ଅବ୍ୟବସ୍ଥାରେ ମହାତ୍ମା ଗାନ୍ଧୀ ପ୍ରମୋଦ ଉଦ୍ୟାନ

ରାୟଗଡ଼ା ଅଫିସ,୧୪ା୧୨: ରାୟଗଡ଼ା ସହରରେ ଜେକେ କାଗଜକଳ ଏବଂ ପୌର ପରିଷଦ ପକ୍ଷରୁ ଅଞ୍ଚଳବାସୀ ଏବଂ ବିଶେଷକରି ଶିଶୁଙ୍କ ମନୋରଞ୍ଜନ ଉଦ୍ଦେଶ୍ୟରେ ୨୦୦୭ ରେ ମହାତ୍ମା ଗାନ୍ଧୀ ପ୍ରମୋଦ ଉଦ୍ୟାନ(ଗାନ୍ଧୀ ପାର୍କ) କରାଯାଇଥିଲା। ଏହା ସହରର ଏକ ପ୍ରମୁଖ ଉଦ୍ୟାନ ରୂପେ ପରିଚିତ। ହେଲେ ବର୍ଷେ ହେଲା ପାର୍କ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ରହିଛି। ଏଠାରେ ଛୋଟ ପିଲାଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତ ବର୍ଗର ଲୋକେ ଖୋଲା ପବନ ଖାଇବା ସହ କିଛି ସମୟ ବିତାଇ ଖୁସି ଅନୁଭବ କରିଥାନ୍ତି। ସେହିପରି ସକାଳ ଓ ସନ୍ଧ୍ୟା ଭ୍ରମଣ କରିବା ସହ ବ୍ୟୟାମ ମଧ୍ୟ କରିଥାନ୍ତି। ଏହି ପାର୍କରେ ପିଲାଙ୍କ ଖେଳିବା ପାଇଁ ଦୋଳି, ସ୍ଲୋପ, ସ୍ଲାଇଡ୍‌, ଖେଳନା ଟ୍ରେନ୍‌ ରହିଛି। ସେହିପରି ବ୍ୟାୟାମ ଯନ୍ତ୍ରପାତି, ସସ୍ତ ବର୍ଗର ଲୋକଙ୍କ ମନୋରଞ୍ଜନ ପାଇଁ ଓ୍ବାଟର ପୁଲ୍‌ ସହ ବିଭିନ୍ନ କିସମର ଫୁଲ ଗଛ ଲାଗିଛି। ହେଲେ ବର୍ଷେ ହେଲା ପାର୍କରେ ଥିବା ଉକ୍ତ କ୍ରୀଡ଼ା ସାମଗ୍ରୀ, ବ୍ୟାୟାମ ଯନ୍ତ୍ରପାତି, ଓ୍ବାଟର ପୁଲ୍‌ ଭାଙ୍ଗାରୁଜା ଏବଂ ଅଚଳାବସ୍ଥାରେ ରହିଛି। ପାର୍କକୁ ଯାଉଥିବା ଲୋକଙ୍କ ଠାରୁ ଫି ୫ ଟଙ୍କା ଆଦାୟ କରାଯାଉଛି। ଶିଶୁଙ୍କ ପାଇଁ ୩ ଟଙ୍କା ନିୟମ ରହିଥିଲେ ମଧ୍ୟ ୫ ଟଙ୍କା ଆଦାୟ ହେଉଛି। ହେଲେ ଦାୟିତ୍ୱରେ ଥିବା ପୌର ପରିଷଦ ପକ୍ଷରୁ ଏଗୁଡ଼ିକୁ ମରାମତି କିମ୍ବା ବଦଳ କରାଯାଉ ନ ଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।
ଯନ୍ତ୍ରପାତି ଓ କ୍ରୀଡ଼ା ଉପକରଣ ମରାମତି ଦୂର କଥା ଉଦ୍ୟାନରେ ରହିଥିବା ଶୌଚାଳୟ ଏବଂ ପାଇଖାନାର ସଫେଇ କରାଯାଉନାହିଁ। ସେହିପରି ଅନେକ ସମୟରେ ଶୌଚାଳୟରେ ପାଣି ରହୁ ନ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ଅପରିଷ୍କାର ଏବଂ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଏହା ବ୍ୟତୀତ ୱାଟର ପୁଲ୍‌ରେ ସୁନ୍ଦରତା ପାଇଁ କରାଯାଇଥିବା ଫାଉଣ୍ଟେନ ମଧ୍ୟ ଅଚଳ ରହିଛି। ପାର୍କ ପରିସରରେ ଅଳିଆ, ଆବର୍ଜନା ସଫା ହେଉ ନ ଥିବାରୁ ସଫା ନ ଥିବାରୁ ମଶାଙ୍କ ଉପଦ୍ରବ ମଧ୍ୟ ବଢ଼ୁଛି। ସହରର ଏକମାତ୍ର ଜିସିଡି ପଡ଼ିଆ ଠାରେ ଅସାମାଜିକ ବ୍ୟକ୍ତି ତଥା ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ମହିଳାମାନେ ସେଠାକୁ ପ୍ରାତଃ କିମ୍ବା ସନ୍ଧ୍ୟାଭ୍ରମଣରେ ଯିବା ପାଇଁ ସୁରକ୍ଷିତ ନ ମଣି ଗାନ୍ଧୀ ପାର୍କକୁ ଯାଉଛନ୍ତି।
ହେଲେ ପାର୍କରେ ଅବ୍ୟବସ୍ଥା ଯୋଗୁ ଲୋକେ ଖୋଲା ପରିବେଶରେ ବ୍ୟାୟାମ କରିପାରୁନାହାନ୍ତି। ତେଣୁ ପାର୍କ ପ୍ରତି ଧୀରେ ଧୀରେ ଲୋକେ ବିମୁଖ ହେଉଛନ୍ତି। ଶୀଘ୍ର ପାର୍କର ଯନ୍ତ୍ରପାତି ଏବଂ କ୍ରୀଡ଼ା ଉପକରଣ ମରାମତି କରିବା ସହ ପାର୍କ ପରିସରକୁ ସ୍ବଚ୍ଛ ଓ ସୁନ୍ଦର କରାଯାଉ ବୋଲି ପାର୍କକୁ ବ୍ୟାୟାମ ପାଇଁ ଆସୁଥିବା ରାୟଗଡ଼ା ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ପି. ଭି. ରାମଣା କହିଛନ୍ତି। ଯନ୍ତ୍ରପାତି ମରାମତି କରାଯାଇଥିବା ଆଶା ରଖି ସେ ପ୍ରତ୍ୟେକ ଦିନ ଏଠାକୁ ଆସୁଥିବା ପ୍ରକାଶ କରିଛନ୍ତି। ସେହିପରି ଏଠାକୁ ଆସୁଥିବା ସହରର ବୈଜୟନ୍ତି ମାଳା ମିଶ୍ର ଏବଂ ଅବୀନା କହିଛନ୍ତି, ଗାନ୍ଧୀ ପାର୍କ ଏକ ପ୍ରମୁଖ ପାର୍କ ହୋଇଥିଲେ ମଧ୍ୟ ଅବହେଳିତ ଅବସ୍ଥାରେ ରହିଛି। ଶୀଘ୍ର ଖେଳ ଉପକରଣ ଏବଂ ଅନ୍ୟ ସମସ୍ୟାର ସମାଧାନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ପାର୍କର ଉନ୍ନତିକରଣ ହେଲେ ଅଧିକ ଲୋକ ଆସିବେ ଏବଂ ରାଜସ୍ବ ବଢ଼ିବ ବୋଲି ମତପ୍ରକାଶ ପାଇଛି। ଅବ୍ୟବସ୍ଥା ବିଷୟରେ ଗାନ୍ଧୀ ପାର୍କର ସୁପରଭାଇଜର ଦାୟିତ୍ୱ ଥିବା ଚନ୍ଦ୍ରଶେଖର ରଥଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି, ସମସ୍ତ ପାର୍ଟ୍‌ସ ଏଠାରେ ମିଳୁ ନ ଥିବାରୁ ବାହାରୁ ମଗାଯାଇଛି। ସେଗୁଡ଼ିକ ଆସିଲେ ଶୀଘୟ ଲଗାଯିବ। ଅନ୍ୟପକ୍ଷରେ ୱାଟର ପୁଲ୍‌ରେ ପାଣି ଆସିବା ପାଇଁ ଆବଶ୍ୟକ ମେଶିନ ତାର ପଡ଼ିବ। ଅନ୍ୟ ସମସ୍ୟା ପ୍ରତି ମଧ୍ୟ ଦୃଷ୍ଟିଦେଇ ସମାଧାନ କରାଯିବ ବୋଲି ସେ କହିଛନ୍ତି। ତେବେ ପ୍ରତ୍ୟେକ ବର୍ଷ କେତେ ଅନୁଦାନ ଆସୁଛି ପଚାରିବାରୁ ତାଙ୍କ ନିକଟର ସୂଚନା ନ ଥିବା କହିଛନ୍ତି। ଅନ୍ୟପକ୍ଷରେ ଏ ବିଷୟରେ ଜାଣିବା ପାଇଁ ପୌର ପରିଷଦ ନିର୍ବାହୀ ଅଧିକାରୀ ୟାଶିର୍‌ ବିଲାଲ ଅହମ୍ମଦଙ୍କୁ ଫୋନ୍‌ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

ଋଣ, ଚାକିରୀ ଦେବା ନା’ରେ ବଡ଼ ଧରଣର ଠକେଇ

ହିଞ୍ଜିଳିକାଟୁ,୨୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଋଣ ଏବଂ ଚାକିରୀ କରାଇଦେବା ନା’ରେ ଠକେଇ କରୁଥିବା ଜଣେ ଯୁବକଙ୍କୁ ହିଞ୍ଜିଳି ପୋଲିସ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ…

ମଧ୍ୟପ୍ରାଚ୍ୟରେ ମହାସମର: ଦୁବାଇରେ ମିସାଇଲ ମାଡ଼ କଲା ଇରାନ, ବୁର୍ଜ ଖଲିଫାକୁ କରାଗଲା ଖାଲି 

ଦୁବାଇ,୨୮।୨: ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନର ୩୦ଟି ସହର ଉପରେ ମିଳିତ ଏୟାର ଷ୍ଟ୍ରାଇକ ପରେ ଇରାନ ‘ଅପରେସନ ଫତେହ-ଏ-ଜଙ୍ଗ୍‌’ ଆରମ୍ଭ କରିଛି। ଏହି ପାଲଟା…

ଇସ୍ରାଏଲ ଆକ୍ରମଣରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ-କମାଣ୍ଡର ମୃତ! ରିପୋର୍ଟରେ ବଡ଼ ଦାବି

ତେହରାନ,୨୮।୨: ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଖବର ସଂସ୍ଥା ରଏଟର୍ସ ପକ୍ଷରୁ ମିଳିଥିବା…

ଇମ୍ପେରିୟାଲ୍ କ୍ଲାସିକ ରାଜ୍ୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଉଦ୍‌ଘାଟିତ,ଯୋଗଦେଲେ ୧୯ ଜିଲ୍ଲାରୁ ୧୨୫ ପ୍ରତିଯୋଗୀ

ବଲାଙ୍ଗୀର,୨୮।୨ (ସୁନିଲ କୁମାର ମହାନ୍ତି): ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଫଳ ବଜାର ପ୍ରାଙ୍ଗଣରେ କଳିଙ୍ଗ ବଡିବିଲଡିଂ ଆସୋସିଏଶନ ବଲାଙ୍ଗୀର ଶାଖା ତରଫରୁ ଇମ୍ପେରିୟାଲ କ୍ଲାସିକ ୨୦୨୬…

ରଣ୍‌ଜୀ ଟ୍ରଫି ଜିତିଲା ଜମ୍ମୁ କଶ୍ମୀର, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ହୁବଲି,୨୮ା୨: ଜମ୍ମୁ କଶ୍ମୀର ଶନିବାର ପ୍ରଥମ ଥର ପାଇଁ ରଣ୍‌ଜୀ ଟ୍ରଫି ଜିତି ଭାରତୀୟ କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ କେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା…

କେରଳରେ ବାଇକ ଦୁର୍ଘଟଣାରେ ଦାରିଙ୍ଗବାଡି ଯୁବକଙ୍କ ମୃତ୍ୟୁ, ମୃତଦେହ ଆଣିବାକୁ ପରିବାର ଚିନ୍ତାରେ

ଦାରିଙ୍ଗବାଡି, ୨୮।୨ (ଅରୁଣ ସାହୁ): ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଚାଲିଯାଇଛି ଯୁବକଙ୍କ ଜୀବନ।କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦନେକବାଡି ପଞ୍ଚାୟତ କୁପିବାଡି ଗ୍ରାମର ହେରାର୍ଦ…

ଦିନକ ପରେ ଦୋଳ ଯାତ୍ରା: ଗଞ୍ଜାମ ପୋଲିସର କଡ଼ା ତାଗିଦ, ରାସ୍ତାରେ ହୋର୍ଡିଂ କିମ୍ବା ବାଇକ୍‌ ରଖିଲେ…

ଗଞ୍ଜାମ,୨୮।୨(ବିଦ୍ୟାଧର ସାହୁ): ଦିନକ ପରେ ଗଞ୍ଜାମ ସହରରେ ଅନୁଷ୍ଠିତ ହେବ ଐତିହାସିକ ପ୍ରସିଦ୍ଧ ଦୋଳ ଯାତ୍ରା। ଏଥିପାଇଁ ଚଳଚଞ୍ଚଳ ହୋଇ ପଡ଼ିଛି ସମଗ୍ର ସାହି ଓ ସହର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri