ଅବ୍ୟବସ୍ଥାରେ ମହାତ୍ମା ଗାନ୍ଧୀ ପ୍ରମୋଦ ଉଦ୍ୟାନ

ରାୟଗଡ଼ା ଅଫିସ,୧୪ା୧୨: ରାୟଗଡ଼ା ସହରରେ ଜେକେ କାଗଜକଳ ଏବଂ ପୌର ପରିଷଦ ପକ୍ଷରୁ ଅଞ୍ଚଳବାସୀ ଏବଂ ବିଶେଷକରି ଶିଶୁଙ୍କ ମନୋରଞ୍ଜନ ଉଦ୍ଦେଶ୍ୟରେ ୨୦୦୭ ରେ ମହାତ୍ମା ଗାନ୍ଧୀ ପ୍ରମୋଦ ଉଦ୍ୟାନ(ଗାନ୍ଧୀ ପାର୍କ) କରାଯାଇଥିଲା। ଏହା ସହରର ଏକ ପ୍ରମୁଖ ଉଦ୍ୟାନ ରୂପେ ପରିଚିତ। ହେଲେ ବର୍ଷେ ହେଲା ପାର୍କ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ରହିଛି। ଏଠାରେ ଛୋଟ ପିଲାଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତ ବର୍ଗର ଲୋକେ ଖୋଲା ପବନ ଖାଇବା ସହ କିଛି ସମୟ ବିତାଇ ଖୁସି ଅନୁଭବ କରିଥାନ୍ତି। ସେହିପରି ସକାଳ ଓ ସନ୍ଧ୍ୟା ଭ୍ରମଣ କରିବା ସହ ବ୍ୟୟାମ ମଧ୍ୟ କରିଥାନ୍ତି। ଏହି ପାର୍କରେ ପିଲାଙ୍କ ଖେଳିବା ପାଇଁ ଦୋଳି, ସ୍ଲୋପ, ସ୍ଲାଇଡ୍‌, ଖେଳନା ଟ୍ରେନ୍‌ ରହିଛି। ସେହିପରି ବ୍ୟାୟାମ ଯନ୍ତ୍ରପାତି, ସସ୍ତ ବର୍ଗର ଲୋକଙ୍କ ମନୋରଞ୍ଜନ ପାଇଁ ଓ୍ବାଟର ପୁଲ୍‌ ସହ ବିଭିନ୍ନ କିସମର ଫୁଲ ଗଛ ଲାଗିଛି। ହେଲେ ବର୍ଷେ ହେଲା ପାର୍କରେ ଥିବା ଉକ୍ତ କ୍ରୀଡ଼ା ସାମଗ୍ରୀ, ବ୍ୟାୟାମ ଯନ୍ତ୍ରପାତି, ଓ୍ବାଟର ପୁଲ୍‌ ଭାଙ୍ଗାରୁଜା ଏବଂ ଅଚଳାବସ୍ଥାରେ ରହିଛି। ପାର୍କକୁ ଯାଉଥିବା ଲୋକଙ୍କ ଠାରୁ ଫି ୫ ଟଙ୍କା ଆଦାୟ କରାଯାଉଛି। ଶିଶୁଙ୍କ ପାଇଁ ୩ ଟଙ୍କା ନିୟମ ରହିଥିଲେ ମଧ୍ୟ ୫ ଟଙ୍କା ଆଦାୟ ହେଉଛି। ହେଲେ ଦାୟିତ୍ୱରେ ଥିବା ପୌର ପରିଷଦ ପକ୍ଷରୁ ଏଗୁଡ଼ିକୁ ମରାମତି କିମ୍ବା ବଦଳ କରାଯାଉ ନ ଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।
ଯନ୍ତ୍ରପାତି ଓ କ୍ରୀଡ଼ା ଉପକରଣ ମରାମତି ଦୂର କଥା ଉଦ୍ୟାନରେ ରହିଥିବା ଶୌଚାଳୟ ଏବଂ ପାଇଖାନାର ସଫେଇ କରାଯାଉନାହିଁ। ସେହିପରି ଅନେକ ସମୟରେ ଶୌଚାଳୟରେ ପାଣି ରହୁ ନ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ଅପରିଷ୍କାର ଏବଂ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଏହା ବ୍ୟତୀତ ୱାଟର ପୁଲ୍‌ରେ ସୁନ୍ଦରତା ପାଇଁ କରାଯାଇଥିବା ଫାଉଣ୍ଟେନ ମଧ୍ୟ ଅଚଳ ରହିଛି। ପାର୍କ ପରିସରରେ ଅଳିଆ, ଆବର୍ଜନା ସଫା ହେଉ ନ ଥିବାରୁ ସଫା ନ ଥିବାରୁ ମଶାଙ୍କ ଉପଦ୍ରବ ମଧ୍ୟ ବଢ଼ୁଛି। ସହରର ଏକମାତ୍ର ଜିସିଡି ପଡ଼ିଆ ଠାରେ ଅସାମାଜିକ ବ୍ୟକ୍ତି ତଥା ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ମହିଳାମାନେ ସେଠାକୁ ପ୍ରାତଃ କିମ୍ବା ସନ୍ଧ୍ୟାଭ୍ରମଣରେ ଯିବା ପାଇଁ ସୁରକ୍ଷିତ ନ ମଣି ଗାନ୍ଧୀ ପାର୍କକୁ ଯାଉଛନ୍ତି।
ହେଲେ ପାର୍କରେ ଅବ୍ୟବସ୍ଥା ଯୋଗୁ ଲୋକେ ଖୋଲା ପରିବେଶରେ ବ୍ୟାୟାମ କରିପାରୁନାହାନ୍ତି। ତେଣୁ ପାର୍କ ପ୍ରତି ଧୀରେ ଧୀରେ ଲୋକେ ବିମୁଖ ହେଉଛନ୍ତି। ଶୀଘ୍ର ପାର୍କର ଯନ୍ତ୍ରପାତି ଏବଂ କ୍ରୀଡ଼ା ଉପକରଣ ମରାମତି କରିବା ସହ ପାର୍କ ପରିସରକୁ ସ୍ବଚ୍ଛ ଓ ସୁନ୍ଦର କରାଯାଉ ବୋଲି ପାର୍କକୁ ବ୍ୟାୟାମ ପାଇଁ ଆସୁଥିବା ରାୟଗଡ଼ା ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ପି. ଭି. ରାମଣା କହିଛନ୍ତି। ଯନ୍ତ୍ରପାତି ମରାମତି କରାଯାଇଥିବା ଆଶା ରଖି ସେ ପ୍ରତ୍ୟେକ ଦିନ ଏଠାକୁ ଆସୁଥିବା ପ୍ରକାଶ କରିଛନ୍ତି। ସେହିପରି ଏଠାକୁ ଆସୁଥିବା ସହରର ବୈଜୟନ୍ତି ମାଳା ମିଶ୍ର ଏବଂ ଅବୀନା କହିଛନ୍ତି, ଗାନ୍ଧୀ ପାର୍କ ଏକ ପ୍ରମୁଖ ପାର୍କ ହୋଇଥିଲେ ମଧ୍ୟ ଅବହେଳିତ ଅବସ୍ଥାରେ ରହିଛି। ଶୀଘ୍ର ଖେଳ ଉପକରଣ ଏବଂ ଅନ୍ୟ ସମସ୍ୟାର ସମାଧାନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ପାର୍କର ଉନ୍ନତିକରଣ ହେଲେ ଅଧିକ ଲୋକ ଆସିବେ ଏବଂ ରାଜସ୍ବ ବଢ଼ିବ ବୋଲି ମତପ୍ରକାଶ ପାଇଛି। ଅବ୍ୟବସ୍ଥା ବିଷୟରେ ଗାନ୍ଧୀ ପାର୍କର ସୁପରଭାଇଜର ଦାୟିତ୍ୱ ଥିବା ଚନ୍ଦ୍ରଶେଖର ରଥଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି, ସମସ୍ତ ପାର୍ଟ୍‌ସ ଏଠାରେ ମିଳୁ ନ ଥିବାରୁ ବାହାରୁ ମଗାଯାଇଛି। ସେଗୁଡ଼ିକ ଆସିଲେ ଶୀଘୟ ଲଗାଯିବ। ଅନ୍ୟପକ୍ଷରେ ୱାଟର ପୁଲ୍‌ରେ ପାଣି ଆସିବା ପାଇଁ ଆବଶ୍ୟକ ମେଶିନ ତାର ପଡ଼ିବ। ଅନ୍ୟ ସମସ୍ୟା ପ୍ରତି ମଧ୍ୟ ଦୃଷ୍ଟିଦେଇ ସମାଧାନ କରାଯିବ ବୋଲି ସେ କହିଛନ୍ତି। ତେବେ ପ୍ରତ୍ୟେକ ବର୍ଷ କେତେ ଅନୁଦାନ ଆସୁଛି ପଚାରିବାରୁ ତାଙ୍କ ନିକଟର ସୂଚନା ନ ଥିବା କହିଛନ୍ତି। ଅନ୍ୟପକ୍ଷରେ ଏ ବିଷୟରେ ଜାଣିବା ପାଇଁ ପୌର ପରିଷଦ ନିର୍ବାହୀ ଅଧିକାରୀ ୟାଶିର୍‌ ବିଲାଲ ଅହମ୍ମଦଙ୍କୁ ଫୋନ୍‌ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଜିଲାରେ ପ୍ରଥମ ପୋଷ୍ୟ ସନ୍ତାନ ଗ୍ରହଣ

ନୂଆପଡ଼ା,୬ା୧୨ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାର ପ୍ରଥମଥର ପାଇଁ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଜିଲା ଶିଶୁ ସୁରକ୍ଷା ବିଭାଗ ଓ ସ୍ବତନ୍ତ୍ର...

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri