌଣସି ପଦକ୍ଷେପ ନେଉ ନ ଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସାମାଜିକ କର୍ମୀ ସୁଦର୍ଶନ ପାଢ଼ୀ, ପ୍ରଫୁଲ୍ଲ ଦାଶ, ପୀତାମ୍ବର ପରିଡା, ତ୍ରିଲୋଚନ ଜେନା, ଆଇନଜୀବୀ ତପନ ନନ୍ଦୀ କହିଛନ୍ତି, ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ସ୍ମାର୍ଟ ପାର୍କ ନିର୍ମାଣ ପାଇଁ ବହୁଦିନ ଧରି ଦାବି ହୋଇଆସୁଥିଲା। ୨୦୧୮ରେ ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ଦକ୍ଷିଣଦିଆ-ତାତନା ରାସ୍ତାର ମହାବୀଣାଠାରେ ପ୍ରାୟ୧ କୋଟି ଟଙ୍କା ବ୍ୟୟ ଅଟକଳରେ ଉକ୍ତ ପାର୍କର ଶିଳାନ୍ୟାସ କରିଥିଲେ। ଶିଳାନ୍ୟାସର ୪ ବର୍ଷ ପରେ ଅର୍ଥାତ୍‌ ୨୦୨୨ ପୌର ପରିଷଦର ସ୍ବାୟତ୍ତ ଶାସନ ଦିବସରେ ରାଜ୍ୟ ସଭା ସଦସ୍ୟ ମାନସ ରଞ୍ଜନ ମଙ୍ଗରାଜ ଉକ୍ତ ସ୍ମାର୍ଟ ପାର୍କର ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନ ପରେ ସକାଳେ ଓ ସନ୍ଧ୍ୟାରେ ସେଠାରେ ଲୋକଙ୍କ ବେଶ୍‌ ଭିଡ଼ ଜମୁଥିଲା। ମାତ୍ର ବାହାରକୁ ପାର୍କଟି ସଫାସୁତରା ଲାଗୁଥିଲେ ହେଁ ଭିତରେ ଅନାବନା ଗଛ ମାଡ଼ି ଯାଇଥିବା ବେଳେ ଗୋରୁ ଚରା ବୁଲା କରୁଛନ୍ତି। ପାର୍କରେ ଲାଇଟ୍‌ ବ୍ୟବସ୍ଥା ନ ଥିବାରୁ ଅସାମାଜିକ ଯୁବକମାନେ ଆଡ୍ଡା ଜମାଉଛନ୍ତି। ଠିକାଦାର ପାର୍କଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ପୌର ପରିଷଦକୁ ହସ୍ତାନ୍ତର କରି ନ ଥିବାରୁ ସୁରକ୍ଷା କର୍ମୀଙ୍କୁ ନିଯୁକ୍ତି କରାଯାଇନାହିଁ ବୋଲି ପୌର ପରିଷଦ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଠିକାଦାର ପାର୍କ ଭିତରୁ ଲାଗିଥିବା କ୍ୟାମେରା ଖୋଲି ନେଇ ଯାଉଥିବା ଦେଖିବାକୁ ମିଳିଛି। ପାର୍କ ଭିତରେ ଲାଗିଥିବା ଗଛସବୁ ଶୁଖି ଯାଉଥିବା ବେଳେ ଅନାବନା ଗଛ ଲତା ମାଡିଯାଉଛି। ଫଳରେ ଘଞ୍ଚ ଜଙ୍ଗଲ ପାଇଁ ଲୋକମାନେ ଏହା ଭିତରକୁ ଯିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ପାର୍କରେ ଲଗା ଯାଇଥିବା ରଙ୍ଗ ବେରଙ୍ଗ ଲାଇଟ୍‌ ମଧ୍ୟ ନାହିଁ। ଷ୍ଟ୍ରିଟ୍‌ ଲାଇଟ୍‌ ଠିକ୍‌ ଭାବେ କାମ କରୁନାହିଁ। ଫଳରେ ରାତ୍ରି ଭ୍ରମଣ ପାଇଁ ପାର୍କକୁ ସ୍ଥାନୀୟ ଲୋକେ ସୁରକ୍ଷିତ ମଣୁନାହାନ୍ତି। ପାର୍କରେ ବସିବାକୁ ଥିବା ରାଉଣ୍ଡ ଶେଡ୍‌ର ଟିଣ ଫୁଟି କଣା ହୋଇଗଲାଣି। ଏ ସବୁ ସମସ୍ୟା ପାର୍କ ଯାଉଥିବା ଲୋକଙ୍କୁ ଅସୁବିଧାରେ ପକାଉଛି। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ସମ୍ପଦ ସ୍ବାଇଁଙ୍କୁ ପଚାରିବାରେ ପାର୍କ ଭିତରୁ ଲାଇଟକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେବା ସହ ଚୋରି କରି ନେଇଯାଉଛନ୍ତି। ସେଥିପାଇଁ କ୍ୟାମେରା ଖୋଲି ଦିଆଗଲା। ଆଗାମୀଦିନରେ ସବୁ ଠିକ୍‌ ହୋଇଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୩,୩୮୭ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି: ଖୁବ୍‌ଶୀଘ୍ର ପ୍ରଧାନଶିକ୍ଷକ ଭାବେ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର,୧୧ା୨ (ସୁଚିସ୍ମିତା ସାହୁ):ରାଜ୍ୟ ସରକାରଙ୍କ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୩,୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ବରିଷ୍ଠ (ଏସ୍‌ଇଏସ୍‌) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସୋମବାର ପ୍ରକାଶିତ ଏହି…

ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି ଭାଲୁ: ବେଲସୁନ୍ଦରୀରେ ଆତଙ୍କ

ଆନନ୍ଦପୁର,୧୧।୨(ସୁଶାନ୍ତ କୁମାର ସାହୁ): ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି  ଭାଲୁ ପଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ…

ଚଳନ୍ତା କଣ୍ଟେନରକୁ ପଛପଟୁ ଧକ୍କା ଦେଲା କାର: ଆଉ ତା’ପରେ…

ବାହାନଗା, ୧୧।୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗରଠାରେ ଏକ ଚଳନ୍ତା କଣ୍ଟେନର ପଛକୁ ଏକ କାର ଧକ୍କା…

ଖେଳାଳିଙ୍କ ପ୍ରତି କଠୋର ହେଲା BCCI: ଏହି ସର୍ତ୍ତ ପୂରଣ କରିବାକୁ କଲା ମନା

ନୂଆଦିଲ୍ଲୀ,୧୧।୨: ICC ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ, BCCI ଟିମ ଇଣ୍ଡିଆର ଖେଳାଳିମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବୋର୍ଡ ସ୍ପଷ୍ଟ ଭାବରେ କହିଛି,…

ପାକିସ୍ତାନ ବିପକ୍ଷ ବଡ଼ ମ୍ୟାଚ ପୂର୍ବରୁ ଭାରତକୁ ଝଟ୍‌କା, ଟି-୨୦ ବିଶ୍ୱକପ ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହେଲେ…

ନୂଆଦିଲ୍ଲୀ,୧୧।୨: ଟି-୨୦ ବିଶ୍ୱକପ ମଧ୍ୟରେ ଟିମ ଇଣ୍ଡିଆର ସମସ୍ୟା ବଢ଼ିଛି। ଷ୍ଟାର ଓପନର ଅଭିଷେକ ଶର୍ମା ଅସୁସ୍ଥ ଅଛନ୍ତି। ଟିମ ମ୍ୟାନେଜମେଣ୍ଟ ଏହା ଘୋଷଣା କରିଛି। ଶର୍ମା…

ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର

ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…

୧୫ ଦିନ ତଳେ କିଣିଥିଲେ ବ୍ୟାଟେରୀ ସ୍କୁଟି, ରାତିରେ ହୁତୁହୁତୁ ହୋଇ ଜଳିଗଲା…

ରାୟଗଡ଼ା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ମହକୁମା ଠାରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ ପିତାମହଲ ଗ୍ରାମ ବାସିନ୍ଦା ତଥା ବରିଷ୍ଠ ଆଇନଜୀବୀ ବିଭୁ ପ୍ରଧାନଙ୍କ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri