Posted inଫୁରସତ

ପିଲାର ଏମିତି ଅଜବ ନାମ ରଖିଲେ ମାତାପିତା, ଶୁଣିଲେ ମୁଣ୍ଡରେ ଦେବେ ହାତ

ସାଧାରଣତଃ ପିଲାଟିଏ ଜନ୍ମ ହେଲେ ପରିବାର ଲୋକେ ନାମକରଣ କରିଥାନ୍ତି। ଏଥିରୁ କେତେକ ନାଁ କୌତୂହଳ ସୃଷ୍ଟି କରିଥାଏ। ଏବେ ଇଣ୍ଡୋନେସିଆରେ ରହୁଥିବା ଜଣେ ନାବାଳକଙ୍କ ନାଁ ଶୁଣିଲେ ହସି ହସି ରହିବେ। ଏହି ନାଁକୁ ନେଇ ଚାରିଆଡ଼େ ଚର୍ଚ୍ଚା। ପିଲାଟିର ନାଁ ABCDEF GHIJK Zuzu(ଏବିସିଡିଇଏଫ୍‌ଜିଏଚ୍‌ଆଇଜେକେ ଜୁଜୁ)। ଏପରି ନାଁ ବିଷୟରେ ଜଣାପଡ଼ିଲା ଯେତେବେଳେ ସ୍ଥାନୀୟ ପୋଲିସ ଭ୍ୟାକ୍ସିନେଶନ ପାଇଁ ଅଭିଯାନ ଆରମ୍ଭ କରିଥିଲା। ଏଥିରେ ଏହି ନାବାଳକ ଜଣକ ସାମିଲ ଥିଲେ। ତାଙ୍କର ବୟସ ୧୨ ବର୍ଷ।

ଏକ ରିପୋର୍ଟ ଅନୁଯାୟୀ, ଟିକାକରଣ ସମୟରେ ଅନ୍ୟ ଛାତ୍ରମାନଙ୍କର ନଜର ଏହି ଛାତ୍ରଙ୍କ ପଡ଼ିଥିଲା। ପୋଲିସ କର୍ମଚାରୀ ନାବାଳକର ଟିକାକରଣ ଭିଡିଓ କ୍ଲିପ୍‌ ରେକର୍ଡ କରିଥିଲେ। ଆରମ୍ଭରେ ସ୍ବାସ୍ଥ୍ୟକର୍ମୀଙ୍କୁ ଲାଗିଥିଲା କି ମଜାରେ ଏପରି କହୁଛନ୍ତି ମାତ୍ର ତାଙ୍କର ହସ୍ପିଟାଲ ପରିଚୟ ପତ୍ର ଦେଖିବାରୁ ଜଣାପଡ଼ିଥିଲା ଏହା ତାଙ୍କର ପ୍ରକୃତ ନାମ।

ଜୁଜୁଙ୍କ ପିତା ଜୁଲ୍‌ଫାମି କହିଛନ୍ତି, ତାଙ୍କ ପୁଅ ଜନ୍ମ ହେବାରୁ ୬ ବର୍ଷ ଆଗରୁ ସେ ଏପରି ନାଁ ରଖିବେ ବୋଲି ନିଷ୍ପତ୍ତି ନେଇଥିଲେ। କାରଣ ତାଙ୍କୁ ପଜଲସ ବହୁତ ଭଲ ଲାଗେ। ଏହି କାରଣରୁ ସେ ତାଙ୍କ ପୁଅର ନାମ ABCDEF GHIJK Zuzu ରଖିଲେ। ସେ କହିଛନ୍ତି, ସାଧାରଣ ଭାବରେ ତାଙ୍କ ପୁଅକୁ ଏଡିଇଫ୍‌ ଡାକନ୍ତି।

ଜୁଜୁ କୁହନ୍ତି, ତାଙ୍କର ଏପରି ଅସାଧାରଣ ନାମକୁ ନେଇ ଅନେକ ସମୟରେ ଲାଜ ଲାଗେ। ଅନ୍ୟ ଛାତ୍ରମାନେ ତାଙ୍କୁ ଚିଡ଼ାନ୍ତି ବି। କିନ୍ତୁ ଏବେ ସେ ତାଙ୍କ ନାଁକୁ ନେଇ ଗର୍ବ କରନ୍ତି। ଖାଲି ଏତିକି ନୁହେଁ ଜୁଲଫାମି କୁହନ୍ତି, ତାଙ୍କ ଅନ୍ୟ ପିଲାଙ୍କ ନାମ NOPQ RSTUV ଏବଂ XYZ ରଖିବେ ବୋଲି ଭାବିଥିଲେ। କିନ୍ତୁ ପରିବାର ଲୋକ ଏଥିରେ ରାଜି ହୋଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri