ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇଯିବ ପାର୍କ

ପଟ୍ଟାମୁଣ୍ଡାଇ,୧୨ା୧୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ଦକ୍ଷିଣଦିଆ-ତାତନା ରାସ୍ତାର ମହାବୀଣାଠାରେ ଗତ ସ୍ବାୟତ୍ତ ଶାସନ ଦିବସରେ ଉଦ୍‌ଘାଟନ ହୋଇଥିଲା ସ୍ମାର୍ଟ ପାର୍କ। ଏହା ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଛି। ପାର୍କରେ ଲାଗିଥିବା ଗଛ ସବୁ ଶୁଖିଗଲାଣି, ଲାଗିଥିବା ଲାଇଟ୍‌ ଆଉ ଜଳୁ ନାହିଁ, ଲଗାଯାଇଥିବା ସିସିକ୍ୟାମେରାକୁ ଖୋଲି ନେଇ ଯାଇଛନ୍ତି। ଏବେ ଉପର ଚିକ୍କଣ ଭିତରେ ସବୁ ଭଙ୍ଗା ଦଦରା ଅବସ୍ଥାରେ ରହିଥିବା ଅଭିଯୋଗ ହେଉଛି। ପାଣି ଟ୍ୟାପ୍‌ ଭାଙ୍ଗିରୁଜି ଯାଇଥିବା ବେଳେ ରକ୍ଷଣାବେକ୍ଷଣ କର୍ମୀ ନ ଥିବାରୁ ଭିତରେ ବୁଲା ଗୋରୁ ବୁଲିବା ଦେଖିବାକୁ ମିଳୁଛି। ସରକାରୀ ଅର୍ଥ ବ୍ୟୟ କରାଯାଇ ଲୋକଙ୍କ ମନୋରଞ୍ଜନ ପାଇଁ ନିର୍ମାଣ ହୋଇଥିବା ପାର୍କକୁ ଆସିବାକୁ ଲୋକେ ହଇରାଣ ହେଉଥିବା ଅଭିଯୋଗ ହେଉଛି। ମାସ ମାସ ଧରି ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଥିଲେ ହେଁ ପୌର କର୍ତ୍ତୃପକ୍ଷ ଏହାର ରକ୍ଷଣାବେକ୍ଷଣ ନେଇ କୌଣସି ପଦକ୍ଷେପ ନେଉ ନ ଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସାମାଜିକ କର୍ମୀ ସୁଦର୍ଶନ ପାଢ଼ୀ, ପ୍ରଫୁଲ୍ଲ ଦାଶ, ପୀତାମ୍ବର ପରିଡା, ତ୍ରିଲୋଚନ ଜେନା, ଆଇନଜୀବୀ ତପନ ନନ୍ଦୀ କହିଛନ୍ତି, ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ସ୍ମାର୍ଟ ପାର୍କ ନିର୍ମାଣ ପାଇଁ ବହୁଦିନ ଧରି ଦାବି ହୋଇଆସୁଥିଲା। ୨୦୧୮ରେ ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ଦକ୍ଷିଣଦିଆ-ତାତନା ରାସ୍ତାର ମହାବୀଣାଠାରେ ପ୍ରାୟ୧ କୋଟି ଟଙ୍କା ବ୍ୟୟ ଅଟକଳରେ ଉକ୍ତ ପାର୍କର ଶିଳାନ୍ୟାସ କରିଥିଲେ। ଶିଳାନ୍ୟାସର ୪ ବର୍ଷ ପରେ ଅର୍ଥାତ୍‌ ୨୦୨୨ ପୌର ପରିଷଦର ସ୍ବାୟତ୍ତ ଶାସନ ଦିବସରେ ରାଜ୍ୟ ସଭା ସଦସ୍ୟ ମାନସ ରଞ୍ଜନ ମଙ୍ଗରାଜ ଉକ୍ତ ସ୍ମାର୍ଟ ପାର୍କର ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନ ପରେ ସକାଳେ ଓ ସନ୍ଧ୍ୟାରେ ସେଠାରେ ଲୋକଙ୍କ ବେଶ୍‌ ଭିଡ଼ ଜମୁଥିଲା। ମାତ୍ର ବାହାରକୁ ପାର୍କଟି ସଫାସୁତରା ଲାଗୁଥିଲେ ହେଁ ଭିତରେ ଅନାବନା ଗଛ ମାଡ଼ି ଯାଇଥିବା ବେଳେ ଗୋରୁ ଚରା ବୁଲା କରୁଛନ୍ତି। ପାର୍କରେ ଲାଇଟ୍‌ ବ୍ୟବସ୍ଥା ନ ଥିବାରୁ ଅସାମାଜିକ ଯୁବକମାନେ ଆଡ୍ଡା ଜମାଉଛନ୍ତି। ଠିକାଦାର ପାର୍କଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ପୌର ପରିଷଦକୁ ହସ୍ତାନ୍ତର କରି ନ ଥିବାରୁ ସୁରକ୍ଷା କର୍ମୀଙ୍କୁ ନିଯୁକ୍ତି କରାଯାଇନାହିଁ ବୋଲି ପୌର ପରିଷଦ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଠିକାଦାର ପାର୍କ ଭିତରୁ ଲାଗିଥିବା କ୍ୟାମେରା ଖୋଲି ନେଇ ଯାଉଥିବା ଦେଖିବାକୁ ମିଳିଛି। ପାର୍କ ଭିତରେ ଲାଗିଥିବା ଗଛସବୁ ଶୁଖି ଯାଉଥିବା ବେଳେ ଅନାବନା ଗଛ ଲତା ମାଡିଯାଉଛି। ଫଳରେ ଘଞ୍ଚ ଜଙ୍ଗଲ ପାଇଁ ଲୋକମାନେ ଏହା ଭିତରକୁ ଯିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ପାର୍କରେ ଲଗା ଯାଇଥିବା ରଙ୍ଗ ବେରଙ୍ଗ ଲାଇଟ୍‌ ମଧ୍ୟ ନାହିଁ। ଷ୍ଟ୍ରିଟ୍‌ ଲାଇଟ୍‌ ଠିକ୍‌ ଭାବେ କାମ କରୁନାହିଁ। ଫଳରେ ରାତ୍ରି ଭ୍ରମଣ ପାଇଁ ପାର୍କକୁ ସ୍ଥାନୀୟ ଲୋକେ ସୁରକ୍ଷିତ ମଣୁନାହାନ୍ତି। ପାର୍କରେ ବସିବାକୁ ଥିବା ରାଉଣ୍ଡ ଶେଡ୍‌ର ଟିଣ ଫୁଟି କଣା ହୋଇଗଲାଣି। ଏ ସବୁ ସମସ୍ୟା ପାର୍କ ଯାଉଥିବା ଲୋକଙ୍କୁ ଅସୁବିଧାରେ ପକାଉଛି। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ସମ୍ପଦ ସ୍ବାଇଁଙ୍କୁ ପଚାରିବାରେ ପାର୍କ ଭିତରୁ ଲାଇଟକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେବା ସହ ଚୋରି କରି ନେଇଯାଉଛନ୍ତି। ସେଥିପାଇଁ କ୍ୟାମେରା ଖୋଲି ଦିଆଗଲା। ଆଗାମୀଦିନରେ ସବୁ ଠିକ୍‌ ହୋଇଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri